୫୨୦ ନମ୍ୱର୍ ଜାତୀୟ ରାଜପଥ ରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକ ମୃତ।.
304 Views 0 Comments | - By Black Cat News - 18 February, 2022

ଗତକାଲି ଅପରାହ୍ନ ସମୟରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ନିକଟ ୫୨୦ ନମ୍ୱର୍ ଜାତୀୟ ରାଜପଥ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନା ମୁତାବକ କାଲି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍, ବଡଯାମପୋଷି ପଞ୍ଚାୟତ ଅନ୍ତର୍ଗତ ନଡ଼ବିଲା ଗ୍ରାମର ସାଗର ନାୟକ ଏକ ବାଇକ୍ ଯୋଗେ ଯୋଡ଼ା ଅଭିମୁଖେ ଆସୁଥିଲେ। ଏହି ସମୟରେ ପଛରୁ ଏକ ଟ୍ରକ୍ ଆସି ତାଙ୍କୁ ଧକ୍କା ଦେବା ଫଳରେ ସାଗର ତଳକୁ ପଡ଼ି ଯିବାରୁ ଟ୍ରକଟି ତାଙ୍କ ଉପରକୁ ଚଢ଼ି ଯାଇଥିଲା ଏବଂ ଦୁର୍ଘଟଣା ସ୍ଥଳରେ ହିଁ ସାଗରଙ୍କ ମୃତ୍ୟୁ ଘଟିଥିଲା। ସୂଚନା ପାଇ ରିମୁଳି ଫାଣ୍ଡିରୁ ପୋଲିସ୍ ଆସି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
KHALANANDA SHARMA's Report
BlackCatNews, Keonjhar