×
Login

ମତଦାନ ପ୍ରମାଣ ପତ୍ର ସହ ଆଧାର କାର୍ଡ ର ସଂଯୋଗୀ କରଣ ପାଇଁ ସଚେତନତା ଶିବିର ଅନୁଷ୍ଠିତ ।.

145 Views 0 Comments | - By Black Cat News - 23 August, 2022

mediafile1661260071.jpg

ମାଲକାନଗିରି,୨୩/୦୮:- ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ତରଫରୁ ମତ ଦାନ ପ୍ରମାଣ ପତ୍ର ସହ ଆଧାର ପ୍ରମାଣ ପତ୍ର ସଂଯୋଗି କରଣ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦେଇ ଛାତ୍ର ଛାତ୍ରୀ ମାନକୁ ଉଜ୍ଜ୍ୱଳ ଭାବିଷଦ ସହିତ ସେମାନଙ୍କ ସାମିଧାନିକ ଅଧିକାର ବିଷୟରେ ସଚେତନତା କରିଥିଲେ ଏଥି ସହିତ ମତ ଦାନ ଏବଂ ଆଧାର ପ୍ରମାଣ ପତ୍ର ର ସୁଫଳ ବିଷୟରେ ବକ୍ତବ୍ୟ ଦେଇଥିଲେ । ସମାନୀୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗୀ ଯୋଗଦେଇ ମତ ଦାତା ଏବଂ ଆଧାର ପ୍ରମାଣ ପତ୍ରର ସଂଯୋଗିକରଣ ବିଷୟରେ ପୁଙ୍ଖା ନୁ ପୁଙ୍ଖ ଗୀୟନ ପ୍ରଧାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବାଣିଜ୍ୟ ବିଭାଗ ର ମୁଖ୍ୟ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ପରିଚାଳନା କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଇତିହାସ ବିଭାଗ ର ମୁଖ୍ୟ ନମିତା ଦଣ୍ଡ ସେନା ନାଗରିକ ମାନଙ୍କ ଅଧିକାର ଏବଂ ମତ ଦାତା ଏବଂ ଆଧାର ପ୍ରମାଣ ପତ୍ର ର ବିଶେଷ୍ୟତ ବିଷୟରେ ସଚେତନତା କରାଇଥିଲେ । ଏହି ସଭା କୁ ମାଲକାନଗିରି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ଜୀମୁତ ନାୟକ ଏବଂ ତପନ କୁମାର ବେହେରା ପ୍ରତୀକ୍ଷ ସହଯୋଗ  କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୨୦୦ ଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଥିଲେ ଏବଂ ଶେଷରେ ଅଧ୍ୟାପକ ଡ଼ଃ ଗୋକୁଳାନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Pabitra Biswas's Report
BlackCatNews, Malkangiri


Also Read

×