×
Login

ଭଦ୍ରକ: ନବଜୀବନ ଫାଉଣ୍ଡେସନ ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ।.

82 Views 0 Comments | - By Black Cat News - 31 July, 2022

mediafile1659277710.jpeg

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ବେତଳିଗାଁ ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର କ୍ୟାମ୍ପସ ମଧ୍ୟରେ ନବଜୀବନ ଫାଉଣ୍ଡେସନ ଆନୁ କୁଲ୍ୟରେ ଗଛଟିଏ ମିତ ସେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।ଏହି ବୃକ୍ଷ ରୋପଣ କର୍ଯ୍ୟକ୍ରମରେ ନବଜୀବନ ଫାଉଣ୍ଡେସନ ର ସଭାପତି ମାନସ ରଞ୍ଜନ ସାହୁ , ସମସ୍ତ ସଭ୍ୟ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମେଡିକାଲ ପରିସର ମଧ୍ୟରେ ପାଖାପାଖି 20ଟି ଗଛ ଲଗାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ା.ଶାଶ୍ଵତୀ ଦାସ ,ବିଶିଷ୍ଟ ଆଇନ୍ ଯିବି ରମେଶ ଚନ୍ଦ୍ର ବେହେରା,ସ୍ଥାନୀୟ  ସରପଂଚ ସୁଶାନ୍ତ ନାୟକ ,ଧୁସୂରି ପଞ୍ଚାୟତ ର ପୂର୍ବତନ ସରପଂଚ ପରମାନନ୍ଦ ସାୟନ୍ତ ଆଦି ଯୋଗଦାନ କରିଥିଲେ।ନବଜୀବନ ଫାଉଣ୍ଡେସନ 2017 ରୁ ପ୍ରତିବର୍ଷ ବୃକ୍ଷ ରୋପଣ କରି ଆସୁଛି।


ଆଜି ପର୍ଯ୍ୟନ୍ତ ଏହି ପାଞ୍ଚ ବର୍ଷ ମଧ୍ୟରେ ପାଖାପାଖି ଦୁଇ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ କଲେଜ ସ୍କୁଲ ଓ ଡାକ୍ତରଖାନା ପରିସର ମଧ୍ୟରେ ଲଗାଇ ସାରିଲେଣି।ଏହା ବ୍ୟତିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଓ ବିଭିନ୍ନ ସମୟରେ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ଆସିଛି।ମାନସ ରଞ୍ଜନ କହିଥିଲେ ଯେ ଆମଜିବନ୍ କାଳ ମଧ୍ୟରେ ଅତିକମରେ 10 ଗୋଟି ଗଛ ଲଗାଇବା ଦରକାର ଓ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ଜନ୍ମଦିନ ପାଳନ ସମୟରେ ଅତିକମରେ ଗୋଟିଏ ଗଛ ଲଗାଇବା ଦରକାର। ସେ ମଧ୍ୟ ବୃକ୍ଷକୁ ସୃଜନ ବ୍ୟକ୍ତି ସହିତ ତୁଳନା କରିବା ସହିତ ବକ୍ତାମାନେ ବୃକ୍ଷର ଉପକାରିତା ବୃକ୍ଷ ପ୍ରଦାନ କରୁଥିବା ବିଭିନ୍ନ ଦ୍ରବ୍ୟ ବିଷୟରେ ଆଲୋକପାତ କରିଥିଲେ।ଆଜି ଯେଉଁ ଗ୍ଲୋବାଲ ୱର୍ମିଁ ସ୍ୱଳ୍ପ ବୃଷ୍ଟିର କାରଣ  ମଧ୍ୟ ବୃକ୍ଷ ର ସ୍ୱଳ୍ପତା  ବୋଲି ଦର୍ଶାଇ ଥିଲେ।ଏତଦ୍ ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷ୍ୟା ବିତ୍ ପ୍ରଭଞ୍ଜନ ସାହୁ,କ୍ଷୀରୋଦ କୁମାର ବାଳ,ସମାଜ ସେବୀ ମାର୍କଣ୍ଡ ଜେନା ,ତ୍ରିଲୋଚନ ଦାସ,ଅନ୍ତର୍ଯ୍ୟାମୀ ଦାସ,ମନୋଜ ଜେନା,ବିନୋଦ ଜେନା,ବିଶିଷ୍ଟ ପରିବେଶ ବିତ ଲାଲମୋହନ ନାୟକ,ପ୍ରଦ୍ୟୁମ୍ନ ନୟକ୍ଷିଧନ୍ତ ସ୍ୱାଇଁ ଓଗୌରାଙ୍ଗ ବାରିକ ଆଦି ଯୋଗ ଦେଇଥିଲେ ।

Punil Kumar Samanta's Report
BlackCatNews, Bhadrak


Also Read

×