କନ୍ଧମାଳ ଜିଲ୍ଲା ରେ ଚାଲିଛି ଏକ ଛତ୍ର ବାଦ ଶାସନ।। .
988 Views 0 Comments | - By Black Cat News - 22 November, 2022

କନ୍ଧମାଳ ଜିଲ୍ଲା ରେ ଚାଲିଛି ଏକ ଛତ୍ର ବାଦ ଶାସନ | ଏହି ଜିଲ୍ଲା ରେ ସମ୍ବିଧାନ କୌଣସି ନିୟମ କାର୍ଯ୍ୟ କାରୀ ହୋଉନି | କାରଣ ଯେତେବେଳେ ସରକାର ଓ ପ୍ରଶାସନ ଏକ ହୋଇ ଯିବେ ସେତେବେଳେ ସମ୍ବିଧାନ ସମସ୍ତ ନିୟମ କୋମା ପାଲଟି ଯାଉଛି |ଏଭଳି ଅଭାବନୀୟ ଘଟଣା ଦେଖିବା କୁ ମିଳିଛି କନ୍ଧମାଳ ଜିଲ୍ଲା ରେ | ଏଠାରେ ସରକାର ଓ ପ୍ରଶାସନ ମିଳିତ ସହଯୋଗ ରେ ଗୋଟିଏ ଦିବ୍ୟାଙ୍ଗ କୁ କିପରି ସମ୍ବିଧାନ ର ସମସ୍ତ ନିୟମ ରୁ ବଞ୍ଚିତ |ଦୀର୍ଘ 1ବର୍ଷ ହେଲା ଦରମା ନା କାର୍ଯ୍ୟ ରୁ ମଧ୍ୟ ବଞ୍ଚିତ ହେବାକୁ ପଡିଛି ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କୁ |ଯେତେବେଳେ ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲାତ ନାୟକ ଙ୍କୁ ଗତ ବର୍ଷ ଅକ୍ଟୋବର ମାସରେ ଦାରିଙ୍ଗବାଡି ଟ୍ରାନ୍ସଫର କରି ପୂଣି ବ୍ରହ୍ମପୁର ମେଡିକାଲ ବୋର୍ଡ ରେ ଯୋଗ ଦେବା କୁ ନିର୍ଦେଶ ଦିଆଗଲା |କିନ୍ତୁ କନ୍ଧମାଳ ଜିଲ୍ଲା ମେଡିକାଲ ଯେଉଁ ମାନସିକ ଡାକ୍ତର ସ୍ୱାତୀ ମିଶ୍ର ଦୀର୍ଘ 5 ମାସ ଟ୍ରିଟମେଣ୍ଟ କରି ଯେତେବେଳେ ମେଡିକାଲ ସାର୍ଟିଫିକେଟ ଦେବାରେ ବିଫଳ ହେଲେ ସେତେବେଳେ 2022ଅଗଷ୍ଟ ମାସରେ କଟକ ମାନସିକ ରୋଗ ବିଶେଷଜ୍ଞ ପାଖରେ ଟ୍ରିଟମେଣ୍ଟ ହେଲେ ଏବଂ ଅଗଷ୍ଟ 13ତାରିଖ ରେ ଫିଟନେସ ସାର୍ଟିଫିକେଟ ମଧ୍ୟ ସେହି ପ୍ରେସ୍କିପସନ ମଧ୍ୟ ଲେଖିଦେଲେ | କିନ୍ତୁ କନ୍ଧମାଳ ଜିଲ୍ଲା ର ଜିଲ୍ଲା ମୁଖ୍ୟ ଅଧିକାରୀ ଫିଟନେସ ସାର୍ଟିଫିକେଟ କୁ ଫରମାଟ ପେପର ଆଣିବାକୁ ବାଧ୍ୟ ବୋଲି କହିଥିଲେ | ପୁଣି ସ୍ୱାସ୍ଥ୍ୟ କର୍ମୀ ସେପ୍ଟେମ୍ବର 27ତାରିଖ ଦିନ କଟକ ଯାଇ ସେହି ମାନସିକ ଡାକ୍ତର ଙ୍କ ପାଖକୁ ଯାଇ ଫରମାଟ କପି ରେ ମେଡିକାଲ ସାର୍ଟିଫିକେଟ ଆଣିଥିଲେ ଏବଂ ମେଡିକାଲ ବୋର୍ଡ ମଧ୍ୟ ଦେଇଥିଲେ | ତାହା ସହ ଦାରିଙ୍ଗବାଡି ମେଡିକାଲ ଅଫିସର ଓ ମେଡିକାଲ ବୋର୍ଡ ଉଭୟ ପାସ କରିଥିଲେ ସୁଦ୍ଧା କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ତାଙ୍କ ଷ୍ଟେନୋ କୌଣସି ମନ୍ଦ ଉଦେଶ୍ୟ ରଖି ବର୍ତମାନ ସୁଦ୍ଧା ଦରମା ଓ କାର୍ଯ୍ୟ ରୁ ନିବୃତ ରଖିଛନ୍ତି ।।
DIPAK KUMAR SAHOO's Report
BlackCatNews, Kandhamal