×
Login

ବାଲିଗୁଡା: କ୍ଷତ୍ରିୟ ଖଣ୍ଡାୟତ ସମାଜ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ।.

199 Views 0 Comments | - By Black Cat News - 15 June, 2022

mediafile1655238750.jpg

ବାଲିଗୁଡା:- ମାଁ ପାଟ୍ଟଖଣ୍ଡା ପାଞ୍ଚ ବନ୍ଧୁ ସମାଜ  ସାରଙ୍ଗଡ଼  ଷୋହଳ ମୁଠା ଅଞ୍ଚଳ ର ବାର୍ଷିକ ସାଧାରଣ ବୈଠକ ପୁରୁଣା ସାହି ମା ମଙ୍ଗଳା କଲ୍ୟାଣୀ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକ ରେ ପାତ୍ର ସମାଜ, ପୂଜାରୀ ସମାଜ, ବିଷୋୟୀ ସମାଜ,ଦଳପତି ସମାଜ ଓ କୋଠଦଲେଇ  ସମାଜ ର କ୍ଷତ୍ରିୟ ଓ ଖଣ୍ଡାୟତ ଭାଇ ମାନେ ଯୋଗ ଦେଇଥିଲେ।ସଭାପତି ଶ୍ରୀ ଡମ୍ବୁରୁଧର ପାତ୍ର ପ୍ରଦୀପ ପ୍ରଜ୍ବଳନ ସହ ବୈଠକ କୁ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ସମ୍ପାଦକ ଶ୍ରୀ ଅମୂଲ୍ୟ ବିଷୋୟୀ ବିବରଣୀ ପାଠ କରିଥିଲେ ।ବୈଠକ ରେ ମହାସମ୍ମିଳନି ଆୟୋଜନ ପୂର୍ବକ ଯୁବଶକ୍ତି କୁ ସଂସ୍କାର ଶିକ୍ଷା,ନାରୀ ଶିକ୍ଷା,ପାରିବାରିକ ସର୍ଭେ ସମ୍ବନ୍ଧ ରେ ଆଲୋଚନା ହୋଇଥିଲା।ଉପଦେଷ୍ଟା ଶ୍ଵେତବାନ ପୂଜାରୀ,ମହାଦେବ ପୂଜାରୀ,ନରସିଂହ ବିଷୋୟୀ,ମତାମତ ଦେବା ସହ ଉପସଭାପତି ବସନ୍ତ ପୂଜାରୀ,ସହଦେବ ପାତ୍ର,ରାକେଶ କୋଠଦଳାଇ,ତ୍ରିନାଥ ଠାକୁର ବିଷୋୟୀ,କେଶବ କୋଠଦଲେଇ,ଗୌରାଙ୍ଗ ବିଷୋୟୀ,ଉମାକାନ୍ତ ବିଷୋୟୀ ,ପୀତବାସ ବିଶୋୟୀ,ମୁଗ୍ରି ଦଳପତି, ଦଳପତି ସହ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।ଆଗାମୀ ବୈଠକ ଆସନ୍ତା ଜୁନ 26 ରେ ଅନୁଷ୍ଠିତ ହୋଇ ସେଦିନ ମହସମ୍ମିଳନି ର ତାରିଖ ଧାର୍ଯ୍ୟ କରାଯିଵାପାଇଁ ସ୍ଥିର କରାଗଲା

Sandeep Kumar's Report
BlackCatNews, Kandhamal


Also Read

×