ଭଟ୍ଟାରିକା ପୀଠ ରେ ବଢୁଛି ମହାନଦୀ ।.
213 Views 0 Comments | - By Black Cat News - 15 August, 2022

୧୪.୦୮.୨୨ - କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଙ୍କ ପୀଠ ରେ ବଢୁଛି ମହାନଦୀ , ଗତକାଲି ହୀରାକୁଦ ଡ୍ୟାମରୁ ୩୦ ଗୋଟି ଗେଟ ଦେଇ ମହାନଦୀ ରେ ଚଳିତ ବର୍ଷ ର ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ । ପୁଣି ଏକ ଲଘୁଚାପ ଫଳରେ କଟକ କୁ ମଧ୍ୟ ରେଡ୍ ଆଲର୍ଟ କରାଯାଇଛି ।
ତେଣୁ ଆହୁରି ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ଅଛି ତେଣୁ ପୁଣି ମହାନଦୀ ରେ ବନ୍ୟା ଜଳ ବଢିବାର ସମ୍ଭାବନା ଅଛି । ଗତ ରାତି ରୁ ଯାହା ଆଶା କରାଯାଉଥିଲା ତାହା ଏବେ ଦୃତ ଗତିରେ ମହାନଦୀ ବଢୁଛି। ଦେଖିବାକୁ ବାକି ରହିଲା ମନ୍ଦିର ସମ୍ପୂର୍ଣ୍ଣ ବୁଡିଲେ ମା ଙ୍କ ଚଳନ୍ତି ପ୍ରତିମା ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ଯାହା ମୁଖ୍ୟ ପୂଜାରୀ ଏବଂ ବଡ଼ମ୍ବା ତହସିଲଦାର ସୂଚନା ଦେଇଛନ୍ତି ।
ଏବେ ଧିରେ ଧିରେ ଭଟ୍ଟାରିକା ପୀଠରେ ଚଳିତ ବର୍ଷ ର ବନ୍ୟା ଜଳ ଦେଖିବା ପାଇଁ ଜନସାଧାରଣ ଙ୍କ ସମାଗମ ଦେଖିବାକୁ ମିଳିଛି ଭଟ୍ଟାରିକା ପୀଠରେ ।
Litun Baral's Report
BlackCatNews, Cuttack