×
Login

ନୟାଗଡ଼ ଝିଅ ଅଙ୍କିତା ପାଇଲେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସମ୍ମାନ ।।.

82 Views 0 Comments | - By Black Cat News - 13 July, 2023

mediafile1688318277.png

ନୟାଗଡ଼ -: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ପନ୍ତିଖାରୀ ଶାସନର ମେଧାବୀ ଛାତ୍ରୀ ଅଙ୍କିତା ଆଚାର୍ଯ୍ୟ ପୁଣି ଥରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ସେ ରଥଯାତ୍ରା ଉପଲକ୍ଷେ ୨୦ ତାରିଖ ଦିନ ମାତ୍ର ୨ ମିନିଟ୍ ୫୫ ସେକେଣ୍ଡରେ ଜଗନ୍ନାଥାଷ୍ଟକମ୍ ପାଠ କରିବା ସହିତ ଏହାର ରେକର୍ଡ଼ ଆଇବିଆରର ସମ୍ପାଦନା ମଣ୍ଡଳୀକୁ ପଠାଇଥିଲେ । ଯାହାକି ଉକ୍ତ ସମ୍ପାଦନା ମଣ୍ଡଳୀଙ୍କ ଦ୍ବାରା ପ୍ରଶଂସିତ ହେବା ସହିତ ୨୭ ତାରିଖରେ ସଂପୃକ୍ତ ଅଧିକୃତ ସଂସ୍ଥା ଦ୍ବାରା ୨ୟ ଥର ନିମନ୍ତେ ଅନୁମୋଦିତ ହୋଇଥିବା ଜଣାପଡ଼ିଛି । ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇବାକୁ ଯୋଗ୍ୟବିବେଚିତ ହୋଇଛନ୍ତି ।

ଗତ ବର୍ଷ ଅଗଷ୍ଟ ୨୧ ରେ ୨ ମିନିଟ ୧୬ ସେକେଣ୍ଡରେ ଶ୍ରୀମଦ୍ଭଗବତ୍ ଗୀତା ସମ୍ପୂର୍ଣ୍ଣ ଦ୍ବାଦଶ ଅଧ୍ୟାୟ ଗାୟନ କରି ପ୍ରଥମ ଥର ନିମନ୍ତେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ସୁନାମ ଆଣିଥିଲେ । ଏହା ସହିତ ସେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କଦ୍ବାରା ବୃତ୍ତି ପାଉଥିବା ବେଳେ ସଂସ୍କାର ଧର୍ମୀ ଟେଲି ଫିଲ୍ମରେ ଅଭିନୟ କରିଛନ୍ତି । ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ଶତକଡା ୯୬ ଭାଗ ନମ୍ବର ରଖି କୃତିତ୍ଵ ହାସଲ କରିବା ସହିତ ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗରରେ ବିଜ୍ଞାନରେ ଯୁକ୍ତ ୨ରେ ଅଧ୍ୟୟନ କରୁଛନ୍ତି। ସେ ଓଡ଼ଗାଁ ପନ୍ତିଖାରୀ ଶାସନର ମନୋରଞ୍ଜନ ଆଚାର୍ଯ୍ୟ ଓ ସ୍ଵୟଂପ୍ରଜ୍ଞା ଆଚାର୍ଯ୍ୟଙ୍କ କନ୍ୟା ଅଟନ୍ତି । ପିତାମାତାଙ୍କ ଆଦର୍ଶ ଓ ପ୍ରେରଣାକୁ ସେ ସର୍ବଦା ଶ୍ରେୟ ଦେଇଛନ୍ତି।

DIPAK KUMAR SAHOO's Report
BlackCatNews, Nayagarh

#

Also Read

×