ଭେଣ୍ଡିଆ ପୁଅର ମୃତ୍ୟୁ ପରେ ବେସାହାରା ପରିବାର ।।.
54 Views 0 Comments | - By Black Cat News - 15 November, 2023

ହିଂଜିଳିକାଟୁ,ଗଞ୍ଜାମ (୧୧.୧୧.୨୦୨୩): ପୁଅ ଥିଲା ପରିବାରର ଏକମାତ୍ର ସାହାଭରସା ।ପୂଜକ ଭାବେ କାର୍ଯ୍ୟ କରି ତେଲ ଲୁଣ ସଂସାର ଆଗକୁ ବଢିଥିଲା ।ହେଲେ ଏଭଳି କଳାବାଦଲ ପରିବାର ପାଇଁ ଦୁଃଖ ଆଣିଦେବ କେହି ଭାବି ନ ଥିଲେ ।ହିଂଜିଳିକାଟୁ ଉପରରେଗିଡି ୧୦ ନଂ ୱାର୍ଡର ଜଗନ୍ନାଥ ମିଶ୍ର ଓରଫ ଜଗା (୨୮)ଙ୍କ ମୃତ୍ୟୁ ପରେ ଏବେ ପେଟ ଚାଖଣ୍ଡ ପାଇଁ ଚିନ୍ତାରେ ପରିବାର ।ଦଶହରା ପୂଜା ସମୟରେ ବରାହି ପାହାଡ଼ କନକ ଦୁର୍ଗା ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ବେଳେ ହଠାତ୍ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା ।ସେଠାରେ ଉପସ୍ଥିତ ଲୋକେ ସଂଗେ ସଂଗେ ହିଂଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ସେତେବେଳେ ଜୀବନ ଦୀପ ଲିଭି ଯାଇଥିଲା ।ତାଙ୍କର ଅକାଳ ନିଧନରେ କେବଳ ପରିବାର ନୁହଁ ପୁରା ଅଞ୍ଚଳବାସୀ ମ୍ରିୟମାଣ ହୋଇପଡିଥିଲେ ।କାରଣ ଜଗା ଥିଲା ଶାନ୍ତ,ସରଳ,ନିଷ୍କପଟ ଓ ଭଦ୍ର ।ପୁଅକୁ ହରାଇ ପିତାମାତାଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ଆର୍ଥିକ ମେରୁଦଣ୍ଡ ଏବେ ଭାଙ୍ଗି ପଡ଼ିଛି ।ରାସନ କାର୍ଡ଼ଟିଏ ଅଛି ସତ କିନ୍ତୁ ଆଜିର ମହଙ୍ଗା ଯୁଗରେ ଅନ୍ୟାନ୍ୟ ସାମଗ୍ରୀ କିଣିବା ପରିବାର ପକ୍ଷେ ସମ୍ଭବ ନୁହଁ ।ଏଭଳି ବିପତ୍ତି ସମୟରେ ପରିବାର ପାଇଁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି
Sandesh Kumar Sahu's Report
BlackCatNews, Ganjam