କିପ୍ରକାର ଶାସନ, କିପ୍ରକାର ପ୍ରଶାସନ |କଣ ଆମ ଭାରତ ବର୍ଷ ର ନ୍ୟାୟିକ ବ୍ୟବସ୍ଥା ଏପରି ଦୁର୍ବଳ ।।.
314 Views 0 Comments | - By Black Cat News - 13 January, 2023

କିପ୍ରକାର ଶାସନ, କିପ୍ରକାର ପ୍ରଶାସନ |କଣ ଆମ ଭାରତ ବର୍ଷ ର ନ୍ୟାୟିକ ବ୍ୟବସ୍ଥା ଏପରି । ଦୁର୍ବଳ ଉପରେ ସବଳ ର ଅତ୍ୟାଚାର । ବାଃ ବାଃ ରେ ଭାରତ ବର୍ଷ । ଧନ୍ୟ ତୋର ସମ୍ବିଧାନ । ଏହି ସମ୍ବିଧାନ କୁ ନେଇ ଯେଉଁ ମାନେ ଲୋକଙ୍କୁ ଶାସନ କରୁଛନ୍ତି ସେମାନଙ୍କୁ ଭଲ ସେ ଜଣା ଅଛି ତ ଭାରତ ବର୍ଷ ର ସମ୍ବିଧାନ ଓ ନ୍ୟାୟିକ ବ୍ୟବସ୍ଥା । ଯେତେବେଳେ ଆଗା ବଗା ଖଗା ଙ୍କୁ ରାଜ ଗାଦି ମିଳିଯିବ ସେ କି ଶାସନ କରିବ ଓ ସେ କି ଲୋକଙ୍କୁ ସୁରକ୍ଷିତ ଦେବ ଏଥିରୁ ସ୍ପଷ୍ଟ ବାରି ହୋଇଯାଇଛି |
ଯେପରି ମାଙ୍କଡ଼ ହାତରେ ଶାଳଗ୍ରାମ ଓ ଘୁଷୁରୀ କି ଜାଣିବ ପାଚିଲା କଦଳୀ ର ସ୍ୱାଦ । ଯେତେବେଳେ ଜଣେ ଅଫିସ କର୍ମଚାରୀ କୌଣସି କାରଣ ରୁ ଦିବ୍ୟାଙ୍ଗ ହୋଇଯିବ ତାହାରି ପାଇଁ ଏକ ସ୍ୱତନ୍ତ୍ର କମିଟି ଉପସ୍ଥାପନା ହେବ । ସେହି ବ୍ୟକ୍ତି କୁ ମନ ଇଛା ଟ୍ରାନଫର କିମ୍ବା ବଦଳି ଏବଂ ମନ ଇଛା ଦରମା ବନ୍ଦ କରାଯାଇ ପାରିବ ନାହିଁ |ସେହି ବ୍ୟକ୍ତି ତାହାର ଯେଉଁ ଜାଗା ରେ ପସନ୍ଦ ଓ ସୁବିଧା ସେହି ଜାଗାରେ ତାକୁ ନିୟୋଜିତ କରାଯିବ ।
କିନ୍ତୁ କନ୍ଧମାଳ ଜିଲ୍ଲା ର ପ୍ରଶାସନ ଏସବୁ ର ବିପରୀତ କର୍ମ କରୁଛି | ଏଥିରେ ଅଛି କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସରକାର ଙ୍କ ସ୍ୱାର୍ଥ | କିଛି ପ୍ରଭାବ ଶାଳୀ ବ୍ୟକ୍ତି ଏହାର ଫାଇଦା ନେଉଛନ୍ତି | ସେଥିପାଇଁ ଯୋର ଯାହାର ମୁଲକ ତାହାର | ଆଜି ସ୍ୱାଧୀନତା ର ଦୀର୍ଘ 76ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲା ଅନ୍ଧକାର ରେ |
ଏହାର ଫାଇଦା ନେଉଛନ୍ତି କିଛି ପ୍ରଭାବ ଶାଳୀ ବ୍ୟକ୍ତି ଓ ସରକାର ଏବଂ ପ୍ରଶାସନ । ପ୍ରକାର କନ୍ଧମାଳ ପ୍ରଶାସନ ଓ ସରକାର |କେଉଁ ନିୟମ ବଳ ରେ ଜଣେ ବିଦ୍ୟାଙ୍ଗ ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲାତ ନାୟକ କୁ ହଇରାଣ କରୁଛି |ଏହା ପଛରେ ଉଦେଶ୍ୟ କଣ |କନ୍ଧମାଳ ପ୍ରଶାସନ ର |
ଯେତେବେଳେ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଇଚ୍ଛା ମୃତ୍ୟୁ ପାଇଁ ମହା ମହିମ ରାଷ୍ଟ୍ରପତି ଙ୍କୁ ଗତ 9ତାରିଖ ରେ ପତ୍ର ଲେଖିଥିଲେ, ସେତେବେଳେ ଆଉ କନ୍ଧମାଳ ପ୍ରଶାସନ ନିୟମ ଆଉ କାମ କଲାନି | ବର୍ତମାନ ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲାତ ନାୟକ ତାଙ୍କ ପୁରୁଣା ଦରମା ପାଇଁ ନିବେଦନ କଲେ ସେତେବେଳେ ଦାରିଙ୍ଗବାଡି ମେଡିକାଲର ଜୁନିଅର କ୍ଳର୍କ ହୋଇଛି କହିଥିଲା | କିନ୍ତୁ ଯେତେବେଳେ ସେସବୁ ର Bill No. T. V No, Pass Date, Amount ମାଗିଥିଲେ ସେତେବେଳେ ଗିରିଶ ପ୍ରଧାନ ଆଉ ଦେଇ ପାରି ନ ଥିଲେ |
ଜୁନିଅର କ୍ଳର୍କ ଯେପରି କିପରି ଭକୁଆ ବନାଉଛନ୍ତି ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁତ ଲତା ନାୟକ ଙ୍କୁ | ପୁଣି ବିଦ୍ୟୁତ ଲାତ ନାୟକ ଓ ତାଙ୍କ ସ୍ୱାମୀ ଦୀପକ କୁମାର ହଂସ ଙ୍କ ସ୍ୱାସ୍ଥ୍ୟ ବିଗିଡି ବାରେ ଲାଗିଲାଣି | ଯଦି ଏମାନଙ୍କ କିଛି ହୁଏ ତେବେ କନ୍ଧମାଳ ପ୍ରଶାସନ ଓ ସରକାର ଓ ଯେଉଁ ପନ୍ଦର ଜଣ ଅଙ୍ଗା ଅଙ୍ଗୀ ଭାବେ ଜଡିତ ସେମାନେ ଦାଈ ରହିବେ ଏହା ଦାବି କରିଛନ୍ତି ଉଭୟ ଦିବ୍ୟାଙ୍ଗ ସ୍ୱାମୀ ଓ ସ୍ତ୍ରୀ ।।
Deepak Kumar Hansa's Report
BlackCatNews, Kandhamal