×
Login

ମାହାଙ୍ଗା ବିଧାୟକ ଙ୍କ ଜିଗ୍ନିପୁର ପଞ୍ଚାୟତ ଗ୍ରସ୍ତ, ସମବେଦନା ଗ୍ୟାମ୍ପନ କଲେ ତିନି ମୃତକ ପରିବାରକୁ।.

114 Views 0 Comments | - By Black Cat News - 1 August, 2022

mediafile1659304885.jpeg

କଟକ, ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମପଞ୍ଚାୟତ ର ମହାଜନପୁର ଗାଁ ର ତିନିପରିବାର କୁ ଭେଟିଲେ, ପୂର୍ବତ୍ତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରତାପ ଜେନା.ଏଥି ସହିତ ଅନ୍ତର ର ଗଭୀରତ୍ତମ ପ୍ରଦେଶରୁ ୩ ଗୋଟି ପରିବାର ପ୍ରତି ନିଜର ସମବେଦନା ଗ୍ୟାମ୍ପନ କରିଛନ୍ତି. ପ୍ରକାଶ ଥାଉକି, ମହାଜନପୁର ର ସନାତନ ମଲ୍ଲିକ ତାଙ୍କ କମ ବର୍ଷର ପୁଅକୁ ହରାଇ ଭାଙ୍ଗିପଡିଥିବା ବେଳେ, ସେହି ଗାଁ ର ବିଷ୍ଣୁ ଚରଣ ରାଉତ ତାଙ୍କର ସତାଇସ ବର୍ଷର ପୁଅକୁ ଅକାଳରେ ହରାଇ ଶୋକରେ ସମୟ କାଟୁଥିବା ବେଳେ, ପ୍ରତାପ ଜେନା ଉଭୟ ପରିବାର କୁ ଧର୍ଯ୍ୟ ର ସହିତ ଦୁଃଖକୁ ଭୁଲି, ବାସ୍ତବ ଦୁନିଆକୁ ଫେରିବା ସେମାନଙ୍କୁ ନିବେଦନ କରିଥିଲେ. ସେହିପରି ଉକ୍ତ ଗାଁ ର ଜିଗ୍ନିପୁର ପଞ୍ଚାୟତ ମହିଳା ମହାସଂଘର ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ରାଉତ ଙ୍କ ଘରେ ପହଞ୍ଚି ତାଙ୍କ ଶାଶୁଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଥିଲେ.


ମାନ୍ୟବର ବିଧାୟକଙ୍କ ସହିତ, ଜିଗ୍ନିପୁର ପଞ୍ଚାୟତ ସମିତି ସଭ୍ୟ ଅଶୋକ ଓଝା, ସରପଞ୍ଚଙ୍କ ପ୍ରତିନିଧି ଜ୍ଞାନରଞ୍ଜନ ରାଉତ, ମୁରବି ଧୀରେନ୍ଦ୍ର ନାଥ ବେହେରା, ସରପଡା ସମିତି ସଭ୍ୟଙ୍କ ପ୍ରତିନିଧି ପ୍ରମୋଦ ସ୍ୱାଇଁ,କଟକ ଜିଲ୍ଲା ମାଇନାରୀଟି ସେଲ ଉପସଭାପତି ଜାକିର ଖାନ,ବରିଷ୍ଠ ବ୍ୟକ୍ତିତ୍ୱ ରମାକାନ୍ତ ମହାନ୍ତି,  ଜିଗ୍ନିପୁର ପଞ୍ଚାୟତ ମାଇନାରୀଟି ସେଲ ସଭାପତି ଅବଦୁଲ ଅରମାନ ଖାଁ, ମେଡିଆ ସଂଯୋଜକ ଅମିନ ଖାନ, ଯୁବ ବିଯୁଜନତା ଦଳ ସଭାପତି ସୁଶାନ୍ତ ନାୟକ, ଅନ୍ୟତମ ମେଡିଆ ସଂଯୋଜକ ଯୁବ ପ୍ରତିଭା ତାରଣ ତଥାଗତ ଓ ଜିଗ୍ନିପୁର ମହିଳା ବିଯୁଜନତା ଦଳ ର କର୍ମୀମାନେ ଉପସ୍ଥିତ ଥିଲେ.।

Litun Baral's Report
BlackCatNews, Cuttack


Also Read

×