×
Login

ସାମ୍ବାଦିକ Arindam Das ଙ୍କୁ ମିଳିଥିଲା ଲକ୍ଷ ଲକ୍ଷ ଟଙ୍କା ହେଲେ ଓଡ୍ରାଫ୍ ଯବାନ ସୀତାରାମଙ୍.

394 Views 0 Comments | - By Black Cat News - 27 September, 2021

mediafile1632677998.jpg

 ବନ୍ଧୁଗଣ, ମୁଣ୍ଡଳୀ ହାତୀ ଫସିବା ଏବଂ ଡଙ୍ଗା ବୁଡ଼ି ଘଟଣା ଓଡ଼ିଶା ସାରା ଚର୍ଚ୍ଚାର ବିଷୟ ପାଲଟି ଥିଲା। ହେଲେ ଲୋକେ ଭୁଲିଗଲେ ODRAF ଯବାନ ସୀତାରାମ ମୁର୍ମୁଙ୍କୁ। ଯିଏ ନିଜ ଜୀବନକୁ ପାଣି ଛଡ଼ାଇ ହାତୀ ଘଉଡେଇବା ପାଇଁ ନଦୀ ମଧ୍ୟକୁ ଯାଇଥିଲେ।

ମିଡିଆରେ ହାଇ ଲାଇଟ ହେଲେ TRP ପାଇଁ ଯାଇଥିବା ସାମ୍ବାଦିକ ଅରିନ୍ଦମ ତାଙ୍କ ପରିବାରକୁ ମିଳିଲା ପ୍ରଚୁର ଟଙ୍କା। ହେଲେ ସରକାର ଭୁଲିଗଲେ ହାତୀ ବଞ୍ଚାଇବା ପାଇଁ ଯାଇଥିବା ଯବାନ ସୀତାରାମ ମୁର୍ମୁଙ୍କୁ। ଲୋକେ ମଧ୍ୟ ଭୁଲିଗଲେ।

ସୂଚନାଯୋଗ୍ୟ ଯେ, ମହାନଦୀରେ ହାତୀକୁ ଉଦ୍ଧାର କରିବାକୁ ଯାଇ ବୋଟ ବୁଡିଯାଇଥିବା ଘଟଣାରେ ନିଖୋଜ ଓଡ୍ରାଫ ଯବାନଙ୍କ ମୃତ୍ୟୁ ହୋଇଥିଲା।ବର୍ତ୍ତମାନ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି।ମହାନଦୀକୁ ହାତୀକୁ ଉଦ୍ଧାର କରିବାକୁ ଯାଇ ନିଖୋଜ ଓଡ୍ରାଫ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା।

ଅଣ୍ଡର ୱାଟର ଡ୍ରାଇଭର ସିତାରାମ ମୁର୍ମୁଙ୍କ ମୃତ ଦେହ ଠାବ କରାଯାଇଛି।ଯାହାକି ଘଟଣାକୁ ନେଇ ସାରା ରାଜ୍ୟରେ ଦୁଃଖର ଛାୟା ଖେଳିଯାଇଥିବା ବେଳେ ନିଖୋଜ ଯବାନଙ୍କୁ ଖୋଜା ଚାଲିଥିଲା।

କଖଡି, ମହାକାଳ ପଡା, ଗୁମିସ ସାହି ନିକଟରୁ ମୃତ ଦେହ ଉଦ୍ଧାର ହୋଇଛି।ଭାସି ଯାଉଥିବା ବେଳେ ମୃତ ଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ ଟିମ ସହିତ କ୍ୟାମେରା ମ୍ୟାନ ସାତ ଜଣ ପାଣି ଭିତରକୁ ଯାଇଥିଲେ।କିନ୍ତୁ ଦୁର୍ଭାଗ୍ୟ ବଶତଃ ବୋଟଟି ଓଲଟି ଯାଇଥିଲା।ଏବଂ ସେଥିରେ ଓ ଟି ଭି ରିପୋର୍ଟର ଅରିନ୍ଦମଙ୍କ ମୃତ୍ୟୁ ଘଟିଥିଲା।

