ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ଙ୍କ ଚିଠୀ ଲେଖିଲେ ଭିନ୍ନକ୍ଷମ ଦମ୍ପତି।।.
719 Views 0 Comments | - By Black Cat News - 12 December, 2022

ମଣିଷ ଆତ୍ମ ହତ୍ୟା କାହିଁକି କରେ |କୌଣସି ଏକ ଜଟିଳ ପରିସ୍ଥିତି କୁ ସଂଘର୍ଷ କରି ଶେଷରେ ହାରି ଯାଏ ଥାଏ ସେତେବେଳେ ତାକୁ ସାହାର୍ଯ୍ୟ କରିବାକୁ କିଏ ପାଖରେ ନ ଥାନ୍ତି |ଶେଷରେ ନିରାଶ ହୋଇ ସେ ଆତ୍ମ ହତ୍ୟା କରିବାକୁ ବାଧ୍ୟ ହୁଏ |ବର୍ତମାନ ବ୍ୟସ୍ତ ବହୁଳ ଦୁନିଆ ରେ କୌଣସି ଲୋକ ଙ୍କ ପାଖରେ ସମୟ ମଧ୍ୟ ନ ଥାଏ କୌଣସି ଲୋକ ଅନ୍ୟ ଜଣ କୁ ସାହାର୍ଯ୍ୟ କରିବାକୁ |ଏଭଳି ଏକ ଅଭାବନୀୟ ଘଟଣା ଘଟିବାକୁ ଯାଉଛି କନ୍ଧମାଳ ଜିଲ୍ଲା ରେ |ସେ ବ୍ୟକ୍ତି ଜଣ କ ହେଉଛି ଦୀପକ କୁମାର ହଂସ ଯେ କି ମହା ମହିମ ରାଷ୍ଟ୍ରପତି ଙ୍କୁ ନିଜେ ପତ୍ର ଲେଖିଛନ୍ତି |ଏହା କୌଣସି ସାଧାରଣ କଥା ନୁହେଁ |ଭାବିଲେ ଵି ଦୁଃଖ ଲାଗେ | ସ୍ୱାମୀ ସ୍ତ୍ରୀ ଦୁହେଁ ଦିବ୍ୟାଙ୍ଗ |ପୁଣି 9ବର୍ଷ ପୁତ୍ର ସନ୍ତାନ ଟିଏ |
ଦୀପକ କୁମାର ହଂସ ଙ୍କ ସ୍ତ୍ରୀ 2013ମସିହା ରେ ଦାରିଙ୍ଗବାଡି ମେଡିକାଲ ଜୈନ କରିଥିଲା |ଦୀପକ କୁମାର ହଂସ ସେତେବେଳେ କେଉଁଝର ଜିଲ୍ଲା ବଡ଼ବିଲ ମାଇନସ ଚାକିରୀ କରୁଥିଲେ |କିନ୍ତୁ ଦାରିଙ୍ଗବାଡି ଏକ ଜଙ୍ଗଲପରିପୂର୍ଣ ଅଂଚଳ ହେତୁ ସେ କିଛି ଦିନ ଛୁଟି ମାଗି ତାର ସ୍ତ୍ରୀ ବିଦ୍ୟୁତ ଲତା କୁ ସାହାର୍ଯ୍ୟ କରିବାକୁ ରହିଲା |ଠିକ ସେହି ସମୟ ରେ ତାଙ୍କ ସ୍ତ୍ରୀ ର ଦେହ ଖରାପ ଆରମ୍ଭ ହେଲା |ପୂଣି ସେହି ସମୟ ରେ ଦାରିଙ୍ଗବାଡି ମେଡିକାଲ କିଏ ଜୁନିଅର କ୍ଳର୍କ ମଧ୍ୟ ନ ଥିଲେ |ଦୁର୍ବଳତା ର ସୁଯୋଗ ନେଇ ଦୀପକ ହଂସ ଙ୍କୁ ମେଡିକାଲ ଅଫିସର ବଂଶୀ ଧର ପାତ୍ର ଓ V. S କ୍ଳର୍କ କାଳିଦାସ ପ୍ରଧାନ ଦୀପକ କୁମାର ହଂସ ଙ୍କୁକମ୍ପୁଟର କାମ ରେ ପୂଣି ବିନା ଦରମା ରେ ଖଟେଇଲେ |
