ବାଲେଶ୍ବରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ,ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮୮।.
1076 Views 2 Comments | - By Black Cat News - 3 June, 2023

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ଟ୍ରେନ୍ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା ୫ ମିନିଟ୍ରେ ବାହାନଗା ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ବେଳେ ଏକ ମାଲ୍ବାହୀ ଟେନ୍ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି।
ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୯୦୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ରେଳବାଇ ପୁଲିସ ସହ ସ୍ଥାନୀୟ ସୋର, ବାହାନଗା ପୁଲିସ ତଥା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ରେ ଲାଗିଛନ୍ତି।
ଆହତମାନଙ୍କୁ ନିକଟସ୍ଥ ବାହାନଗା, ସୋର ଓ ବାଲେଶ୍ବର ଡାକ୍ତରଖାନା ନିଆଯାଉଛି।
ଘଟଣା ସ୍ଥଳରେ ଅଗ୍ନିଶମ ଡିଜି ସୁଧାଂଶୁ ଷଢଙ୍ଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏସ ଆର ସି ସତ୍ୟବ୍ରତ ସାହୁ ଏବଂ ନିଜେ ମୁଖ୍ୟମନ୍ତ୍ରୀ ପହଂଚିଛନ୍ତି ଏହା ସହିତ ଦଶ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।ମୃତକଙ୍କ ପାଇଁ ଆଜି ଦିନିକିଆ ରାଜ୍ୟ ଶୋକ ଘୋଷିତ।ଟ୍ରେନ ଦୁର୍ଘଟଣା ନେଇ ରାଜ୍ୟରେ ଦିନିକିଆ ଶୋକ ପାଳନ, ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା ।ଆଜି ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ବାହାନଗା ରେଳ ଦୁର୍ଘଟଣା ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା। ଆଜି କୌଣସି ସରକାରୀ ଉତ୍ସବ ପାଳନ ହେବନାହିଁ।
୪ ଜଣ ଆଇ ଏ ଏସ ଅଫିସରଙ୍କୁ ପଠାଯାଇଛି । ଆହତ ଯାତ୍ରୀମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିକଟସ୍ଥ ସମସ୍ତ ହସପିଟାଲକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
ନ୍ୟୁଜ୍ ଏଜେନ୍ସି ବ୍ଲାକ କେଟ ନିଉଜ୍ ଅନୁଯାୟୀ , ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ୧୨୮୬୪ ବେଙ୍ଗାଲୁରୁ-ହାଓ୍ଡ଼ା ସୁପରଫାଷ୍ଟ ଏକ୍ସପ୍ରେସର ଅନେକ ବଗି ବାହାନାଗା ବଜାରରେ ଲାଇନ ଚ୍ୟୁତ ହୋଇ ଟ୍ରାକ ଉପରକୁ ଗଡ଼ିପଡିଥିଲା। ସେହି ବଗି ଗୁଡିକ ୧୨୮୪୧ ଶାଲିମର-ଚେନ୍ନାଇ କରମଣ୍ଡଲ ଏକ୍ସପ୍ରେସ ସହିତ ପିଟି ହୋଇଥିଲା। ଯେଉଁଥିରେ କରମଣ୍ଡଲ ସିଧା ଯାଇ ଏକ ମାଲବାହୀ ଗାଡ଼ି ସହ ଧକ୍କା ହୋଇଥିଲା।
ଟ୍ରେନ୍ ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କଲେ, ଆହତଙ୍କୁ ଭେଟିଲେ ।
ବାହାନଗା ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ।୯୦୦ ରୁ ଅଧିକ ଆହତ।SCBରେ ୧୨୮ ଜଣ ଆହତ ଯାତ୍ରୀ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ।ଚିକିତ୍ସାଧୀନଙ୍କ ମଧ୍ୟରେ ୨ ନାବାଳକ। ସମସ୍ତଙ୍କ ଅବସ୍ଥା ସ୍ଥିର ଓ କାହାର ICU ଆବଶ୍ୟକ ନଥିବା ସୂଚନା।ଆହତ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ SCBରୁ ଡିସଚାର୍ଜ।୨୦ ଜଣ ଗୁରୁତର ଅଛନ୍ତି।
