×
Login

ତାଲିବାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ : ପଞ୍ଜଶୀର ଘାଟିକୁ ପ୍ରବେଶ ।.

196 Views 0 Comments | - By Black Cat News - 26 August, 2021

mediafile1629971865.jpg

କାବୁଲ  ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ବର୍ବରତା ବଢିବାରେ ଲାଗିଛି । ଜନସାଧାରଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଛନ୍ତି ତାଲିବାନୀ । ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇ ସାରିଛନ୍ତି । କିନ୍ତୁ ଏବେବି ଏମିତି ଏକ ଅଞ୍ଚଳ ରହିଛି ଯାହାକୁ କି ସେମାନେ କବ୍‌ଜା କରିବାକୁ ସକ୍ଷମ ହୋଇନାହାନ୍ତି । ଆଫଗାନିସ୍ତାନର ପଞ୍ଜଶୀର ଯେଉଁଠାରେ କି ଆମେରିକା ଏବଂ ଋଷ ଭଳି ଦେଶ ମଧ୍ୟ ପଶିବାକୁ ଭୟ କରନ୍ତି । ସେଠାରେ ବର୍ତ୍ତମାନ ତାଲିବାନ ବିରୁଦ୍ଧରେ ଲଢେଇ ପାଇଁ ପ୍ରସ୍ତୁତ ଚଳାଇଥିଲେ ପଞ୍ଜଶୀରର ସିଂହ କୁହାଯାଉଥିବା ଅହମ୍ମଦ ଶାହା ମସୁଦଙ୍କ ପୁଅ ଅହମ୍ମଦ ମସୁଦ ।

କିନ୍ତୁ ବର୍ତ୍ତମାନ ଖବର ଅନୁଯାୟୀ, ତାଲିବାନୀମାନେ ପଞ୍ଜଶୀର ଭିତରକୁ ପ୍ରବେଶ କରିବା ଆରମ୍ଭ କରିଦେଇଛନ୍ତି । ପଞ୍ଜଶୀର ଘାଟିରେ ତାଲିବାନ ଏବଂ ନର୍ଦନ୍‌ ଆଲିୟାନ୍ସ ମଧ୍ୟରେ ଜବରଦ୍ସତ ଯୁଦ୍ଧ ଆରମ୍ଭ ହୋଇଛି । ପୂର୍ବରୁ ପଞ୍ଜଶୀର ଘାଟିରେ ପ୍ରବେଶ କରିପାରିନଥିଲା ତାଲିବାନ । ତେବେ ବର୍ତ୍ତମାନ ସେଠାରେ ତାଲିବାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ପ୍ରବଳ ଗୁଳିକାଣ୍ଡ ଜାରି ରହିଛି ।ତାଲିବାନୀମାନେ ପଞ୍ଜଶୀର ଘାଟିରେ ପ୍ରବେଶ କରିବା ଆରମ୍ଭ କରିବା ମାତ୍ରେ ପାଲଟା ଜବାବ ଦେଉଛନ୍ତି ଅହମ୍ମଦ ମାସୁଦଙ୍କ ସେନା । ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଥିବା ଜଣାପଡିଛି । ଅହମ୍ମଦ ମାସୁଦଙ୍କ ସେନା, ତାଲିବାନକୁ କୌଣସି ମତେ ପଞ୍ଜଶୀର ଘାଟିରେ ପୁରାଇ ଦେଉନାହିଁ ।ପୂର୍ବରୁ ନ୍ୟୁଜ ଏଜେନ୍ସି ଅଲଜଜୀରା ଦାବି କରିଥିଲା ଯେ, ଅହମ୍ମଦ ଶାହା ମସୁଦର ପୁଅ ଅହମ୍ମଦ ମସୁଦ ତାଲିବାନୀଙ୍କ ସହିତ ହାତ ମିଳାଇ ଦେଇଛି । କିନ୍ତୁ ଏହାକୁ ଭୁଲ ପ୍ରମାଣିତ ହୋଇଛି । ମିଳିଥିବା ରିପୋର୍ଟ ଅନୁସାରେ, ପଞ୍ଜଶୀର ଘାଟିରେ ଉଭୟ ପଟୁ ଭବରଦସ୍ତ ଗୁଳିଗୋଳା ଜାରି ରହିଛି । ଅହମ୍ମଦ ମସୁଦ ନର୍ଦନ୍‌ ଆଲିଆନ୍ସ ଗଢିବା ପରେ ତାଲିବାନ ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ବାନ ଦେଇଥିଲେ । ସେ କେବେ ବି ତାଲିବାନକୁ ସେଠାରେ କବ୍‌ଜା କରିବାକୁ ଦେଇନଥିଲେ ।

ତେବେ ବର୍ତ୍ତମାନ ସେଠାରେ ତାଲିବାନୀ ଆତଙ୍କବାଦୀମାନେ ପଶିବାକୁ ଉଦ୍ୟମ କରିବାରୁ ଉଭୟଙ୍କ ମଧ୍ୟରେ ଜୋରଦାର ଲଢେଇ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ମୃତାହତ ହେଲେଣି ସେ ନେଇ ସୂଚନା ମିଳିନାହିଁ ।ବାଗଲାନ୍ ପ୍ରଦେଶର ତିନୋଟି ଜିଲ୍ଲା ହରାଇବା ପରେ ତାଲିବାନ ମଧ୍ୟ ପୁନର୍ବାର ଯୁଦ୍ଧ ଚଳାଇଛି। ଏହି ଜିଲ୍ଲାଗୁଡ଼ିକରେ ପୁନର୍ବାର ତାଲିବାନ ଦ୍ୱାରା ଲଢେଇ ଜୋରଦାର ହୋଇଛି । ଖବର ମୁତାବକ, ତାଲିବାନ ବାଗଲାନ ପ୍ରଦେଶର ବାନୁ ଏବଂ ଆଣ୍ଡ୍ରାବରେ ପୁଣି ଆକ୍ରମଣ ଆରମ୍ଭ କରିଛି।ଆଜି କାବୁଲ ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ମଧ୍ୟରେ ତାଲିବାନ ଗୁଳି ଚଳାଇଥିଲା । ଯାହାଫଳରେ ସେଠାରେ ୭ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ବାସ୍ତବରେ, ଆଫଗାନିସ୍ତାନ ଛାଡିବା ପାଇଁ ଲୋକମାନେ କ୍ରମାଗତ ଭାବରେ କାବୁଲ ବିମାନବନ୍ଦରରେ ପହଞ୍ଚୁଛନ୍ତି ଏବଂ ସେଠାରେ ହଜାର ହଜାର ଲୋକଙ୍କ ଭିଡ ଜମୁଛି । ଅନ୍ୟପଟେ ତାଲିବାନମାନେ ଆଫଗାନିସ୍ତାନର ପୋଲିସ ମୁଖ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

SATYABRATA SWAIN's Report
BlackCatNews, Delhi

#

Also Read
Related News


mediafile1656280292.jpeg
ମାଲକାନଗିରି: ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ।
27 June, 2022
mediafile1656194738.jpeg
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।
26 June, 2022
mediafile1655709182.jpg
ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।
20 June, 2022
mediafile1655239631.jpg
ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ।
15 June, 2022
mediafile1655076597.jpeg
ମାଲକାନଗିରି: ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।
13 June, 2022
mediafile1654893970.jpeg
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ।
11 June, 2022

×