×
Login

କନ୍ଧମାଳ, ଜିଲ୍ଲା ହୋମଗାର୍ଡ ସଂଘର ବିଭିନ୍ନ ସମସ୍ୟାର ସରଳ ସମାଧାନ ପାଇଁ ସାଂସଦ ମହୋଦୟଙ୍କୁ ଦାବିପତ୍ର ପ୍ରଦାନ।.

62 Views 0 Comments | - By Black Cat News - 9 September, 2023

mediafile1694256611.jpeg

କନ୍ଧମାଳ, କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତା ଏବଂ ପରାମର୍ଶଦାତା ମାନଙ୍କ  ପୂର୍ବ ଆଲୋଚନା ପ୍ରକାର ଆଜି ଫୁଲବାଣୀ  ସର୍କିଟ ହାଉସ ଠାରେ କନ୍ଧମାଳ ଜିଲ୍ଲା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପୁଷ୍ପ ଗୁଛ‌‌‌ ଦେଇ ସମ୍ୱର୍ଦ୍ଧନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରର ମୂଖ୍ୟ ଉଦ୍ଦେଶ୍ୟ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘଠନ ଗଠନ ହେବାର ଦୀର୍ଘ ବର୍ଷ ବିତିଗଲାଣି ।କିନ୍ତୁ ସରକାରଙ୍କ ବିଭିନ୍ନ ଯୋଜନାରୁ ହୋମଗାର୍ଡ ସଂଘ ବଞ୍ଚିତ ହେଉଥିବାରୁ। ଆଗାମୀ ଦିନରେ କିପରି କନ୍ଧମାଳ ଜିଲ୍ଲାର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହଯୋଗରେ ବିଭିନ୍ନ ସମସ୍ୟାର ସରଳ ସମାଧାନ କିପରି ହୋଇପାରିବ ସେ ବିଷୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମଟି କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ପରାମର୍ଶଦାତା, ମାନବାଧିକାର ମିସନ ରାଜ୍ୟ ଉପସଭାପତି, ତଥା କନ୍ଧମାଳ ଜିଲ୍ଲା ଏମ୍ ପି ପ୍ରତିନିଧି ଜଳନ୍ଧର ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ହୋମଗାର୍ଡ ସଂଘ,ଆବାହକ ତଥା, ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, ସମ୍ପାଦକ, ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, ଟାଉନ ଥାନା ହୋମଗାର୍ଡ ସଂଘ ସଭାପତି ଚିଦାନନ୍ଦ ଦାସ,ଉପ ସଭାପତି ସାଫରିନ ଖାନ୍ ଙ୍କ ଉପସ୍ଥିତି ରହି ଆଜିର କାର୍ଯ୍ୟକ୍ରମ ଟିକୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇଥିଲା।

Sandeep Kumar's Report
BlackCatNews, Kandhamal


Also Read

×