ବଡବିଲ ବସ୍ତିରେ ଆଦର୍ଶ ଶ୍ମଶାନ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ।।.
607 Views 0 Comments | - By Black Cat News - 9 June, 2023

ବଡବିଲ ସହରରେ ହେବ ଆଦର୍ଶ ଶ୍ମଶାନ ବଡବିଲ: କେନ୍ଦୁଝର ଜିଲ୍ଲା ବଡବିଲ ପୌରପାଳିକାର ୱାର୍ଡ ନଂ ୭ ସ୍ଥିତ ବଡବିଲ ବସ୍ତି ନିକଟରେ ନିର୍ମାଣ ହେବ ଏକ ଆଦର୍ଶ ଶ୍ମଶାନ। ଏନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ସହ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ବଡ଼ବିଲ ପୌରାଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ମହାନ୍ତ । ଆଜି ସକାଳୁ ଉକ୍ତ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ପୌର ଉପାଧ୍ୟକ୍ଷା ଶ୍ରୀମତୀ ସରସ୍ଵତୀ ନାୟକ, ସ୍ଥାନୀୟ ୱାର୍ଡ କାଉନସିଲର ଶ୍ରୀ ଧର୍ମେନ୍ଦ୍ର ମହାନ୍ତ, ବଡବିଲ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା ଓ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ।
ନିର୍ଦ୍ଦିଷ୍ଟ ସମୟରେ ବ୍ରାହ୍ମଣ ପୂଜକଙ୍କ ମନ୍ତ୍ର ଉଚ୍ଚାରଣ ସହ ଏହାର ଶୁଭାରମ୍ଭ କରା ଯାଇଥିଲା। ପୂଜାପାଠ ପରେ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷା ଓ ସ୍ଥାନୀୟ କାଉନସିଲର କ୍ରମ ଅନୁସାରେ କାର୍ଯ୍ୟର ଶୁଭାରମ୍ଭ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବର୍ତ୍ତମାନ ଶବଦାହ ପାଇ ସହରବାସୀ ବଡବିଲ ମୁଣ୍ଡା ନାଳ ନିକଟସ୍ଥ ଶ୍ମଶାନ ବା ବଲାଣି ରାସ୍ତାରେ ଥିବା ଶ୍ମଶାନକୁ ବ୍ୟବହାର କରୁଛନ୍ତି। ଯାହା ସହର ଠାରୁ ଦୂରରେ ରହିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପୌରାଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ମହାନ୍ତଙ୍କ ପ୍ରଚେଷ୍ଟାରେ ବଡବିଲ ପୌରପାଳିକା ଦ୍ଵାରା ଏହି ଆଦର୍ଶ ଶ୍ମଶାନ ନିର୍ମାଣ କରା ଯାଉଛି। ଏହା ନିର୍ମାଣ ପରେ ସ୍ଥାନୀୟ ଲୋକଙ୍କ ସମସ୍ୟା ଅନେକାଂଶରେ ଲାଘବ ହୋଇ ପାରିବ ବୋଲି ଆଶା କରାଯାଉଛି।
KHALANANDA SHARMA's Report
BlackCatNews, Keonjhar