ଝାରସୁଗୁଡା ରେଳଷ୍ଟେସନକୁ ଦିଲ୍ଲୀ ବୋର୍ଡ ଚେୟାରମେନ ପେକ କମିଟିଙ୍କ ପରିଦର୍ଶନ।.
116 Views 0 Comments | - By Black Cat News - 21 November, 2022

ଝାରସୁଗୁଡା (୨୦/୧୧) ଦକ୍ଷିଣ ପୂର୍ବ ହାୱାଡା ବମ୍ବେ ମୁଖ୍ୟ ରେଳପଥ ଝାରସୁଗୁଡା ରେଳଷ୍ଟେସନରେ ଟ୍ରେନ ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ଓ ସୁବିଧା ସୁଯୋଗକୁ ନେଇ ଦିଲ୍ଲୀ ବୋର୍ଡ ଚେୟାରମେନ ପେକ କମିଟି ଇନ୍ସପେକ୍ସନରେ ପହଞ୍ଚିଥିଲେ ।
ପାସେଞ୍ଜର ଆମେନିଟି କମିଟିର ମ୍ୟାନେଜର ଦିଲିପ କୁମାର ମଲ୍ଲିକ , ଅଜୟ କୁମାର ୟାଦବ , ବିଚିତ୍ରା ନାରାୟଣ କଲିତା , ଅଭିଜିତ ଦାସ , ପ୍ରମୁଖ ସହ ଏରିଆ କମର୍ସିଆଲ ମ୍ୟାନେଜର ଏ କେ ମିଶ୍ର , ଏଡିଇଏନ ୟାଦବ , ଏଆରଏମ ଅଜିତ ପଣ୍ଡା ,ଷ୍ଟେସନ ମ୍ୟାନେଜର ଡି , ବେହୁରାଙ୍କ ଉପସ୍ଥିତିରେ ପେକ କମିଟିର ସମସ୍ତ ସଦସ୍ୟ ଝାରସୁଗୁଡା ରେଳଷ୍ଟସନରେ ଟ୍ରେନ ଯାତ୍ରୀଙ୍କ ଖାଦ୍ୟପେୟ , ଶୌଚାଳୟ , ପ୍ଳାଟଫର୍ମ ବ୍ୟବସ୍ଥା , ସିଟିଙ୍ଗ ସିଷ୍ଟମ , ରହଣୀ ବ୍ୟବସ୍ଥା , ପାଣିସମସ୍ୟା , ଯାନବାହାନ ପାର୍କିଙ୍ଗ ଇତ୍ୟାଦିର ତଦାରଖ କରିଥିଲେ ,
ଏଥିରେ ରେଳବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ( ଓସି ) ରାକେଶ ମୋହନ , ଏସ କେ ବାରିକ ସହିତ ରେଳ ଉପଭୋକ୍ତା କମିଟିର ସଦସ୍ୟ ତଥା ସାଂସଦ ପ୍ରତିନିଧି ଲଲିତ ମଗର , ନୋବଲ ଶର୍ମା , ନେତାଜୀ ପଟ୍ଟନାୟକ , ଗୋପାଳ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।
DILESWAR BAG's Report
BlackCatNews, Jharsuguda