କେବେ ଲଗାମ ଲାଗିବ ଓଡ଼ିଶା ଟାଟା ପାୱାର କମ୍ପାନୀର ଶୋଷଣ ।।.
164 Views 0 Comments | - By Black Cat News - 30 July, 2023

ମାଲକାନଗିରି,୨୮/୦୭:- ମାଲକାନଗିରି ଜିଲ୍ଲାରେ ଚାଲିଛି ଟାଟା ପାୱାର କମ୍ପାନୀର ଶୋଷଣ, ବିଦ୍ୟୁତ ବିଭାଗ ସବୁ ଜାଣି ଚୁପ । ଆଉ କେବେ ଲଗାମ ଲଗାଇବ ଓଡ଼ିଶା ସରକାର ଟାଟା କମ୍ପାନୀକୁ, ଆଉ କେତେ ଶୋଷଣ କରିବ ସାଧାରଣ ଲୋକଙ୍କ ପଇସା, ସରକାର କଣ କିଛି ଜାଣୁ ନାହାଁନ୍ତି ଟାଟା ପାୱାର କମ୍ପାନୀ ଓଡ଼ିଶା ସାରା କେମିତି ସାଧାରଣ ଲୋକଙ୍କୁ ଠକୁଛନ୍ତି, ଟାଟା ପାୱାର ର ମନଇଚ୍ଛା କାର୍ଯ୍ୟକ୍ରମ କୁ କେବେ ଲଗାମ ଲଗାଯିବ । ଆଜି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଗିରିକାନପାଲ୍ଲୀ ପଞ୍ଚାୟତ ର ଏମ୍.ଭି:- ୯୫ ଗ୍ରାମରେ ଦୀର୍ଘ ୪୬ ଦିନ ପରେ ବିଦ୍ୟୁତ ବିଲ ଦେବାକୁ ଆସିଥିଲେ, ତାହା ପରେ ଯାହା ହେଲା ତାହା ଦେଖିଲେ ଆପଣ ବି ଚମକି ପଡ଼ିବେ, କିପରି ଭାବରେ ଟାଟା ପାୱାର କମ୍ପାନୀ ଓଡ଼ିଶା ର ସାଧାରଣ ଲୋକଙ୍କୁ ଠକୁଛନ୍ତି ।
ଆପଣ କେବେ ଆପଣଙ୍କ ବିଲ ଦେଖିଛନ୍ତି କି ? ଯଦି ଦେଖି ନାହାନ୍ତି ତୋ ଦେଖି ନିୟନ୍ତୁ ଆଉ ସଜାଗ ହୁଅନ୍ତୁ କିପରି ଟାଟା କମ୍ପାନୀକୁ ଓଡ଼ିଶା ସାରା ସାଧାରଣ ଲୋକଙ୍କୁ ଠକୁଛନ୍ତି, ଆପଣଙ୍କ ଅଞ୍ଚଳରେ କେତେ ଦିନ ପରେ ପରେ ବିଦ୍ୟୁତ ବିଲ ଆସିବା କଥା ଓ ଏହା କେତେ ଦିନ ପରେ ଆସୁଛି, ଆପଣ ଯଦି ଭଲ ଭାବରେ ଦେଖିବେ ତୋ ଆପଣ ବି ଜାଣି ଯିବେ ଯେ ଟାଟା କମ୍ପାନୀକୁ ଆପଣଙ୍କୁ କିପରି ଠକୁଛନ୍ତି, ଆପଣ ଜାଣିବା କଥା ଯେ ଗୋଟିଏ ମାସ ରେ ଆପଣଙ୍କୁ ବିଦ୍ୟୁତ ବିଲ ଆସିବା କଥା କିନ୍ତୁ ତାହା ଆସୁଛି କି ? ଯଦି ଆସୁନି ତୋ ଆପଣ ଜାଣି ନିୟନ୍ତୁ ଆପଣଙ୍କୁ କିପରି ଠକୁଛନ୍ତି ଟାଟା କମ୍ପାନୀକୁ । ଓଡ଼ିଶା ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜଣେ ବିଦ୍ୟୁତ ଉପଭୋକ୍ତା ସର୍ବ ପ୍ରଥମେ ୫୦ ୟୁନିଟ ପର୍ଯ୍ୟନ୍ତ ୩ ଟଙ୍କା ଲେଖାଏଁ ଦେବ ଓ ୫୦ ୟୁନିଟ ରୁ ୧୫୦ ୟୁନିଟ ପର୍ଯ୍ୟନ୍ତ ୪ ଟଙ୍କା ୮ ପଇସା ଲେଖାଏଁ ଦେବ ଏବଂ ୧୫୦ ୟୁନିଟ ରୁ ଉପରକୁ ଗଲେ ତାହା ୫ ଟଙ୍କା ୮ ପଇସା ଲେଖାଏଁ ଦେବ, ବର୍ତ୍ତମାନ ଟାଟା କମ୍ପାନୀକୁ କିନ୍ତୁ କେବେ ହେଲେ ତାର ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟୁତ ବିଲ ଦେବାକୁ ଆସୁ ନାହାନ୍ତି ବରଂ ସେମାନେ ଦୁଇ ନଚେତ ତିନି ମାସ ପରେ ଆସି ବିଲ ଦେଉଛନ୍ତି ଯେଉଁଠି ସମ୍ପୂର୍ଣ୍ଣ ଦୁଇ କିମ୍ବା ତିନି ମାସର ବିଲ ଏକା ସାଙ୍ଗରେ ନିଆଯାଇଛି ।
ଏଠାରେ ଦେଖିବା କଥା ଯେ ମାସରେ ୫୦ ୟୁନିଟ ୩ ଟଙ୍କା ଲେଖାଏଁ ନେବା କଥା କିନ୍ତୁ ସେମାନେ ଠିକ ସେହି ହିସାବରେ ୫୦ ୟୁନିଟ କୁ ୩ ଟଙ୍କା ଲେଖାଏଁ ନେଉଛନ୍ତି, ଯେଉଁଠି ଦୁଇ ମାସ ପରେ ଆସିଲେ ୧୦୦ ୟୁନିଟ ପର୍ଯ୍ୟନ୍ତ ୩ ଟଙ୍କା ଲେଖାଏଁ ନେବା କଥା ଓ ଯଦି ସେମାନେ ତିନି ମାସ ପରେ ଆସୁଛନ୍ତି ତୋ ସେଠାରେ ୧୫୦ ୟୁନିଟ କୁ ତିନି ଟଙ୍କା ଲେଖାଏଁ ନେବା କଥା କିନ୍ତୁ ସେମାନେ ତାହା କରୁ ନାହାନ୍ତି ସେମାନେ ସେହି ଦୁଇ କିମ୍ବା ତିନି ମାସ ପରେ ଆସି ଯେତେ ୟୁନିଟ ହେଲେ ସମ୍ପୂର୍ଣ୍ଣ ୫୦ ୟୁନିଟ କୁ ୩ ଟଙ୍କା ଲେଖାଏଁ ନେଉଛନ୍ତି ଓ ୫୦ ୟୁନିଟ ରୁ ୧୫୦ ୟୁନିଟ ପର୍ଯ୍ୟନ୍ତ ୩ ଟଙ୍କା ୮ ପଇସା ନେଉଛନ୍ତି ଏବଂ ୧୫୦ ୟୁନିଟ ରୁ ଅଧିକ ହେଲେ ତାହା ୫ ଟଙ୍କା ୮ ପଇସା ନେଉଛନ୍ତି, ଯାହା କୁ ସାଧାରଣ ଲୋକେ ବୁଝୁ ନାହାନ୍ତି ବୋଲି ଏହି ପରି ଭାବରେ ଟାଟା ପାୱାର କମ୍ପାନୀର ଠକମିର ଶିକାର ହେଉଛନ୍ତି । ସାଧାରଣ ଲୋକଙ୍କ କହିବା କଥା ଏହି କି ଯେ ସରକାର ଏହା ପ୍ରତି ଟିକେ ନଜର ପକାନ୍ତୁ ନଚେତ ଏହି ତଥ୍ୟ ଆଗାମୀ ଦିନରେ ବହୁତ ଖରାପ ପ୍ରଭାବ ପକାଇବ ।
Pabitra Biswas's Report
BlackCatNews, Malkangiri