କିନ୍ତୁ ଦୀପକ ହଂସ କାମ କରିବା ସତ୍ୱେ ତାଙ୍କ ସ୍ତ୍ରୀ ର ନିଜ ଗ୍ରାମ କୁ ଟ୍ରାନ୍ସଫର ପାଇଁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ମଧ୍ୟ ଜଣାଇ ଥିଲେ |କିନ୍ତୁ ସେଥିରେ ମଧ୍ୟ ବିଫଳ ହୋଇ ଥିଲେ ଓ ବାଧ୍ୟ ହୋଇ ସେ ଅଫିସ ରେ ନିଜ ସ୍ତ୍ରୀ ର ରୋଗ ର ଦୁର୍ବଳତା କୁ ଦେଖି ସେ ଚାକିରୀ ଛାଡିବାକୁ ବାଧ୍ୟ ହୋଇଥିଲେ |2013ମସିହା ଅକଟୋବର ମାସ ଠାରୁ 2014 ଜୁନ ମାସ ପର୍ଯ୍ୟନ୍ତ ସେତେବେଳେ ଦାରିଙ୍ଗବାଡି ମେଡିକାଲ କୌଣସି ଆଲଟ ମେଣ୍ଟ ସେତେବେଳେ ନ ଥିଲା |
ଜୁନ ମାସ ସମୟ ରେ ଦୀପକ ହଂସ ଙ୍କ ସ୍ତ୍ରୀ ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲାତ ଙ୍କ ଡେ଼ଲିଭେରୀ ଥିଲା ଠିକ ସେହି ସମୟ ରେ ଦାରିଙ୍ଗବାଡି ମେଡିକାଲ ର ଆଲଟ ମେଣ୍ଟ ମଧ୍ୟ ଆସିବାରୁ ଦରମା ବିଲ କୌଣସି କର୍ମଚାରୀ ଙ୍କୁ ମଧ୍ୟ କମ୍ପୁଟର ରେ HRMS କରିବା ଜଣା ନ ଥିବାରୁ ଦୀପକ କୁମାର ହଂସ କୁ ଅଫିସ ତରଫରୁ ଡାକରା ଅସିଲା କିନ୍ତୁ ଦୀପକ କୁମାର ହଂସ ତାଙ୍କ ସ୍ତ୍ରୀ ଡେ଼ଲିଭେରୀ ଥିବା କାରଣ ରୁ ସେ ଯାଇ ପାରି ନ ଥିଲେ |ଦୀର୍ଘ 10ମାସ ର ଦରମା ହୋଇ ନ ଥିବାରୁ ସେଠିକାର V. S କ୍ଳର୍କ କାଳିଦାସ ପ୍ରଧାନ ପ୍ରତି କର୍ମଚାରୀ ଠାରୁ 1000ଟଙ୍କା ଲାଞ୍ଚ ମାଗିଥିଲେ |ସେତେବେଳେ ଦାରିଙ୍ଗବାଡି ମେଡିକାଲ ପ୍ରାୟ 100କର୍ମଚାରୀ ଥିଲେ |
ଦୀପକ ହଂସ ସ୍ତ୍ରୀ ବିଦ୍ୟୁତ ଲତା ଙ୍କ ଭାଇ ଶ୍ରୀ ପ୍ରଭାତ କୁମାର ନାୟକ ଜିଲ୍ଲା ମୁଖ୍ୟ ଟ୍ରେଜେରୀ କ୍ଳର୍କ ଥିବା ରୁ କେବଳ ବିଦ୍ୟୁତ ଲତା ଙ୍କ ବିଲ ସେ ନିଜେ ତିଆରି କରି ପାସ ମଧ୍ୟ କରିଦେଇଥିଲେ |ଠିକ ସେତିକ ବେଳେ ପ୍ରତିଶୋଧ ପରାୟଣ ହୋଇ ପଡିଲେ V. S କ୍ଳର୍କ କାଳିଦାସ ପ୍ରଧାନ |ଏହାର ସୁଯୋଗ ନେଇ ଦୀପକ ହଂସ କୁ ଆଉ ଅଫିସ କୁ ପ୍ରବେଶ ମଧ୍ୟ ବାରଣ କଲେ କାଳୀଦାସ ପ୍ରଧାନ ଓ ଜଣେ ବାହା ବ୍ୟକ୍ତି ମାନସ ପ୍ରଧାନ ଙ୍କୁ ତାଙ୍କ ଅଫିସ ରେ ବସାଇଲେ |କାହିଁକି ନା ଭିଜଲେନସ ଭୟ ରେ | ସେହି ଦିନ ଠାରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲାତ ଙ୍କୁ ହଇରାଣ କରିବାରେ ମଧ୍ୟ ପଛେଇ ନ ଥିଲେ |ବାରମ୍ବାର ହଇରାଣ ଓ ଦରମା ପାଇଁ ଲାଞ୍ଚ ନଚେତ ଅନ୍ୟତ୍ର ବଦଳି ବାରମ୍ବାର କଲେ |2019ମସିହା ରେ RCM ବିଲ କରିବା ପାଇଁ 12ହଜାର ମାନସ ପ୍ରଧାନ ଦ୍ୱରା ମାଗି ଥିଲେ |ଦେଇ ଥିଲେ କିନ୍ତୁ ସେ ପାଇଲେ ମାତ୍ର 5000ଟଙ୍କା |
ସ୍ୱାସ୍ଥ୍ୟ କର୍ମୀ ଙ୍କ ସ୍ୱାମୀ ଯେତେବେଳେ ଅଫିସ ରେ ଯାଇ ସମସ୍ତ ଙ୍କୁ କହିଲେ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଟୋଟାଲ ଦରମା ଯେତେବେଳେ ବନ୍ଦ କରିଦେଲେ ସ୍ୱାମୀ ସ୍ତ୍ରୀ ପୁତ୍ର ସନ୍ତାନ ଟିକୁ ଧରି କନ୍ଧମାଳ ଜିଲ୍ଲା ପାଳ ଙ୍କ ଅଫିସ ସମୁଖରେ ଧାରଣା ଵି ଦେଲେ |ସେହି ମାସ ସ୍ୱାମୀ ସ୍ତ୍ରୀ ଦୁହେଁ ବାଧ୍ୟ ହୋଇ ରାଜ୍ୟ ମାନବ ଅଧିକାର କମିଶନ ଙ୍କ କେଶ No. 2199/2019ନମ୍ବର ଦ୍ୱାରା ଗୁହାରି ଜଣାଇବାରୁ କନ୍ଧମାଳ ପ୍ରଶାସନ ତରତରିଆ ପସରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଡେପୁଟେସନ ଆଣିଥିଲେ |ସ୍ୱାମୀ ସ୍ତ୍ରୀ ଦୁହେଁ ଦିବ୍ୟାଙ୍ଗ ଥିବାରୁ ଦୀପକ ହଂସ ଏକ ଦୋକାନ କରି ସାମ୍ବାଦିକ ତା କୁ ଆପଣେଇ ନେଇଥିଲେ |ତାଙ୍କ ସାମ୍ବାଦିକ ଉଚ୍ଚ ଓ ନିର୍ମଳ ଥିବାରୁ କିଛି ଠିକାଦାର, ସରକାର କିଛି ଚାମଗିରି ଲୋକ ଓ କିଛି ତାଙ୍କ ଅଫିସ କର୍ମଚାରୀ ଆକ୍ରୋଶ ର ଶିକାର ସେ ପଡ଼ିଥିଲେ |
ତାଙ୍କୁ ମାଡ଼ ଵି ମାରିବା ସତ୍ୱେ ଜୀବନ ରୁ ମାରିବା ପାଇଁ ଚେଷ୍ଟା ଵି କରାଯାଇଛି |ଏଥିରେ ମଧ୍ୟ ବିଫଳ ହେଲେ | ପୂଣି ଠିକାଦାର ଶ୍ରୀକାନ୍ତ ସାହୁ, ମଧ୍ୟାହ୍ନ ଭୋଜନ ହଡପ କାରୀ ଏବଂ ନାରୀ ମାଂସ ଲୋଭି ଶିକ୍ଷକ କିଶୋର କହ୍ନର ଶ୍ରୀ ଦୀପକ ହଂସ କୁ ଜାତି ଆଣ କେଶ ରେ ଫସାଇବା କୁ ଚକାପାଦ ଭୀମ ଓ ପଥର କଟା ବସନ୍ତ ର ସାହାର୍ଯ୍ୟ ଲୋଡ଼ିଥିଲେ |ସେଥିରେ ମଧ୍ୟ ବିଫଳ ହୋଇ ଥିବା ରୁ ଚକାପାଦ ଗ୍ରାମ ର ଶ୍ରବଣ କୁ ନେଇ ଵାଣିଗୋଚ୍ଛା ବିନ୍ଦାରୁ ନାୟକ ସାହାର୍ଯ୍ୟ ଲୋଡ଼ିଥିଲ |ସେଥିରେ ମଧ୍ୟ ବିଫଳ ହୋଇ ଥିଲେ | ଏଥିରେ ମଧ୍ୟ ସେମାନେ ବିଫଳ ହେବାରୁ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ବନ୍ଦନା ପଣ୍ଡା ଦ୍ୱାରା ଚକାପାଦ ଥାନା ରେ ଏକ କେଶ ମିଛ କେଶ ମଧ୍ୟ ଦେବା ରେ ପଛେଇ ନାହାନ୍ତି |
