ସୁକିନ୍ଦା ପ୍ରାଣୀଚିକିତ୍ସା କେନ୍ଦ୍ରରେ ଚାଷୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଅନୁଷ୍ଠିତ.
167 Views 0 Comments | - By Black Cat News - 29 August, 2021

ସୁକିନ୍ଦା ପ୍ରାଣୀଚିକିତ୍ସା କେନ୍ଦ୍ରରେ ସ୍ଥାନୀୟ ଅଞ୍ଚଳର ଚାଷୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ |
ସୁକିନ୍ଦା ପ୍ରାଣୀଚିକିତ୍ସା କେନ୍ଦ୍ରରେ ଶୁକ୍ରବାର ଦିବା 1 ଘଟିକା ସମୟରେ ସୁକିନ୍ଦାର ବିଭିନ୍ନ ଅଞ୍ଚଳର ଚାଷୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ଗୋଇଯାଇଥିବା ବେଳେ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର CDVO ରମେଶ ଚନ୍ଦ୍ର ବେହେରା ଯୋଗ ଦେଉଥିବା ବେଳେ ମୁଖ୍ୟ ଅତିଥିଙ୍କୁ ସ୍ଥାନୀୟ ସାମ୍ବାଦିକ ବିମଳେନ୍ଦୁ ବେହୁରା ପୁଷ୍ପବୁଛ ଦେଇ ସ୍ୱାଗତ କରିଥିଲେ । ଏହି ଶିବିରରେ ସ୍ଥାନୀୟ ପ୍ରଣିଚିକିତ୍ସା କେନ୍ଦ୍ରର VS ଡାକ୍ତର ଚିରଞ୍ଜୀବ ସାହୁ ଓ AVAS ଡାକ୍ତର ଶୁଭଶ୍ରୀ ନାୟକଙ୍କ ଉପସ୍ଥିତରେ ଏହି ଶିବିର ଅରମ୍ବ ହୋଇଟଥିବାବେଳେ ଚାଷୀ ମାନେ କିପରି ପ୍ରାଣୀ ମାନଙ୍କର ଖାଦ୍ୟ ଶୈଳୀ ପ୍ରସ୍ତୁତି କରି ଅଧିକ ଲାଭ ପାଇପାରିବେ ସେହି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶେଷରେ ସ୍ଥାନୀୟ ଚାଷୀ ତଥା ଶିକ୍ଷକ ଗଙ୍ଗାଧର ସାହୁ ଧନ୍ୟବାଦ ଅର୍ପଣକରି ସଭା ଭଙ୍ଗ ହୋଇଥିଲା ।
Jigyansu Sahoo's Report
BlackCatNews, Jajpur