ମାଲକାନଗିରି ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ।।.
100 Views 0 Comments | - By Black Cat News - 31 October, 2023

ମାଲକାନଗିରି,ତା.୩୧.୧୦.୨୦୨୩:- ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଅଛି । ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକ କୁ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖ ଦିନ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳିତ କରାଯାଇଅଛି । ଏହି ପରିପେକ୍ଷିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ରୀୟ ଏକତାର ମହତ୍ତ୍ଵ ଉପସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ତଥା ସମ୍ପାଦକ ଡଃ. ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ଲିପ୍ସା ରାଣୀ ନାୟକ, ଗୌତମ ନାୟକ, ତପନ କୁମାର ବେହେରା, ଟୁକୁନା ପ୍ରସାଦ ବଡୁ, ସୁଶାନ୍ତ ମାଝୀ, ଲକ୍ଷ୍ମୀ କୁଜୁର, ଆଳତି ଲୁଗୁନ, ସିତାନ୍ସୁ ମାଳିନୀ ପରିଡ଼ା, ଦୀପ୍ତି ରେଖା ମିଶ୍ର ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଯୋଗଦାନ କରିଥିଲେ । ଉପସ୍ଥିତ ପ୍ରାୟତଃ ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ରାଷ୍ଟ୍ରୀୟ ଏକତା ଉପରେ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରମୀୟ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ବାଳିକା ୟୁନିଟ ର ପ୍ରୋଗ୍ରାମ ଅଫିସର ପ୍ରେମ୍ ରେଖା ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।
Pabitra Biswas's Report
BlackCatNews, Malkangiri