×
Login

ନାବାଳିକା ଛାତ୍ରୀ ଗର୍ଭବତୀ ଓ ମୃତ୍ୟୁ ମାମଲାରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ।।.

221 Views 0 Comments | - By Black Cat News - 31 October, 2022

mediafile1667175161.jpeg

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ଓ ମୃତ୍ୟୁ ମାମଲାରେ ବିଗତ ଦିନରେ ବିଜେପି ଯୁବମୋର୍ଚ୍ଚା କନ୍ଧମାଳ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବା ଏବଂ ସାତଦିନ ପରେ ଘଣ୍ଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପରେ ମଧ୍ୟ ସମସ୍ତ ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା କାରଣରୁ ଆଜି ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆରମ୍ଭ ହୋଇଛି । ରାଙ୍ଗାପାରୁ ଆଶ୍ରମ ଛାତ୍ରୀ ମୃତ୍ୟୁ ଘଟଣା ପରେ ଫୁଲବାଣୀ ସ୍ଥିତ ଅନ୍ବେଷା ହଷ୍ଟେଲ ଛାତ୍ର ମୃତ୍ଯରେ ସବ ବ୍ୟବଛେଦ ନକରି ଘଟଣାକୁ ଚାପିଦେବା ପାଇଁ ପ୍ରଶାସନ କରିଥିବା ଯୋଜନା ଅତ୍ୟନ୍ତ ନିନ୍ଦନୀୟ । ପ୍ରଶାସନ ନିଦ୍ରାରୁ ଉଠି ଉତ୍ତର ରଖନ୍ତୁ ଯେ

