×
Login

ଓଡ଼ିଶା ଭାଷା ବିଭାଗ ତରଫରୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପାଠଚକ୍ର ଆୟୋଜିତ ।।.

125 Views 0 Comments | - By Black Cat News - 12 February, 2023

mediafile1676203680.jpeg

ମାଲକାନଗିରି,୧୨/୦୨:- ମାଲକାନଗିରି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ନବାଗତ ସ୍ବାଗତ ସମ୍ବର୍ଦ୍ଧନା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନାଚକ୍ର  ଆୟୋଜନ କରାଯାଉଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ଅଧକ୍ଷ ଅଷୋକ କୁମାର ଷଡଙ୍ଗୀ ଯୋଗଦାନ କରିବା ସହିତ ପାଠଚକ୍ରର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ରୂପେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଧ୍ୟାପକ ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।


ବାଣିଜ୍ୟ ବିଭାଗର ମୁଖ୍ୟ ଡଃ. ରଞ୍ଜନ କୁମାର ସ୍ବାଇଁ ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ତତ୍ତ୍ୱ ସମ୍ପର୍କରେ ଗୁରୁତ୍ୟତ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଉକ୍ତ ପାଠ୍ୟଚକ୍ରରେ ମହାବିଦ୍ୟାଳୟ ଅଧ୍ୟାପିକା ଲିପ୍ସାରାଣୀ ନାୟକ ଅଧ୍ୟାପକ ଜିସୁଦ ନାୟକ, ଅଧ୍ୟାପକ ଗୌତମ ନାୟକ, ଅଧ୍ୟାପକ ଡଃ. ଗୋକୁଳାନନ୍ଦ ପାତ୍ର, ଅଧ୍ୟାପିକା ସୀତାଅଂଶୁ ପରିଡ଼ା, ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗ ମୁଖ୍ୟ ଅଧ୍ୟାପକ ତପନ କୁମାର ବେହେରା ସଭାପତି କରିଥିବା ବେଳେ ଅଧ୍ୟାପକ ଟୁକୁନା ପ୍ରସାଦ ବଡୁ ଓ ଅଧ୍ୟାପିକା ଲକ୍ଷ୍ମୀ କୁଜୁଇ ସଦଉ ପଠନ କରିଥିଲେ । ଏଥିରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ବିଜୁ ପଣ୍ଡା, ରିନା ମାଝୀ, ନିର୍ମଳା ଖିଲ୍ଲ, ସବିତା ବଳ, ମେନକା ଖେମୁଣ୍ଡୁ, ବର୍ଦ୍ଧା ବଚନିକା, ବିଜୟଲକ୍ଷ୍ମୀ ବଳ, ଅନନ୍ତ ୟାଞ୍ଜାମି, ନିଲେଶ୍ ରାଉତ୍, ପ୍ରିୟଦର୍ଶିନୀ ପ୍ରଧାନ, ଜୟରାମ ପୂଜାରୀ, ପ୍ରାଚିସ୍ମିତା ମହାନ୍ତି, ବିଶ୍ଵନାଥ ମାଡ଼କାମି ଓ କାଞ୍ଜନ ମଣ୍ଡଲ ସଦଉ ପଠନ କରିଥିଲେ । ପ୍ରଥମେ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରିଶେଷରେ ଅଧ୍ୟାପିକା ଲକ୍ଷ୍ମୀ କୁଜୁର୍ ଧନ୍ୟବାଦ ଅର୍ପଣ କରିଥିଲେ ।

Pabitra Biswas's Report
BlackCatNews, Malkangiri


Also Read

×