×
Login

ମାଲକାନଗିରି: ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।.

137 Views 0 Comments | - By Black Cat News - 13 June, 2022

mediafile1655076597.jpeg

ମାଲକାନଗିରି ତା:- ୧୨/୬:- ମାଲକାନଗିରି ନାଗରିକ ସମାଜ ତରଫରୁ ମାଲକାନଗିରି ସୀମା ସୁରକ୍ଷା କାର୍ଯ୍ୟାଳୟ ଠାରେ ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟ ତୀର୍ଥ ଆଚାର୍ଯ୍ୟ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଉକ୍ତ ସମ୍ବର୍ଦ୍ଧନା ସଭାରେ ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡଃ ରଞ୍ଜନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ନେହେରୁ ଯୁବକେନ୍ଦ୍ର ର ସଂଯୋଜକ ହରିଶ ରୂପାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୀମା ସୁରକ୍ଷା ବଳ ଡି.ଆଇ.ଜି ଶୈଳେନ୍ଦ୍ର ସିଂହ୍ଵା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଦାୟୀ କମାଣ୍ଡାଣ୍ଟ ତୀର୍ଥ ଆଚର୍ଯ୍ୟ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି  ସମ୍ବର୍ଦ୍ଧିତ କରିଥିଲେ । ବିଦାୟୀ କମାଣ୍ଡାଣ୍ଟ ୨୦୧୮ ମସିହାରୁ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର ଓ ପରୋପକାରୀ ବ୍ୟକ୍ତି ରୂପେ ସୁନାମ ଅର୍ଜନ କରିଥିଲେ ।


ଆଦିବାସୀ ଛାତ୍ରଛାତ୍ରୀମାନ ଙ୍କ ଉନ୍ନତି କଳ୍ପେ ସେ ସର୍ବଦା ଚେଷ୍ଟିତ ଥିଲେ । ତାଙ୍କର କାର୍ଯ୍ୟ କାଳ  ସମୟରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ  ଭାରତର ବିଭିନ୍ନ ସ୍ଥାନ ଯଥା:- ଗୌହାଟୀ, ଗୁଜରାଟ, ଆଗ୍ରା ପ୍ରଭୁତି ସ୍ଥାନ ପରିଭ୍ରମଣ କରିବାର ବ୍ୟବସ୍ଥା କରାଇଥିଲେ । ବୃକ୍ଷରୋପଣ, ସମାଜସେବା, ଗରୀବ ଆଦିବାସୀ ଛାତ୍ରଛାତ୍ରୀ, ବୃଦ୍ଧ, ବୃଦ୍ଧା ମାନଙ୍କୁ ପଠନ ସାମଗ୍ରୀ, ବସ୍ତ୍ର, କମ୍ବଳ ବଣ୍ଟନ ପ୍ରଭୁତି ଅନେକ ଜନ ହିତକର କାର୍ଯ୍ୟରେ ସେ ସର୍ବଦା ପ୍ରଶଂସନୀୟ ଭୂମିକା ନିର୍ବାହ କରୁଥିଲେ । ମାଲକାନଗିରି ରୁ ସୁଦୂର ପଞ୍ଜାବର ଅବହର ଜିଲ୍ଲା କୁ  ବଦଳି ହୋଇଥିବାରୁ ତାଙ୍କୁ ଜିଲ୍ଲା ନାଗରିକ ସମାଜ ତରଫରୁ ଉଛ୍ୱସିତ ସମ୍ବର୍ଦ୍ଧନା ସହ ବିଦାୟ ଦିଆଯାଇଥିଲା ।

Pabitra Biswas's Report
BlackCatNews, Malkangiri


Also Read
Related News


mediafile1656280292.jpeg
ମାଲକାନଗିରି: ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ।
27 June, 2022
mediafile1656194738.jpeg
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।
26 June, 2022
mediafile1655709182.jpg
ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।
20 June, 2022
mediafile1655239631.jpg
ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ।
15 June, 2022
mediafile1654893970.jpeg
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ।
11 June, 2022
mediafile1654375127.jpg
କନ୍ଧମାଳ ଜିଲ୍ଲା ରେ ଚାଲିଛି ଅନ୍ଧ ରାଜୁତି, ଏଠାରେ ଯିଏ ପାଟି ଖୋଲିବ ସେ ହୋଇଯିବ ସବୁଦିନ ପାଇଁ ମୂକ।
5 June, 2022

×