କର୍ମମୟ ଜୀବନ ମଧ୍ୟରେ କିଛି ହସିବା ଓ ହସ ବାଣ୍ଟିବା - ଡାକ ବିଭାଗ, ମାଲକାନଗିରି ।।.
90 Views 0 Comments | - By Black Cat News - 28 October, 2023

ମାଲକାନଗିରି ମୁଖ୍ୟ ଡାକଘର ଆଜି ଏକ ଜନ୍ମୋତ୍ସବ ପାଳନ ହୋଇ ଯାଇଛି l ଜିଲ୍ଲା ମୁଖ୍ୟ ଡାକଘରେ ଆଜି ଶ୍ରୀ ପ୍ରଳୟ ରଞ୍ଜନ ରାଉଳ, ସହ ଶାଖା ପରିଚାଳକ ( ଆଧାର କାର୍ଡ ଦାୟିତ୍ଵ) ଙ୍କ ଜନ୍ମଦିବସ କାର୍ଯ୍ୟାଳୟ ସମୟ ପରେ ଡ଼ାକ ଘର ପରିଶରରେ ପାଳିତ ହୋଇଛି l
ଏହି ଅବସର ରେ ଜିଲ୍ଲା ମୁଖ୍ୟ ଡ଼ାକ ଘରର ସମସ୍ତ କର୍ମ କର୍ତ୍ତା ଯଥା ଧିରଜ କୁମାର ରାୟ ସାମନ୍ତରା (ଶାଖା ପରିଚାଳକ) ରଞ୍ଜନ କୁମାର ପ୍ରଧାନ, ବର୍ଷା ରାଣୀ ରାଉତ, ଲାଲୁରାମ ମୀନା ପ୍ରଭୁତି ଉପସ୍ଥିତ ଥିଲେ l
ସାରା ଓଡ଼ିଶାରେ ସମସ୍ତ ସରକାରୀ କର୍ମଚାରୀ ଛୁଟି ରେ ଥିବାବେଳେ ଡାକ କର୍ମଚାରୀ ନିଜର ଦାୟିତ୍ଵ ନିଭାଉଥିବାରୁ ନିଜ ଆତ୍ମୀୟ ପରିଜନଙ୍କୁ ପର୍ବ ପର୍ବାଣୀ ତଥା ଜନ୍ମଦିନରେ ବହୁତ ମନେ ପକାଇଥାନ୍ତି l ଏହି ଅବସରରେ ନିଜ ରାଜକାର୍ଯ୍ୟ କୁ ଛାଡି ଘରକୁ ଯିବା ସମ୍ଭବ ହୋଇ ନଥାଏ l ଏଣୁ ସମସ୍ତ କର୍ମଚାରୀ ଆଜି ଏହି ଜନ୍ମ ଉତ୍ସବ ଆଜି କାର୍ଯ୍ୟାଳୟ ମଧ୍ୟରେ ହିଁ ପାଳନ କରିଥିଲେ
Ramakrushna Choudhury's Report
BlackCatNews, Malkangiri