ଓଡ୍ରାଫ ଟିମର ଜଣେ ଯବାନ ନିଖୋଜ ମଧ୍ୟ ଥିଲେ।କାଲି ଠାରୁ ସର୍ଚ୍ଚ ଅପସନ ଜାରି ଥିବା ବେଳେ ଆଜି ତାଙ୍କ ମୃତ ଦେହକୁ ଠାବ କରାଯାଇଛି।ସୀତାରାମ ମୁନମୁନ ସାହାଙ୍କ ମୃତ ଦେହ ବର୍ତ୍ତମାନ ଠାବ କରାଯାଇଛି।ସେମାନଙ୍କ ପରିବାର ବ୍ୟକ୍ତି ଅନେକ ଦୁଃଖରେ ଭାଙ୍ଗି ପଡିଛନ୍ତି।ଆସନ୍ତୁ ଶୁଣିବା।ତାଙ୍କ ପରିବାର ଲୋକେ କହିଛନ୍ତି ସେ ଚାରିଟା ବେଳେ ଯାଇଥିଲେ ଏବଂ ଫେରି ଆସିବେ ବୋଲି କହିଛନ୍ତି।

ଫେରି ଆସିଲେ ଆମେ ମେଡ଼ିକାଲ ଯିବୁ।ଝିଅର ଦେହ ଖରାପ।ତାକୁ ଦେଖେଇବାକୁ ମେଡ଼ିକାଲ ଯିବୁ।କିନ୍ତୁ ତାଙ୍କର ମୃତ ଦେହ ମିଳିବା ପରେ ତାଙ୍କ ପରିବାର ଲୋକ ଚିନ୍ତିତ ହୋଇପଡିଛନ୍ତି।ସେମାନଙ୍କୁ କାନ୍ଦୁଥିବାର ଦେଖାଯାଇଛି।ଏହା ତାଙ୍କ ପରିବାର ପକ୍ଷ ପାଇଁ ଏକ ବହୁତ ବଡ଼ ଦୁଃଖର ଖବର ଅଟେ।ତାଙ୍କ ଭାଇ କବିଛନ୍ତି ଆମେ ଦୁହେଁ ଭାଇ,

ମୋ ଭାଇ ମୋର ଏକ ଡାହାଣ ହାତ ଭଳି ଥିଲା।ଓ ସେ ଭାଇ ପାଇଁ ମୁଁ ଗର୍ବ ଅନୁଭବ କରୁଥିଲି।ବର୍ତ୍ତମାନ ସେ ଚାଲିଯିବା ପରେ ମୁଁ ଭାଇ ବିହୀନ ହୋଇଗଲି।ସେ ମଧ୍ୟ ଏହାକୁ ନେଇ ଖୁବ ଦୁଃଖିତ ଅଛନ୍ତି।ଏବଂ କାନ୍ଦ କାନ୍ଦ ଅବସ୍ଥାରେ ଏହି କଥା କହିଛନ୍ତି।ଏଭଳି ପରିସ୍ଥିତିରେ ତାଙ୍କ ପରିବାର ପକ୍ଷ ପାଇଁ ଏପରି ଘଟଣା ଘଟିବା ତାଙ୍କ ପାଇଁ ଏକ ଅପ୍ରୀତିକର ପରିସ୍ଥିତି ପାଲଟିଯାଇଛି।

ତେବେ ସେ ପ୍ରାୟ ୫୦୦ ଲୋକଙ୍କ ଜୀବନ ରକ୍ଷା କରିଥିବା ଏକ ବିଶେଷ ରେକର୍ଡ ତାଙ୍କ ନାମରେ ଅଛି,କିନ୍ତୁ ଅନ୍ୟର ଜୀବନ ବଂଚେଇବା ପାଇଁ ଯିବା ସମାୟାରେ ଏଭଳି ଏକ ବିପଦ ଆସିଛି ଯାହା ସହଜରେ ଗ୍ରହଣ କରି ପାରୁନାହାଁନ୍ତି।

ପରିବାର ଲୋକ ଓ ସାଙ୍ଗସାଥି କେହି ମଧ୍ୟ,ସମସ୍ତଙ୍କୁ ସେଇ ବଡ ଦୁଃଖ ଗ୍ରାସ କରିଛି କୁଆଡେ ଉଜୁଡ଼ିଗଲା ଦୁଇ ଦୁଇଟି ପରିବାର,ସୀତାରାମ ମୁଁର୍ମୁ ଙ୍କ ପରିବାର କହିଲେ ସ୍ତ୍ରୀ ଓ ଜଣେ ୧୨ ବର୍ଷ ର ପୁଅ ଓ ୪ ବର୍ଷ ର ଝିଅ,ତାଙ୍କ ଅକାଳ ବିୟୋଗ ରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି। ତେବେ ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ଏଭଳି ଅଧିକ ପୋଷ୍ଟ ପାଇଁ ତଳେ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ।

SATYABRATA SWAIN's Report
BlackCatNews, Mayurbhanj

#

Also Read

×