×
Login

ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।.

153 Views 0 Comments | - By Black Cat News - 26 June, 2022

mediafile1656194738.jpeg

ମାଲକାନଗିରି,୨୫/୦୬:-ମାଲକାନଗିରି ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିୟ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୁଦ୍ଧ ଦିବସ ଅବସରରେ ଆନ୍ତଃଜିଲ୍ଲା ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମାଲକାନଗିରି ମହାବିଦ୍ୟାଳୟ, ଘଡେଇ ଆବାସିକ ମହାବିଦ୍ୟାଳୟ, ସତ୍ୟନାରାୟଣ ଆବାସିକ ମହାବିଦ୍ୟାଳୟ, ବାଲିମେଳା ମହାବିଦ୍ୟାଳୟ, ଶ୍ୟାମ ପ୍ରସାଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡଃ ରଞ୍ଜନ କୁମାର ସ୍ୱାଇଁ ପରିଚାଳନା କରିଥିଲେ ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାଶ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଓ କନିଷ୍ଠ ସହାୟକ, ସାମାଜିକ ସୁରକ୍ଷା ବିଭାଗ ଅନିଦିତା ରାୟ, ରବିକୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।


ମହାବିଦ୍ୟାଳୟ ର ଜାତୀୟ ସେବାଯୋଜନା, ଯୁବ ରେଡ଼କ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ । ମାଲକାନଗିରି ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟପକ ପ୍ରମୀୟ କୁମାର ମହାନ୍ତି, ତପନ କୁମାର ବେହେରା, ପ୍ରଦୀପ ରୋମ ଓ ଗୋକୁଳାନନ୍ଦ ପାତ୍ର ଏହି କାର୍ଯ୍ୟକ୍ରମ ରେ  ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ମହାବିଦ୍ୟାଳୟ ରୁ ୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

ପ୍ରବନ୍ଧ ପ୍ରତିଯୋଗିତା ରେ ଘଡେଇ ଆବାସିକ ମହାବିଦ୍ୟାଳୟ ର ଜୋତ୍ସାରାଣୀ ଗୌଡ଼ ପ୍ରଥମ, ରେବା ହାଲଦାର ଦ୍ଵିତୀୟ, ମଡେଲ କଲେଜ ର କ୍ରିଷ୍ଣା ମଜୁମଦାର ଓମାଲକାନଗିରି ମହାବିଦ୍ୟାଳୟ ର ଶୁଭ ବିଶ୍ୱାସ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ତର୍କ ପ୍ରତିଯୋଗିତାରେ ଶୁଭ ବିଶ୍ୱାସ ପ୍ରଥମ,ହେମା ମଜୁମଦାର ଦ୍ଵିତୀୟ ଓ ସ୍ନେହୀତା ବୈଦ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରି ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Pabitra Biswas's Report
BlackCatNews, Malkangiri


Also Read

×