×
Login

୧୮ନଂ ଜାତୀୟ ରାଜପଥର ପାଲବଣି ଠାରେ ବସ୍ ଟ୍ରକ୍ ମୁଁହାଁ ମୁହିଁ ଧକ୍କା ।।.

62 Views 0 Comments | - By Black Cat News - 1 March, 2023

mediafile1677655793.jpeg

ବାରିପଦା: ଶନିବାର ସଂଧ୍ୟା ସମୟରେ ବାରିପଦା ଟାଉନ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପାଲବଣି ଠାରେ ସଡକ ଦୁର୍ଘଟଣା ଘଟିଯାଇଛି। ବସ-ଟ୍ରକ୍‌ ମୁଁହାମୁହିଁ ଧକ୍କା। ପ୍ରକାଶ ଯେ, ଶନିବାର ସଂଧ୍ୟା ପ୍ରାୟ ୬ଟା ସମୟରେ ମଧୁସ୍ମିତା ନାମକ ଏକ ଯାତ୍ରୀବାହୀ ବସ ବାରିପଦାରୁ ବାଲେଶ୍ବର ଅଭିମୁଖେ ରଙ୍ଗ୍ ରୋଡରେ ଯାଉଥିଲା ବେଳେ ପାଲବଣି ଠାରେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇ ଥିଲା। ଦୁର୍ଘଟଣା ଯୋଗୁଁ ଟ୍ରକ୍‌ଟି ରାସ୍ତା କଡକୁ ଓଲଟି ପଡିଥିଲା। ଦୁର୍ଘଟଣାରେ ଟ୍ରକ୍‌ର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଟ୍ରକ୍‌ ଡ୍ରାଇଭର ଜଣକ ଉତ୍ତର ପ୍ରଦେଶ ଅଞ୍ଚଳର ସୁଜିତ ମୋହରିଆ ବୋଲି ଜଣାପଡିଛି। ଦୁର୍ଘଟଣା ସ୍ଥଳରୁ ବସର ଡ୍ରାଇଭର ଫେରାର ହୋଇ ଯାଇଛି। ତେବେ ଉକ୍ତ ବସଟି ଡ୍ରାଇଭର ବଦଳରେ ହେଲପର ଚଳାଉଥିବା ବେଳେ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଦୁର୍ଘଟଣା ଯୋଗୁଁ ରାସ୍ତାର ଗୋଟିଏ ପାଖରେ ଯାନବାହନ ଚଳାଚଳ ଠପ୍ ହୋଇ ପଡିଥିଲା। ପୁଲିସ ଦୁର୍ଘଟଣା ଗ୍ରସ୍ତ ଗାଡି ରାସ୍ତାରୁ ହଟାଇ ଜବତ କରି ଅଧିକ ତଦନ୍ତ ଚଳାଇଛି ।

Debasish Dash's Report
BlackCatNews, Balasore


Also Read

×