ସରପଞ୍ଚ ପ୍ରଦାନ କଲେ କଳାକାର ଭତା ପ୍ରମାଣ ପତ୍ର ।।.
36 Views 0 Comments | - By Black Cat News - 19 March, 2023

ଟିକାବାଲି -19/3/2023/କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚlୟାତ କାର୍ଯ୍ୟଳୟ ରେ ସରପଞ୍ଚ ରୁନିତା କହଁର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି କଳାକାର ଭତା ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ l ସୂଚନା ପ୍ରକାରେ ଜ଼ିଲ୍ଲା ସଂକୃତି ଅଧିକାରୀ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ସେଠି ଙ୍କ ତ୍ୱତ ବଧାନରେ ପୂର୍ବରୁ କଳାକାର ଭତା ପାଇଁ କଳାକାର ମାନଙ୍କୁ ନେଇ କଳାକାର ପରୀକ୍ଷା (ଅଡିସନ )କରାଯାଇଥିଲା l ସେହି ଅନୁସାରେ ଆଜି କୃତି କଳାକାର ଙ୍କୁ କଇଁଝର ସରପଞ୍ଚ ଶ୍ରୀ ମତୀ ରୁନିତା କହଁର ଭତା ପ୍ରଦାନ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ କଇଁଝର ପଂଚାୟତ ରେ ଅଧିକ ସଂଖ୍ୟକ ଅର୍ଥାତ ପଞ୍ଚାବାନ ଜଣ କଳାକାର ଭତା ପାଇଁ ଯୋଗ୍ୟ ହୋଉଥିବାରୁ ସରପଞ୍ଚ ଙ୍କ ସମେତ ସମସ୍ତ ଅଞ୍ଚଳବାସୀ ଖୁସି ଥିବା ବ୍ୟକ୍ତ କରିଛନ୍ତି l ଏଥିରେ ଟିକାବାଲି ବ୍ଲକ ପାରମ୍ପରିକ ଲୋକକଳାକାର ସାଂସ୍କୃତିକ ସଂଘ ର ସଭାପତି ଶ୍ରୀ ଯୁକ୍ତ କ୍ରିଷ୍ଣା ଚନ୍ଦ୍ର ଡିଗଲ (ବୁଲୁ )ଉପସ୍ଥିତ ସମସ୍ତ କଳାକାର ଙ୍କୁ..କଳା ବଂଚେଇବା ସହିତ କଳାକାର ସଂଘ ଙ୍କୁ ସୁଦୃଢ କରିବାକୁ ଉତ୍ସlହିତ କରିଥିଲେ ଏବଂ ଯୋଗ୍ୟତା ହାସଲ କରି ନ ଥିବା କଳାକାର ଙ୍କୁ ମନ ଦୁଃଖ ନ କରି ପୁଣି ଥରେ ଅଡିସନ ରେ ଭଗନେଇ ସଫଳ ହେବାକୁ ଆହ୍ୱାନ ଦେଥିଲେ l ପୂର୍ବତନ ସରପଞ୍ଚ ପ୍ରକାଶ କହଁର, ଜି ଆର ଏସ ତଥା ସଂଗୀତ କଳାକାର ସାମନ୍ତ ଡିଗାଲ, ଯୋଗାଣ ସହାୟକ ସୁକାନ୍ତ କୁମାର ଡିଗାଲ,ପଞ୍ଚlୟତ କାର୍ଯ୍ୟନିର୍ବାହୀ ଅଧିଲରୀ ଦୁର୍ଗା ଚରଣ ସାହୁ, ସାମାଜିକ କର୍ମୀ ତଥା ସାମ୍ବାଦିକ ସଂଜୀବ ଡିଗାଲ, ପାରମ୍ପରିକ କଳାକାର ସଂଘ ଉପସଭାପତି ବାମଦେବ ଡିଗାଲ, ପଞ୍ଚଯାତ ସଂଯୋଜକ ଗନ୍ଦର୍ବ କହଁର, ଏହିପରି ପ୍ରମୁଖ ବ୍ୟକ୍ତି ବୃନ୍ଦ ଯୋଗଦେଇ କଳାକାର ଙ୍କୁ କଳା ବଂଚେଇବାକୁ ଉତ୍ସl ହିତ କରିଥିଲେ ।।
Ramesh Kumar Panda's Report
BlackCatNews, Kandhamal