ଦୁର୍ଘଟଣାରେ ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଆହୁରି ୩ ଘଣ୍ଟା ସମୟ ଲାଗିବ ।ଆହତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ କହିଛନ୍ତି ମୁଖ୍ୟ ଶାସନ ସଚିବ।କରମଣ୍ଡଳ ଏକ୍ସପ୍ରେସରେ ସମ୍ପର୍କୀୟ ଯାତ୍ରା କରିଥିଲେ ଯୋଗାଯୋଗ କରନ୍ତୁ।Emergency number- 6782262286
ଘଟଣା ସ୍ଥଳରେ ପହଁଚିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଉଦ୍ଧାର କାର୍ଯ୍ୟ ପାଇଁ ଏୟାରଫୋର୍ସ ପଠାଯାଉଥିବା ଜଣାଇଲେ ରେଳମନ୍ତ୍ରୀ।ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ କଲେ ସହାୟତା ଘୋଷଣା।ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା।ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା।ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା।ଉଦ୍ଧାର କାର୍ଯ୍ୟ ପାଇଁ ଏମଆଇ- ୧୭ ହେଲିକପ୍ଟରକୁ ନିୟୋଜିତ କଲା ଭାରତୀୟ ବାୟୁସେନା ।
ହେଲିକପ୍ଟର ଅଫର୍ କଲେ ବୈଜୟନ୍ତ ।ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ପାଇଁ ହେଲିକପ୍ଟର ଅଫର କଲେ ବୈଜୟନ୍ତ ପଣ୍ଡା।ଉଦ୍ଧାର କାର୍ଯ୍ୟରେ ନିଜ ହେଲିକପ୍ଟର ଲଗାଇବାକୁ ନିବେଦନ କଲେ।ଏନେଇ ମୁଖ୍ୟ ସଚିବ ଓ ଏସ୍ଆର୍ସିଙ୍କୁ ବାର୍ତ୍ତା ଦ୍ବାରା ଜଣାଇଲେ।ଉଦ୍ଧାରକାରୀ ବା ଡାକ୍ତରୀ ଦଳ ସ୍ପଟ୍ ଯିବାକୁ ଚାହିଁଲେ ହେଲିକପ୍ଟର ପ୍ରସ୍ତୁତ।
ରକ୍ତର ବହୁତ ଆବଶ୍ୟକତା ପଡ଼ୁଚି । କାଲି ରାତିରୁ ଶହ ଶହ ସଂଖ୍ୟାରେ ସେଚ୍ଛାସେବି ରକ୍ତଦାତା ମାନେ ରକ୍ତ ଦାନ କରିବାକୁ ଆଗେଇ ଆସିଛନ୍ତି । ରକ୍ତ ଦେବା ପାଇଁ ହସ୍ପିଟାଲ୍ ରେ ଭିଡ ଲାଗିଛି।ନର୍ସଙ୍କ ମେସେଜ୍ ପାଇବା ପରେ ରକ୍ତ ଦେବାକୁ ଆଗେଇ ଆସିଲେ ସଂଖ୍ୟାଧିକ ଯୁବଗୋଷ୍ଠୀ।କେବଳ ସେତିକି ନୁହେଁ ଆଉ ଏକ ଘଟଣା ଆପଣ ଛାତି ଥରାଇଦେବ । ଜଣେ ମୃତବ୍ୟକ୍ତିଙ୍କ ପକେଟେ ବାରମ୍ୱାର ଫୋନ ବାଜୁଥିଲା। ଜଣେ ସ୍ଥାନୀୟ ଲୋକେ ପକେଟରୁ ଫୋନ୍ କାଢ଼ି କହିଲେ, ଆପଣ ଯାହାକୁ ଖୋଜୁଛନ୍ତି ବା ଯାହାକୁ ଫୋନ୍ କରୁଛନ୍ତି ସେ ଆଉ ନାହାନ୍ତି । ଟ୍ରେନ୍ ଦୁର୍ଘଟଣାରେ ତାଙ୍କର ପ୍ରାଣ ଚାଲିଯାଇଛି । ତେବେ ଆପଣ ଯାହାକୁ ଫୋନ୍ କରିଛନ୍ତି , ତାଙ୍କ ନାଁ କ’ଣ??? କେବଳ ସଂପୃକ୍ତ ବ୍ୟକ୍ତି ନୁହଁନ୍ତି, ଏଭଳି ଅନେକ ବ୍ୟକ୍ତିଙ୍କ ଖୋଜ ଖବର ମିଳୁନାହିଁ । ସେମାନଙ୍କ ସହ କଣ ଘଟୁଛି କେହି କେହି ଜାଣି ପାରୁନାହାଁନ୍ତି। ଏବେ ଶବ ଭିତରୁ ଶବକୁ ଖୋଜୁଛନ୍ତି ଲୋକେ!ଏହି ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଯୁଆଡ଼େ ଦେଖିବ ଖାଲି ମୃତଦେହ ଦେଖିବାକୁ ମିଳିଛି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ । କିଏ ପୂରା ପରିବାର ହରାଇଛି ତ କିଏ ବାପା ମାଆଙ୍କୁ ହରାଇ କାନ୍ଦୁଛି । ଏମିତିକି କେହି କେହି ନିଜ ପିଲାଙ୍କୁ ହରାଇ ଭୋଭୋ ହୋଇ ରଡ଼ି ଛାଡ଼ୁଛି । ଆଉ କେହି କେହି ନିଜ ପୁଅ ମରିବା କଥା ଶୁଣି ଚେତାଶୂନ୍ୟ ହୋଇପଡ଼ୁଛନ୍ତି । ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି । ଲୋକଙ୍କର ପତ୍ତା ମିଳୁନି କିନ୍ତୁ, ଟ୍ରେନ ଟିକେଟ ଲୋକଙ୍କ ଉପସ୍ଥିତ ଜାହିର କରୁଛି।
ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ଟ୍ରେନ ଦୁର୍ଘଟଣାକୁ ନେଇ ଆକ୍ସନ ମୋଡରେ ପ୍ରଧାନମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ। ବାଲେଶ୍ୱର ଦୁର୍ଘଟଣାର କରିବେ ସମୀକ୍ଷା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୨ ଟାରେ ଦିଲ୍ଲୀରୁ ବାହାରିବେ ।ଭୁବନେଶ୍ୱର ବିମାନ ବନ୍ଦରରେ ୨.୩୦ ରେ ପହଞ୍ଚିବେ । ହେଲିକପ୍ଟରରେ ସିଧାସଳଖ ଯିବେ ଘଟଣା ସ୍ଥଳ । ପୁଣି ଭୁବନେଶ୍ୱର ଫେରି ତା ପରେ କଟକ ଯିବାର ପ୍ରାରମ୍ଭିକ ସୂଚନା ମିଳିଛି ।ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପାଇଁ ଆଜି ଦିନିକିଆ ଶୋକ ପାଳିବ ତାମିଲନାଡୁ। ଏ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଦେଲେ ସୂଚନା ।
ଏହି ରେଳ ଦୁର୍ଘଟଣାକୁ ନେଇ ସାରା ବିଶ୍ୱ ସ୍ତବ୍ଧ।ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଶୋକ ଓ ଆଶ୍ୱାସନାର ସୁଅ ଛୁଟୁଛି।ଆମେରିକା ସରକାରଙ୍କ SCA ଡିପାର୍ଟମେଣ୍ଟ ପକ୍ଷରୁ ଦୁଃଖ ପ୍ରକାଶ। ରେଳ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ କାନାଡା ପ୍ରଧାନମନ୍ତ୍ରୀ ଓ ତାଇୱାନ ରାଷ୍ଟ୍ରପତି ,ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଟ୍ୱିଟ୍ କରି ସମବେଦନା ଜଣାଇଲେ ।
ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କଲେ ଜାତିସଂଘ ସାଧାରଣ ପରିଷଦ ସଭାପତି କସଓ୍ବା କାରୋସି ଏବଂ ବଲିଉଡ୍ କଳାକାର ସଲ୍ମାନ୍ ଖାଁ, ଅକ୍ଷୟ କୁମାର, ପରିଣୀତି ଚୋପ୍ରା ଓ ବିରାଟ କୋହଲି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଜଣାଇଲେ ସମବେଦନା ଜଣାଇଛନ୍ତି।
ବାଲେଶ୍ୱର ବାହାନଗା ଆସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଦିନ ୧୦ଟାରେ ଷ୍ଟେସନରେ ପହଞ୍ଚିଲେ ମମତା ।
- ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆହତମାନଙ୍କୁ ଭେଟି କଲେ ଆଶୁ ଆରୋଗ୍ୟ କାମନା ।
ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କାହିଁକି ଦୁର୍ଘଟଣା ଘଟିଲା, କିଏ ଦାୟୀ, ତଦନ୍ତ ହେବ।
ଦୁଃଖ ର ବିଷୟ ଏହି ଟ୍ରେନ୍ ଦୁର୍ଘଟଣା ପରେ ମନଇଚ୍ଛା ଭଡ଼ା ବଢ଼ାଉଛନ୍ତି ବସ୍ ମାଲିକ।ବସ ଭଡ଼ା ବଢ଼ାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ କମିଶନର ଓ RTOଙ୍କୁ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ।ରେଳ ଦୁର୍ଘଟଣା ପାଇଁ ପୁରୀରୁ କଲିକତା ଯାଉଛି ସ୍ପେସିଆଲ ବସ୍।
Debasish Dash's Report
BlackCatNews, Balasore