ବନ୍ଦନା ପଣ୍ଡା ଯେଉଁ କେଶ ଦେଇ ଛନ୍ତି ସେହି ଦିନ ଦୀପକ ହଂସ, IIC ଧୀରଜ ଲେଙ୍କା ଙ୍କ ନିର୍ଦେଶ ରେ ସେ ସେହି କାମ କରିଥିଲେ | ଏହି କେଶ ମୁକ ସାକ୍ଷୀ IIC ଧୀରଜ ଲେଙ୍କା, କନେଷ୍ଟବଲ ବିଷ୍ଣୁ ସେଠି, ସମିତି ସଭ୍ୟ ଶିବ ଶଙ୍କର ପ୍ରଧାନ, ପ୍ରକାଶ ପୃଷ୍ଟି କିନ୍ତୁ ଦିଆଗଲା ମିଛ ତାଙ୍କ ଗୋଷ୍ଠୀ କିଛି ସାକ୍ଷୀ ଙ୍କ ନାମ |ଶେଷର ସମସ୍ତେ ମିଶି ଭୁବନେଶ୍ୱର କୌଣସି ନେତା ଙ୍କ ସାହାର୍ଯ୍ୟ ଲୋଡ଼ିଥିଲେ ଓ ଦୀପକ ଙ୍କ ଦିବ୍ୟାଙ୍ଗ ସ୍ତ୍ରୀ କୁ ପୁଣି ଦାରିଙ୍ଗବାଡି ଡେପୁଟେସନ କେନସଲ କରିବାରେ ସଫଳ ହୋଇ ଥିଲେ | କୌଣସି ଉଦେଶ୍ୟ ରଖି ବ୍ରହ୍ମପୁର ମେଡିକାଲ ବୋର୍ଡ କୁ ପଠେଇ ଦେଇଥିଲେ |କିନ୍ତୁ ବ୍ରହ୍ମପୁର ଯେଉଁ ଡାକ୍ତର ଆସୁଛନ୍ତି ସ୍ୱାତୀ ମିଶ୍ର କୁ କୌଣସି ଫିଟନେସ ସାର୍ଟିଫିକେଟ ନ ଦେବା ପାଇଁ ମନା ଵି କରାଯାଇଥିଲା |
ଶେଷ ରେ ଦୀପକ ହଂସ କଟକ ବଡ଼ ମେଡିକାଲ ପ୍ରଫେସର ଶାରଦା ପ୍ରସାଦ ସ୍ୱାଇଁ ଠାରେ ଚିକିତ୍ସା ହୋଇ ସମ୍ପୂର୍ଣ ସୁସ୍ଥ ସାର୍ଟିଫିକେଟ ଆଣିଲା ପରେ ସେହି ସାର୍ଟିଫିକେଟ କୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନା କରି ଦେଇଥିଲେ | ଓ ବାରମ୍ବାର ଫର୍ମାଟ ରେ ଆଣିବାକୁ ଓ କାଉଣ୍ଟର Signature କହୁଛନ୍ତି | ପୁଣି ମେଡିକାଲ ବୋର୍ଡ ମଧ୍ୟ ପାସ କରିଥିବାରୁ CDMO ଓ ତାଙ୍କ ଷ୍ଟେନୋ ଏହି ସାର୍ଟିଫିକେଟ ଭୁଲ ଏବଂ face ସାର୍ଟିଫିକେଟ ବିଭିନ୍ନ ଆଳ ଦେଖାଉ ଛନ୍ତି |ଶେଷରେ ଦୀପକ ହଂସ ଓ ତାଙ୍କ ସ୍ତ୍ରୀ କନ୍ଧମାଳ ଜିଲ୍ଲା ପାଳ 4ଥର ଭେଟିଛନ୍ତି |ଶେଷରେ କନ୍ଧମାଳ ଜିଲ୍ଲା ପାଳ ଙ୍କ ଗ୍ରୀଭେନସ କୁ ଯିବାରୁ ଜିଲ୍ଲା ପାଳ ମଧ୍ୟ ଏହା Face ସାର୍ଟିଫିକେଟ ଓ ସାମ୍ବାଦିକ ଛାଡିବାକୁ କହିଥିଲେ ନଚେତ ଜେଲ ର ଧମକ ଵି ଦେଇଥିଲେ |ଶେଷରେ ନିଜ ପୁତ୍ର