×
Login

ଓଡିଶା ପୋଲିସ କନେଷ୍ଟବଳ ନିଯୁକ୍ତି ତଥା ତାଲିମ ସଚେତନତା କାର୍ଯ୍ୟକ୍ରମ ।।.

159 Views 0 Comments | - By Black Cat News - 4 February, 2023

mediafile1675457895.jpeg

ମାଲକାନଗିରି, ୦୩/୦୨:- ମାଲକାନଗିରି ପୋଲିସ ପ୍ରଶାସନ ତରଫରୁ ସ୍ଥାନୀୟ ସିଭିଲ ସୋସାଇଟି ସହାୟତାରେ ଜିଲ୍ଲାର ଚାରିଶହରୁ ଉର୍ଦ୍ଧ୍ବ ଆଶାୟୀ ଯୁବକ ଯୁବତୀ ଙ୍କୁ ନେଇ ସ୍ଥାନୀୟ ସରକାରୀ ପଲିଟେକନିକ ଅନୁଷ୍ଠାନ, ପ୍ରଧାନୀଗୁଡା ଠାରେ ଜିଲ୍ଲା ସ୍ତରୀୟ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ନିମନ୍ତେ ଏକ ସଚେତନତା ତଥା ଏକ ଦିବ ସିୟ  ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ନୀତେଶ ୱାଦୱାନୀ, ଆ.ପି.ଏସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବାସହ ଆଶାୟୀପାର୍ଥୀ ମାନଙ୍କୁ ପରୀକ୍ଷା ଉପଯୋଗୀ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି ସମସ୍ତଙ୍କର ସଫଳତା କାମନା କରିଥିଲେ । ସମ୍ମାନୀତ ଅତିଥି ଭାବେ ତ୍ରିନାଥ ମାଝୀ  ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗ, ମାଲକାନଗିରି ପାର୍ଥୀମାନଙ୍କୁ ପରୀକ୍ଷାରେ ସଫଳତା ଲାଭକରିବାର କେତେଗୁଡିଏ ଉପାୟ ଉପରେ ଆଲୋକପାତ କରିଥିଲେ ।

ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଓ ସିଭିଲ ସୋସାଇଟି ଅନୁଷ୍ଠାନ ମାଲକାନଗିରି ର ସକ୍ରିୟ ସଭ୍ୟ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ପଲିଟେକନିକ ଅନୁଷ୍ଠାନର ଅଧ୍ୟକ୍ଷ ଜନାର୍ଦ୍ଦନ ଦାସ ସ୍ୱାଗତ ଅଭିଭାଷଣ ଦେଇଥିବା ଅନୁଷ୍ଠାନର ଅଧ୍ୟାପକ ବିପିନ ବିହାରୀ ମହାନ୍ତି ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଅନୁଷ୍ଠାନର ଦୁଇଟି କେନ୍ଦ୍ରରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମ କୁ ପର୍ଯ୍ୟାୟକ୍ରମେ ଜିଲ୍ଲାର ନିମ୍ମୋକ୍ତ ଅଧିକାରୀଗଣ ପରିଚାଳନା କରିଥିଲେ ।


ପୂର୍ବତନ ମାଲକାନଗିରି ତହସିଲଦାର ରାଖେଲ ପରିଡା, ଲଜିକାଲ ରିଜୋନିଂ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସୀମାଞ୍ଚଳ ପଣ୍ଡା, ଓଡ଼ିଆ, ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଇ. ଈଶ୍ୱର ରାଓ, ଇଂରାଜୀ, ଶିକ୍ଷକ ରାମପ୍ରସାଦ ପାଢ଼ୀ, ଗଣିତ ଶିକ୍ଷକ ବିଜୟ କୁମାର ମିସ୍ତ୍ରୀ, ମାନସିକ ଦକ୍ଷତା, ବିପ୍ଳବ ଦେବନାଥ, କମ୍ପୁଟର ଶିକ୍ଷକ, ସାଧାରଣ କମ୍ପୁଟର ଦକ୍ଷତା, ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋରକୁଣ୍ଡା,ସାଧାରଣ ଜ୍ଞାନ ଉପରେ ଶିକ୍ଷାର୍ଥୀ ମାନଙ୍କୁ ସଚେତନ କରିଥିଲେ। ଅପରାହ୍ନ ରେ ମାଲକାନଗିରି ଜିଲ୍ଲାର ଛାତ୍ର ବିଗତବର୍ଷ ଓ.ସି.ଏସ ପରୀକ୍ଷାରେ ପାଞ୍ଚ ନମ୍ବର ରାଙ୍କ ରଖି ଓ.ଏ.ଏସ ଭାବେ ଟି.ଓ.ଆର ଭାବେ ଯୋଗ ଦେଇ ଥିବା ଦେବବ୍ରତ ମହାରଣା ଆଶାୟୀ ପାର୍ଥୀ ମାନଙ୍କୁ ନିଜ ଅଭିଜ୍ଞତା ରୁ ସଫଳତାର ସୂତ୍ର ବିଷୟରେ ଆଲୋକପାତ କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରି ମାଲକାନଗିରି ଜିଲ୍ଲା ତଥା ସ୍ୱାଭିମାନ ଅଞ୍ଚଳର ଯୁବକ ଯୁବତୀ ମାନେ କିପରି ଅଧକରୁ ଅଧିକ ସଫଳତା ହାସଲ କରିବେ ସେଥିପାଇଁ ପ୍ରଶାସନ ସବୁପ୍ରକାର ସାହାଯ୍ୟ ସହଯୋଗ କରିବ ବୋଲି ମତପ୍ରକାଶ କରିବା ସହ ପାର୍ଥୀ ମାନଙ୍କୁ ଜୀବନରେ ସଫଳତା ଲାଭ କରିବାପାଇଁ ଅନେକ ପ୍ରେରଣାପ୍ରଦ ଉଦାହରଣ ଦେଇଥିଲେ । ପରିଶେଷରେ ପାର୍ଥୀ ମାନଙ୍କୁ ପୋଲିସ ପ୍ରଶାସନ ଓ ସିଭିଲ ସୋସାଇଟି ତରଫରୁ ଲିଖନ ସାମଗ୍ରୀ ଓ ବିଗତବର୍ଷ ଗୁଡିକର ନମୁନା ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଥିଲା ।

Pabitra Biswas's Report
BlackCatNews, Malkangiri


Also Read

×