ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା, ଉଠିଲା ଅସମାହିତ ପ୍ରଶ୍ନ ।।.
856 Views 0 Comments | - By Black Cat News - 20 December, 2022

ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା, ସେ କଣ୍ଟାବାଂଜୀ ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ମେଡିକାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କଲେ ଡାକ୍ତର, ଉଠିଲା ଅସମାହିତ ପ୍ରଶ୍ନ ।
କୋର୍ଟରେ ହାଜର ପୂର୍ବରୁ କାହିଁକି ଆତ୍ମହତ୍ୟା କଲେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ ସମ୍ବଲପୁର ପ୍ରିଜନ୍ ରେଞ୍ଜ୍ ଡିଆଇଜି ଅନସୂୟା ଜେନା , ଅନସୂୟାଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜେଲ୍ ବିଭାଗର ନିର୍ଦ୍ଦେଶ!
ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ପ୍ରେସ ମିଟ୍ କରିଛନ୍ତି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର । ଜେଲ୍ ରେ ଜଣେ ବିଚାରଧୀନ କଏଦୀ କିପରି ଆତ୍ମହତ୍ୟା କଲେ ପଚାରିବାରୁ ଜେଲ ଡିଆଇଜି କହିଛନ୍ତି ରିପୋର୍ଟ ଆସିଲ ପରେ ଯାହା ଅଫିସିଆଲ ଆକ୍ସ ନେବା କଥା ଆମେ ନେବୁ ।
ଜେଲର ରିପୋର୍ଟ କରିବା ଅନୁସାରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଆତ୍ମହତ୍ୟା ଘୋଷଣା କରିଛନ୍ତି । ଏନଏଚଆରସି ଗାଇଡଲାଇନ ଅନୁସାରେ କଷ୍ଟୋଡିଆଲ ଡେଥ୍ ର ଇନକ୍ୱାରୀ କରାଯିବ । ଏହାସହ ଆମ ପକ୍ଷରୁ ମଧ୍ୟ ତଦନ୍ତ ହେବ । ଯେଉଁମାନଙ୍କର ଅବହେଳା ପାଇଁ ସୁସାଇଡ୍ ଭଳି ଜିନିଷ ହେଲା ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ହାଇ ଲେଭଲ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । କାହା ଅବହେଳାରୁ ଏହା ହେଲା ସେହି ରିପୋର୍ଟ ଆସିବା ପରେ ତଦନ୍ତ ହେବ ବୋଲି କହିଛନ୍ତି ଜେଲ ଡିଆଇଜି ।
ଆତ୍ମହତ୍ୟା ନୁହେଁ, ଏହା ସୁଚିନ୍ତିତ ହତ୍ୟା
ତଥ୍ୟ ପୋଛିବାକୁ ଅପରାଧୀ ନେତାଙ୍କର ଏହା ଉଦେଶ୍ୟ । ଏହା ଆତ୍ମହତ୍ୟା ନୁହେଁ ଏହା ସୁଚିନ୍ତିତ ହତ୍ୟା । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ରାଜ୍ୟ ପୋଲିସ ଉପରେ ଆଉ ଭରସା ନାହିଁ ସେଥିପାଇଁ ଏହି ଘଟଣାରେ ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।
ଜେଲ୍ ରେ କଏଦୀଙ୍କ ଉପରେ ପୁରା ନଜର ରଖାଯାଏ । ଖାଇବାକୁ ଦେବା ପୂର୍ବରୁ ଖାଦ୍ୟ ଚଖାଯାଏ । ହେଲେ ସେଠାରେ ଦଉଢି କେଉଁଠୁ ଆସିଲା । ଜଣେ ବିଚାରଧୀନ କଏଦୀ ଯଦି ଆତ୍ମହତ୍ୟା କରୁଛି କେହି କେମିତି ଜାଣିପାରିଲେ ନାହିଁ । ସବ୍ ଜେଲର୍ ଓ ସୁପରିଟେଣ୍ଡଣ୍ଟ କେହି କେମିତି ଜାଣିପାରିଲେ ନାହିଁ । ଏହା ବଡ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି ।
ଏହି ଘଟଣାରେ ମୂଳରୁ ବିଜେପି ସିବିଆଇ ଘଟଣା ଦାବି କରିଆସୁଥିଲା । ହେଲେ ଏହି ଘଟଣାରେ ରାଜ୍ୟ ସରକାରଙ୍କର ବଡ ବଡ ନେତା ମନ୍ତ୍ରୀ ସମ୍ପୃକ୍ତ ଥିବାରୁ ସରକାର ଏହାକୁ ଅଣଦେଖା କଲେ । ଅନ୍ୟପଟେ ରାଜ୍ୟ ସରକାରଙ୍କୁ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ଏହାସହ ସେ କହିଛନ୍ତି ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ସହ ମାମଲାର ସମସ୍ତ ତଥ୍ୟ ଲୁଚିଗଲା । ଆଜି ମମିତା ହତ୍ୟା ମାମଲାର ସବୁ ତଥ୍ୟ ସରକାରୀ ଖାତାରୁ ଲିଭେଇ ଦିଆଗଲା । ଆଜି ଇତିଶ୍ରୀ, ବେବିନା ଘଟଣାର ପୁନରାବୃତ୍ତି କରାଗଲା ଓଡିଶାରେ ।
Sashmita Mallik's Report
BlackCatNews, Balangir