ବିଦେଶବିମାନ ବନ୍ଦରରେ ପିଟି ହେଲା ବସ୍ ।।.
222 Views 0 Comments | - By Black Cat News - 19 June, 2023

ବିମାନ ବନ୍ଦରରେ ପିଟି ହେଲା ବସ୍ । ଗୁରୁତର କେହି ହୋଇ ନଥିବା ବେଳେ ଆହତ ହୋଇଛନ୍ତି 10 । ବସରେ ଯାତ୍ରୀ 15 ଥିବା ବେଳେ କ୍ରୁ ମେମ୍ବର ଥିଲେ 2 । ବିମାନ ବନ୍ଦରରୁ ବସ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ନେଇ ଆସୁଥିବା ବେଳେ, ବସ ଡ୍ରାଇଭରର ଆଖି ଲାଗି ଯାଇଥିଲ। ଯାହାଫଳରେ ବସ ତାର ନିଯନ୍ତ୍ରଣ ହରାଇ ବିମାନ ବନ୍ଦରର ଏକ ପୋଲ ଯାଇ ପିଟି ହୋଇଥିଲା । ଆଜି ସକାଳ 5 ରେ ବେଙ୍ଗାଲୁରର କେମ୍ପେଗୋଡା ଆନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଥିଲା । ବସ ଟି ପୋଲରେ ପିଟି ହେବା ସମୟରେ ସେଥିରେ 17 ଜଣ ସେମ୍ବର ଥିଲାବେଳେ ସେଥିରୁ 7ଜଣ ସୁରକ୍ଷିତ ଥିବା ଜଣାପଡିଛି ।
ଆହତ 10 ଜଣଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । 5ଜଣଙ୍କୁ ଡାକ୍ତର ଡିସ୍ଚାର୍ଜ କରାଯାଇଛି। ପ୍ରକୃତରେ ଡ୍ରଇଭରର ଲାଖି ଲାଗିଯିବା କରଣରୁ ଦୁର୍ଘଟଣା ହୋଇଛି କି ଅନ୍ୟ କେଉଁ କାରଣ ରହିଛି ତାହା ଜଣାପଡି ନାହିଁ ।କାରଣ ଜାମିବା ପାଇଁ କେମ୍ପେଗୋଡା ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l
Sandesh Kumar Sahu's Report
BlackCatNews, Ganjam