ସୁପ୍ରିମକୋର୍ଟରେ ପହଞ୍ଚିଲା ଗୁଜରାଟ ମୋର୍ବିରେ ଝୁଲାପୋଲ ଦୁର୍ଘଟଣା ମାମଲା।.
78 Views 0 Comments | - By Black Cat News - 1 November, 2022

ସୁପ୍ରିମକୋର୍ଟରେ ପହଞ୍ଚିଲା ଗୁଜରାଟ ମୋର୍ବିରେ ଝୁଲାପୋଲ ଦୁର୍ଘଟଣା ମାମଲା। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଆସନ୍ତା ନଭେମ୍ବର ୧୪ରେ ଏହି ମାମଲାର ପ୍ରଥମ ପର୍ଯ୍ୟାୟ ଶୁଣାଣି ହେବ। ସୂଚନା ମୁତାବକ, ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଏହି ଅବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ୱୀକାର କରିବା ସହ ମାମଲାର ଶୁଣାଣି ଆସନ୍ତା ୧୪ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ପୁରାତନ ସ୍ମାରକ ଏବଂ ସେତୁର ସର୍ବେକ୍ଷେଣ କରାଯାଇ ଏହାର ମୂଲ୍ୟାଙ୍କନ ନିମନ୍ତେ କମିଟି ଗଠନ କରିବାକୁ ଅବେଦନରେ ଦାବି କରାଯାଇଛି ।
ଗୁଜରାଟ ମୋର୍ବି ଝୁଲା ପୋଲ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪୧ ଜଣଙ୍କ ମୃତ୍ୟୁ ହୋଇଛି। ସାତ ମାସର ମରାମତି ପରେ ବିନା ଫିଟନେସ୍ ସାର୍ଟିଫିକେଟରେ କେମିତି ପୋଲ ଖୋଲିବାକୁ ଅନୁମତି ଦିଆଗଲା ସେ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି। ସେପେଟେ ଆଜି ମୋର୍ବି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ପ୍ରାଣ ହରାଇଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉକ୍ତ ହସ୍ପିଟାଲ୍ ଗସ୍ତ କରି ରୋଗୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି । ମୋର୍ବି , ଗୁଜୁରାଟ ବ୍ରିଜ ଭୁଶୁଡ଼ିବା ଘଟଣାରେ ବରିଷ୍ଠ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି ।
Sashmita Mallik's Report
BlackCatNews, New Delhi