×
Login

ମାଲକାନଗିରି ମହାବିଦ୍ୟାଳୟରେ ବିଶ୍ଵ ବାଣିଜ୍ୟ ଦିବସ ପାଳିତ ।।.

54 Views 0 Comments | - By Black Cat News - 8 August, 2023

mediafile1691503263.jpg

ମାଲକାନଗିରି,୦୭.୦୮:- ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ତରଫରୁ ଆଜି ବିଶ୍ଵ ବାଣିଜ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାଟି ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ସୂର୍ଯ୍ୟ ନାରାୟଣ ଭ୍ରମା ସରକାରୀ ପ୍ରିଡର ଏବଂ ପିପି ଯୋଗଦାନ କରି ଛାତ୍ର ଛାତ୍ରୀ ଙ୍କୁ ବାଣିଜ୍ୟ ବିଷୟରେ ସଂପୂର୍ଣ୍ଣ ରୂପେ ବୁଝାଇ ଥିଲେ । ମୁଖ୍ୟ ବକ୍ତା ସୁରେଶ ସୋମାନି ବାଣିଜ୍ୟ ସଂଘର ସଭାପତି ମାଲକାନଗିରି ଅନ୍ନନିତ ଜିଲ୍ଲାରେ ନାମ ଲେଖାଇ ମାଲକାନଗିରି ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିବା ପାଇଁ ଆହ୍ବାନ ଦେଇଥିଲେ ।


ସ୍ବତନ୍ତ୍ର ଅତିଥି ଡ଼ଃ. ଉଦୟ ନାଥ ଖରା, ପରିଚାଳନାର ସଭାପତି ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଅଶୋକ କୁମାର ଷଡଙ୍ଗୀ ପ୍ରାଧ୍ୟାପକ ଅର୍ଥଶାସ୍ତ୍ର ବିଭାଗ ଯୋଗଦାନ କରି ସି.ଏ ପଢି ଉଚ୍ଚ ଦରମା ପାଇବା ପାଇଁ ପରାମର୍ଶ ଦେଇଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ. ରଞ୍ଜନ କୁମାର ସ୍ବାଇଁ ସ୍ବାଗତ ଭାଷଣ ସହ ମଞ୍ଚ ପ୍ରଚଳନ କରିଥିଲେ । ଆରତୀ ଲୁଗୁନୁ ଅଧ୍ୟାପିକା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ୨୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରି ରଚନା, ତର୍କ ଏବଂ ସାଧାରଣ ଜ୍ଞାନ ରେ ଭାଗ ନେଇଥିଲେ ।

ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପୁରଷ୍କାର ବିତରଣ କରାଯାଇଥିଲା । ନମିତା ଦଣ୍ଡସେନା ଇତିହାସ ବିଭାଗର ମୁଖ୍ୟ ନିଜର ମତ ପ୍ରକାଶ କରିଥିଲେ । ଦୀପ୍ତି ରେଖା ମିଶ୍ର, ସ୍ନିଗ୍ଧା ସର୍ଦ୍ଦାର, ଆଦିତ୍ୟ ପାଢି, ଜଗନ୍ ଦାସ ଏବଂ ବରିଷ୍ଠ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ । ସଭା ଶେଷରେ ବି. ଗୁପ୍ତେଶ୍ୱର ରାଓ ଉପସ୍ଥିତ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Pabitra Biswas's Report
BlackCatNews, Malkangiri


Also Read

×