ଛିଡା ଟ୍ରକରେ ପିଟିଲା ଅନ୍ୟ ଏକ ଟ୍ରକ୍, ହେଲପର ଦୁଇଖଣ୍ଡ ଓ ଚାଳକ ଗୁରୁତର ।।.
84 Views 0 Comments | - By Black Cat News - 23 June, 2023

କେନ୍ଦୁଝର: ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ୨୦ ନମ୍ୱର ଜାତୀୟ ରାଜପଥର ବାଇପାସ ନିକଟରେ ଏକ ଛିଡା ୧୨ ଚକିଆ ଟ୍ରକରେ ଅନ୍ୟ ଏକ ୧୪ ଚକିଆ ଟ୍ରକ ବାଡେଇ ହେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୪ ଚକିଆ ଟ୍ରକ ହେଲପର ଦୁଇଖଣ୍ଡ ହୋଇ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଟ୍ରକର ଚାଳକ ଗୁରୁତର ହୋଇଥିବା ଜଣା ପଡିଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
KHALANANDA SHARMA's Report
BlackCatNews, Keonjhar