୧. ଯେତେବେଳେ ଛାତ୍ରୀଟି ଗର୍ଭବତୀ ଅଛି ବୋଲି ଜଣାପଡିଥିଲା ସେତେବେଳେ ପ୍ରଶାସନ ନିଜ ଜିମାରେ ଆଣି କାହିଁକି ଅବ୍ୟବସ୍ଥା ଘେରରେ ଥିବା ଗୋଟେ ସେବା ସଦନରେ ପକାଇ ରଖିଲା ?
୨. ଘଟଣାକୁ ଲୁଚାଇବା ପାଇଁ ସମୟ ପୂର୍ବରୁ ଗର୍ଭପାତ ପାଇଁ କୌଣସି ଅନାବଶ୍ୟକ ମେଡିସିନ ଦିଆଯାଇଥିଲା କି ?
୩. ଛାତ୍ରୀ ଟି କଷ୍ଟରେ ଛଟପଟ ହେଉଥିବାବେଳେ କାହିଁକି ଦିର୍ଘ ସମୟ ଯାଏ ଡାକ୍ତରଖାନାକୁ ନନେଇ ପକାଇ ରଖାଯାଇଥିଲା ?
୪. ବହୁ ବିଲମ୍ଭରେ ଡାକ୍ତରଖାନାକୁ ନେବା ଏବଂ ଶିଶୁ ଓ ସ୍ତ୍ରୀ ବିଶେଷଜ୍ଞ ଡାକ୍ତର ନଥିବା କାରଣରୁ ସ୍ବାସ୍ଥ୍ୟ ସେବା ନପାଇ ଜନ୍ମ ହୋଇଥିବା ଶିଶୁଟିର ମୃତ୍ୟୁ ହେଲା କି ?
୫. ଶିଶୁ ଟି ଜନ୍ମ ହୋଇ ମୃତ୍ୟୁ ହେବା ପରେ ଯେହେତୁ ସେହି ଡାକ୍ତରଖାନାରେ କୌଣସି ସୁବିଧା ନଥିଲା କାହିଁକି ଅନ୍ୟ ବଡ ଡାକ୍ତରଖାନାକୁ ନିଆଗଲା ନାହିଁ ଏବଂ ଆହୁରି ଦେଢ ଦିନ ଯାଏ ସେଠାରେ ପକାଇ ରଖି ଛାତ୍ରୀ ଟିକୁ ମାରି ଦିଆଗଲା ?
୬. ପ୍ରଶାସନ ଘଟଣାକୁ ଲୁଚାଇ ଦେବା ପାଇଁ ଛାତ୍ରୀ ଟିକୁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କଲେ ନାହିଁ କି ?
୭. ଏଠାରେ ଦାୟିତ୍ଵରେ ଥିବା ପ୍ରଶାସନିକ ଅଧିକାରୀ, ସେବା ସଦନର ଅଧିକାରୀ ଓ ଏହି ଯୋଜନାରେ ସାମିଲ ଥିବା ଡ଼ାକ୍ତରଙ୍କ ଉପରେ କାହିଁକି ୩୦୪ ଦଫା ଲଗାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ?
୮. ସ୍କୁଲରେ ଥିବା ହେଡମାଷ୍ଟରଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁଁ ଏତେବଡ଼ ଘଟଣା ଘଟିଥିବାବେଳେ କାହିଁକି ପ୍ରଶାସନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ଏବଂ ତାଙ୍କୁ  ପୋଲିସ ତଦନ୍ତ ପରିସରଭୁକ୍ତ କାହିଁକି କରୁନାହିଁ  ?
୯. ସେହି ଆଶ୍ରମରେ ନିଜ ସାଙ୍ଗ ସାଥି ଧରି ଡେରା ପକାଉଥିବା ସମ୍ପୃକ୍ତ ଠିକାଦାର ଯିଏକି ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଅତି ଘନିଷ୍ଠ ଲୋକ ଏବଂ ବିଜୁ ଜନତା ଦଳର ଜଣେ ଆଗ ଧାଡିର ନେତା ତେଣୁ ବିଧାୟକ ଓ ସାଂସଦଙ୍କ ଚାପ ଜିଲ୍ଲାପାଳଙ୍କ  ଉପରେ ରହୁଥିବା ଯୋଗୁଁ ଘଟଣାକୁ ଘଣ୍ଟ ଘୋଡାଇ ଦେବାପାଇଁ ଜିଲ୍ଲାପାଳ ଚେଷ୍ଟା କରୁଛନ୍ତି କି ?
୧୦ . ଘଟଣାରେ ନିରିହଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରକୃତରେ ଦୋଷୀ ଥିବା ବଡ ବଡ ଅଧିକାରୀଙ୍କୁ କାହିଁକି ଜିଲ୍ଲାପାଳ ଘଣ୍ଟ ଘୋଡାଉଛନ୍ତି ଏହାର ଉତ୍ତର ରଖିବେ କି ?
୧୧ . ଯଦି ଗର୍ଭବତୀ କରାଇବାରେ ଛାତ୍ର ଟିକୁ ଦୋଷୀ କରାଯାଉଛି ଏଭଳି କ୍ଷେତ୍ରରେ କାହିଁକି ପୋଲିସ ଡି. ଏନ୍. ଏ . ଟେଷ୍ଟ କଲା ନାହିଁ ?  ପ୍ରକୃତ ଆଶାମିକୁ ଖସାଇଦେବା ପାଇଁ ଜାଣି ଜାଣି ଛାତ୍ରୀ କୁ ହତ୍ୟା କରାଯାଇ ନାହିଁ ତ ?
୧୨. ହାଇକୋର୍ଟର ସ୍ଥାୟୀ ବିଚାରପତିଙ୍କ ତତ୍ବାବଧାନରେ ଏହି ଘଟଣାର ତଦନ୍ତ କରାଯାଉ ବୋଲି ଦାବି ହେଉଥିବାବେଳେ ତାହା ଗ୍ରହଣ କରାନଯାଇ କାହିଁକି ଘଟଣାକୁ ଆଜି ପର୍ଯ୍ୟନ୍ତ ଚପାଇ ରଖାଯାଇଛି ।
୧୩. ଗରିବ ଛାତ୍ର/ଛାତ୍ରୀ ଙ୍କୁ CBSE ପାଠ ପଢାଇବା ନାମରେ କନ୍ଧମାଳ ପ୍ରଶାସନ ଫୁଲବାଣୀ ଠାରେ ଥିବା ଅନ୍ବେଷା ହଷ୍ଟେଲରେ ଆଣି ରଖିଥିବା ଏକ ଛାତ୍ର ଙ୍କର ବିଗତ କିଛିଦିନ ତଳେ ଦେହ ଅସୁସ୍ଥ ହେବା କାରଣରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ନେବାବେଳେ ଭଞ୍ଜନଗର ଠାରେ ଛାତ୍ର ଟିର ମୃତ୍ୟୁ ହେଲା ଏହି ଘଟଣାରେ ଚଞ୍ଚକତା କରି ଏହାର  ସବ ବ୍ୟବଛେଦ ନକରି ତାଙ୍କ ପରିବାରକୁ ଡାକି ମିଛକଥା ଗୁଡା କହି ସବ ଟିକୁ ହସ୍ତାନ୍ତର କରିଦିଆଗଲା । ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ ଦୋଷୀ ନୁହଁନ୍ତି କି ?
୧୪ . ଯଦି ଏହି ଘଟଣାକୁ ଲୁଚାଇବା ପାଇଁ ଏହାର ପୋଷ୍ଟ ମର୍ଟମ ନକରି ଚପାଇ ଦିଆଯାଇଥିଲା ତାହେଲେ ଦିର୍ଘ ମାସେ ଉପରେ ହେଲା କାହିଁକି ପ୍ରଶାସନ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ନିରବ ରହିଛି ?
୧୫ . ଯେହେତୁ ଏସବୁ ଘଟଣା ନିରିହ ଆଦିବାସୀ ମାନଙ୍କ ଉପରେ ଘଟୁଛି ତେଣୁ ପରି ପ୍ରଶାସନ ଏହାକୁ ଖାମଖିଆଲି ଭାବି ଚପାଇ ଦେଉଛି କି ??


ଜିଲ୍ଲାପାଳ ଲୋକ ଲୋଚନକୁ ଆସି ଏହାର ଉତ୍ତର ରଖନ୍ତୁ ଏବଂ ସମସ୍ତ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯେତେଦିନ ଯାଏ ଉଚିତ୍ ନ୍ୟାୟ ନମିଳିଛି ସେତେଦିନ ଯାଏ ଅର୍ଥାତ୍ ଅନିର୍ଦ୍ଦିଷ୍ଟ କାଳ ଯାଏ ବିଜେପି ଯୁବମୋର୍ଚ୍ଚା କନ୍ଧମାଳ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ଆରମ୍ଭ ହୋଇଥିବା ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିରହିବ ।

Deepak Kumar Hansa's Report
BlackCatNews, Kandhamal


Also Read

×