ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ନେଇ ଛାତ୍ର, ଛାତ୍ରୀଙ୍କ ବିକ୍ଷୋଭ l.
291 Views 0 Comments | - By Black Cat News - 1 July, 2023

ବ୍ରହ୍ମପୁରବିଶ୍ଵବିଦ୍ୟାଳୟରେ ଆଜି ବିଭିନ୍ନ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର,ଛାତ୍ରୀ ମାନେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବାକୁ ନେଇ ଆଜି ପ୍ରଶାସନିକ କୋଠା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ସୂଚନା ପ୍ରକାରେ ଜୁଲାଇ ୪ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ସେମିଷ୍ଟାର ପରୀକ୍ଷା ହେବା ନିମନ୍ତେ ବିଜ୍ଞପ୍ତି ଜାରି ହୋଇଛି l ତୃତୀୟ ସେମିଷ୍ଟାର ପରୀକ୍ଷା ଏପ୍ରେଲ ମାସରେ ସରିଥିବା ବେଳେ ମେ ମାସରୁ ଏକ ମାସ ଗ୍ରୀଷ୍ମ ଛୁଟି ରହିଥିଲା l ସେହି ସମୟ ମଧ୍ୟରେ ଚତୁର୍ଥ ସେମିଷ୍ଟାର ପରୀକ୍ଷାର ସିଲାବସ ପ୍ରକାରେ ପାଠ୍ୟକ୍ରମ ସରିନଥିବା ଓ ଅନଲାଇନ ମାଧ୍ୟମରେ ପାଠପଢ଼ା ହୋଇ ନଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ l ତେଣୁ ଏହି ପରୀକ୍ଷାକୂ ସିଲାବସର ପାଠ୍ୟକ୍ରମ ଅନୁସାରେ ସାରିବା ପରେ ପରୀକ୍ଷା କରିବା ପାଇଁ ଆଜି ପ୍ରାୟ ୧୦ ଟି କଲେଜ ର ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡୁ ବିକ୍ଷୋଭ ସ୍ଥଳରେ ପହଁଚି ଛାତ୍ରଛାତ୍ରୀ ସହ ଆଲୋଚନା କରିଥିଲେ ସୁଦ୍ଧା କୌଣସି ସମାଧାନ ହୋଇନଥିଲା l ପରେ ପ୍ରାୟ ୧୦ଟି କଲେଜ ଅଧକ୍ଷଙ୍କୁ ବିଶ୍ଵବିଦ୍ୟାଳୟ ଡକାଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଉପସ୍ଥିତିରେ ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଘୁଂଚାଇବା ପାଇଁ ନିଷ୍ପତି ହୋଇଥିଲା । ପରେ ପରୀକ୍ଷା ନିୟନ୍ତ୍ରକ ଡ଼.ସତ୍ୟ ନାରାୟଣ କୁଣ୍ଡ ଓ ସମସ୍ତ କଲେଜ ଅଧକ୍ଷ ମନେ ବିକ୍ଷୋଭ ସ୍ଥଳରେ ପହଁଚି ଛାତ୍ରଛାତ୍ରୀ ଜୁଲାଇ ୧୪ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଗଲା ବୋଲି କହିଥିଲେ l ପ୍ରାୟ ୩ ଘଣ୍ଟା ପରେ ବିକ୍ଷୋଭ ସ୍ଥଳରୁ ଛାତ୍ର, ଛାତ୍ରୀ ମାନେ ଓହରି ଥିଲେ lଏ ନେଇ ପରୀକ୍ଷା ନିୟନ୍ତ୍ରକ ଡ଼ଃ କୁଣ୍ଡ ଙ୍କ ସହ ଯୋଗା ଯୋଗ ବେଳେ ସେ କହିଥିଲେ ଯେ ଜୁଲାଇ ୪ ରେ ପରୀକ୍ଷା ହେବାକୁ ଥିବା ୪ର୍ଥ ସେମିଷ୍ଟlର ପରୀକ୍ଷା କୁ ୧୪ ଜୁଲାଇ ଠାରୁ ଆରମ୍ଭ ହେବ ସେନେଇ ଆସନ୍ତା କାଲି ବିଜ୍ଞପ୍ତି ଜାରି କରାଯିବ ବୋଲି । ଆଜି ବିକ୍ଷୋଭ ପଦର୍ଶନ ବେଳେ ବ୍ରହ୍ମପୁର ଏସ ବି ଆର ମହିଳା ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ମହାମୟୀ ମହାବିଦ୍ୟାଳୟ, ଛତ୍ରପୁର କଲେଜ, ଗଞ୍ଜାମ କଲେଜ, ଆର ସି ଏମ ସାଇନ୍ସ କଲେଜ ଖଲ୍ଲିକୋଟ ଆଦି କଲେଜ୍ ରୁ ବହୁ ଛାତ୍ର, ଛାତ୍ରୀ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଛାତ୍ର ନେତା ଦୁର୍ଗା ମାଧବ ପ୍ରଧାନ, ଡି ଏସ ଓ ର ଜିଲ୍ଲା ସଭାପତି ନିମାଇ ଚରଣ ସାହୁ, ଏ ବି ଭିପି ର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ଭଞ୍ଜ ବିହାର ଫାଣ୍ଡି ଅଧିକାରୀ ଏସ.ଶଙ୍କର ରାଓ ଙ୍କ ସମେତ ଏକ ସେକ୍ସନ ଫୋର୍ସ ମୁତୟନ ହୋଇଥିଲେ l
Sandesh Kumar Sahu's Report
BlackCatNews, Ganjam