ଶିକ୍ଷା ଦେଇ ନ ପାରିବାରୁ କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଆୟୋଗ ଶେଷରେ ହାତ ମାରି କୌଣସି ଅନାଥ ଆଶ୍ରମ କୁ ନେଇ ଯିବା ରୁ ଶେଷରେ ଦୀପକ କୁମାର ହଂସ ଓ ତାଙ୍କ ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ ଭାରତ ର ମହା ମହିମ ରାଷ୍ଟ୍ରପତି ଙ୍କୁ ଆତ୍ମହତ୍ୟା ପାଇଁ ଶେଷରେ ନିବେଦନ କରିଛନ୍ତି |
ମହାମହିମ ରାଷ୍ଟ୍ରପତି ଓଡିଶା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ କୁମାର ମହାପାତ୍ର ଙ୍କୁ ନିର୍ଦେଶ ଦେଇଛନ୍ତି |ଆଜି ଶେଷରେ ସ୍ୱାମୀ ଓ ସ୍ତ୍ରୀ ଗଣ ମାଧ୍ୟମ ଆଗରେ ସମସ୍ତ ତଥ୍ୟ ରଖି ଛନ୍ତି ଆଉ କହି ଛନ୍ତି ସମସ୍ତ ଙ୍କ CDR ଯାଞ୍ଚ ହେଉ ଓ 2014ମସିହା ର HRMS ମଧ୍ୟ ତଦନ୍ତ ପରିସର ଭୁକ୍ତ ହେଉ ଏବଂ ଠିକାଦାର ଶ୍ରୀକାନ୍ତ ସାହୁ, ରଞ୍ଜନ ସାହୁ, ଶିକ୍ଷକ କିଶୋର କହଁର, ଡାକ୍ତର ବନ୍ଦନା ପଣ୍ଡା, ଡାକ୍ତର ଲିପିକା ପ୍ରଧାନ, ଡାକ୍ତର ଭବାନୀ ଶଙ୍କର ଦାସ, ଡାକ୍ତର ନିଶାନ , CDMO ରାଜଶ୍ରୀ ପଟ୍ଟନାୟକ, CDMO ମନୋଜ କୁମାର ଉପାଧ୍ୟାୟ, CDMO ଅଫିସ ର ବଡ଼ ବାବୁ ପ୍ରଦୀପ ବେହେରା, ପାଢ଼ୀ କ୍ଳର୍କ, ଷ୍ଟେନୋ ସିଂ ବାବୁ, କନ୍ଧମାଳ ଜିଲ୍ଲା ପାଳ ଶ୍ରୀ ଆଶିଷ ଈଶ୍ୱର ପଟେଲ ଓ କିଛି ରାଜ ନେତା ମଧ୍ୟ୍ୟ ଏଥିରେ ସମୃକ୍ତ ଅଛନ୍ତି ଏହି ସମସ୍ତ ଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ଓ କେଉଁ କାରଣ କେଉଁ ଉଦେଶ୍ୟ ରେ କନ୍ଧମାଳ ଶ୍ରୀ ଦୀପକ ହଂସ କୁ ସାମ୍ବାଦିକ ଛାଡିବାକୁ ବାଧ୍ୟ ନଚେତ ଜେଲ ର ଧମକ ଦେଇଛନ୍ତି |
ସବୁ ଅଧିକାର ଯେତେବେଳେ ସରକାର ଓ ପ୍ରଶାସନ ଦୀପକ ରୁ ନେଇ ଯିବାକୁ ଚେଷ୍ଟା କରୁଛନ୍ତି ସେ ଦୁହେଁ ସ୍ୱାମୀ, ସ୍ତ୍ରୀ ଓ ପୁତ୍ର ସନ୍ତାନ ଏଥିରେ ମାନସିକ ଭାରସାମ୍ୟ ହରାଇ ଆତ୍ମ ହତ୍ୟା ପାଇଁ ମହା ମହିମ ରାଷ୍ଟ୍ରପତି ଙ୍କୁ ପତ୍ର ଲେଖିବାକୁ ବାଧ୍ୟ ହୋଇଛନ୍ତି |
Sashmita Mallik's Report
BlackCatNews, Kandhamal