ବାଲେଶ୍ଵର ଜିଲ୍ଲା ସମ୍ମିଳନୀ କକ୍ଷରେ ଆୟୋଜିତ ଷଷ୍ଠ ଜିଲ୍ଲା ପରିଷଦ ର ତୃତୀୟ ବୈଠକ ।.
12 Views 0 Comments | - By Black Cat News - 23 June, 2022

ବାଲେଶ୍ବର ଜିଲ୍ଲା ସମ୍ମିଳନୀ କକ୍ଷରେ ଆୟୋଜିତ ଷଷ୍ଠ ଜିଲ୍ଲା ପରିଷଦ ବାଲେଶ୍ବର ର ତୃତୀୟ ବୈଠକରେ ରେ ଜିଲ୍ଲାର ପୂର୍ତ୍ତ ବିଭାଗ, ଶକ୍ତି ବିଭାଗ, ଶିକ୍ଷ୍ୟା ବିଭାଗ, ଖାଉଟି ଓ ଯୋଗାଣ ବିଭାଗ, କୃଷି ବିଭାଗ ଏବଂ ଜଳସେଚନ ବିଭାଗ, ପାନୀୟ ଜଳ ବିଭାଗ, ଜଳ ନିଷ୍କାସନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଗଲା
ଏହି ସଭା ରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ପାତ୍ର, ମାନନୀୟା ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ , ମାନ୍ୟବର ବାଲେଶ୍ବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡା, ମାନ୍ୟବର ବସ୍ତା ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ, ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସୁକାନ୍ତ କୁମାର ନାୟକ, ସଦର ବିଧାୟକ ସ୍ଵରୁପ କୁମାର ଦାସ,, ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଜିଲ୍ଲା ଉପ ପରିଷଦ ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ପ୍ରଧାନ,, ନୂତନ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଜିଲ୍ଲା ଗ୍ରାମୀଣ ବିକାଶ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ, ସମସ୍ତ ଜିଲ୍ଲା ପରିଷଦ ଏବଂ ସମସ୍ତ ବ୍ଲକ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।
Debasish Dash's Report
BlackCatNews, Balasore