×
Login

ଉଦୟଗିରି: ପ୍ରେସ କ୍ଲବ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। .

34 Views 0 Comments | - By Black Cat News - 31 July, 2022

mediafile1659273952.png

ଜି. ଉଦୟଗିରି ସିର୍କୀ ଘାଇ ନିକଟସ୍ଥ ବନବିଭାଗ ଅଧୀନସ୍ଥ ନର୍ସରୀ ପରିସର ମଧ୍ୟରେ "ପ୍ରେସ କ୍ଲବ" ପକ୍ଷରୁ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଯୋଗ ଦେଇଥିବା ବେଳେ ବନବିଭାଗ ଅଧିକାରିଣୀ ମିନାକ୍ଷୀ କୁମୁରା ସମସ୍ତ ଚାରା ରୋପଣ କାର୍ଯ୍ୟକ୍ରମ ଦାୟିତ୍ୱ ପରିଚାଳନା କରିଥିଲେ । ବୃକ୍ଷ ହିଁ ଜୀବନ ଏବଂ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ନିହାତି ଜରୁରୀ ଏବଂ ପରିବେଷ ଉପରେ ନିଜ ନିଜ ମତା ମତ ରଖିଥିଲେ । 


ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ପତିତପାବନ ସାହୁ, ଦେବନାଥ ଦଳବେହେରା, ସମୀର କୁମାର ପାଢ଼ୀ, ରାମକୃଷ୍ଣ ଚୌଧୁରୀ,ଅରୁଣ କୁମାର ଷଡ଼ଙ୍ଗୀ,ପ୍ରସନ୍ନ କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ପାଢ଼ୀ, ଗଗନ କୁମାର ପ୍ରଧାନ, ଅନିଲ କୁମାର ଦଳବେହେରା, ଚନ୍ଦ୍ରଶେଖର ପାଢ଼ୀ, ସାମନ୍ତ ଶେଖର ନାୟକ, ସୁଜିତ କୁମାର ସାହୁ, ଏନ. ରାଜା ରାଓ ଏବଂ କେ. ଲିଲିମା ରାଓ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ ।  ଶେଷରେ ବନରଖି ପ୍ରବୀଣ କୁମାର ଦାସ ଉପସ୍ଥିତ ସମସ୍ତ ପ୍ରେସ କ୍ଲବ ସଦସ୍ୟ,ସଦସ୍ୟା ଏବଂ ମୁଖ୍ୟ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Anil Kumar Dalabehera's Report
BlackCatNews, Kandhamal


Also Read

×