ବରିଷ୍ଠ ଇନ୍ସପେକ୍ଟର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।.
232 Views 0 Comments | - By Black Cat News - 27 May, 2023

ମାଲକାନଗିରି,ତା:୨୬.୦୫:- ମାଲକାଗିରି ଜିଲ୍ଲାର ବରିଷ୍ଠ ଇନ୍ସପେକ୍ଟର ତଥା ମାଲକାନଗିରି ଥାନା ର ପୂର୍ବତନ ଥାନା ଅଧିକାରୀ ଇନ୍ସପେକ୍ଟର ଶ୍ରୀଯୁକ୍ତ ରାମ ପ୍ରାସାଦ ନାଗଙ୍କୁ ମାଲକାଗିରି ସାଇକ୍ଲିଁ କ୍ଲବ ତରଫରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତ ୨୪.୦୫.୨୩ ତାରିଖ ରାତି ସନ୍ଧ୍ୟା ୮ ଘଣ୍ଟିକା ବେଳେ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଚର୍ମ ବିଶେଷଜ୍ଞ ଡଃ. ନିହାର ରଞ୍ଜନ ନାୟକ ମୁଖ୍ୟ ଅତିଥି, ଇନ୍ସପେକ୍ଟର ଶ୍ରୀଯୁକ୍ତ ରଘୁନାଥ ମାଝୀ ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ଭାବେ ଡ଼ଃ ଲଲୁପ୍ କୁମାର ଶତପଥି, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଦେବବ୍ରତ ସାନା ଏବଂ ଅନ୍ୟାନ୍ୟ ଅତିଥି ମଧ୍ୟରେ ସମାଜସେବୀ ଶ୍ରୀଯୁକ୍ତ ଜଗବନ୍ଧୁ ପଢ଼ିଆରି, ଶ୍ରୀଯୁକ୍ତ ବିକ୍ରମ କେଶରୀ ପାଢ଼ୀ, ବରିଷ୍ଠ ସାମ୍ବାଦିକ ପ୍ରସାଦ ନାୟକ, ଶ୍ରୀଯୁକ୍ତ ଜାନକୀ ପଟ୍ଟନାୟକ, ଶ୍ରୀଯୁକ୍ତ ସନ୍ତସ ନାୟକ, ସାମ୍ବାଦିକ ଶ୍ରୀଯୁ ଜ୍ଞାନ ଚାନ୍ଦ ଦାଶ, ଅଧ୍ୟାପକ ରାମକୃଷ୍ଣ ଭଞ୍ଜ, ଶ୍ରୀଯୁକ୍ତ ଆଶିଷ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀଯୁକ୍ତ ରାମ ପ୍ରାସାଦ ନାଗଙ୍କ ମେଳାପି ବ୍ୟକ୍ତିତ୍ଵ, ଜଣେ ଦକ୍ଷ ପାଲିସ ଅଧିକାରୀ ତଥା ଉଚ୍ଚକଟିର ଜ୍ଞାନୀ ବ୍ୟକ୍ତି ଓ ତାଙ୍କ ନିଷ୍ଠାବାନ କର୍ମମୟ ଜିବନୀ ଉପରେ ଆଲୋକପାତ କରିଥିଲେ ଜଣେ ଉତ୍ତମ ପୋଲିସ ଅଧିକାରୀ ଭାବେ ସେ କିପରି ନିରବଛିନ୍ନ ଭାବେ ତାଙ୍କ କର୍ତ୍ତବ୍ୟ ସମ୍ପାଦାନ କରିଆସୁଥିଲେ ଓ ସମଗ୍ର ଜିଲ୍ଲାରେ ଲନକଙ୍କ ପ୍ରିୟ ଭାଜନ ହୋଇଥିଲେ ତାହା ଉପରେ ସମସ୍ତେ ନିଜ ନିଜର ବକ୍ତବ୍ୟ ରଖିବାସହ ତାଙ୍କର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ସାଇକ୍ଲିଂ କ୍ଲବ ତରଫରୁ ଉପଢ଼ୌକନ ଓ ଉତ୍ତରୀୟ ଦିଆଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଧ୍ୟାପକ ଶ୍ରୀ ରାମ କୃଷ୍ଣ ଭଞ୍ଜ ଧନ୍ୟବାଦ୍ ଜଣାଇ ସଭା ଶେଷ ହୋଇ ଥିଲା ।
Pabitra Biswas's Report
BlackCatNews, Malkangiri