×
Login

ଭଦ୍ରକ : ମୋଚି ଛକ ଠାରୁ ମା ଭଦ୍ରକାଳୀ ପୀଠ ରାସ୍ତାର ପୁନରୁଦ୍ଧାର ଦାବି।.

91 Views 0 Comments | - By Black Cat News - 23 June, 2022

mediafile1655938505.png

ଭଦ୍ରକ କଚେରୀ ବଜାର ମୋଚି ଛକ ଠାରୁ ନଙ୍ଘାମହ, ଶଙ୍କରପୁର, ପୁରୁଣାବଜାର, ବାଙ୍ଗାବଜାର, ସଙ୍ଗତ ଛକ ଠାରୁ ମା’ ଭଦ୍ରକାଳୀ ପୀଠ ଓ ଗୁଜିଦରଡ଼ା ପଂଚାୟତ ପର୍ଯ୍ୟନ୍ତ ରାସ୍ତାରେ ପ୍ରଶସ୍ତିକରଣ ସହିତ ପୁନରୁଦ୍ଧାର ପାଇଁ ଦାବି କରିଛି ଭଦ୍ରକ ଜାତୀୟ କଂଗ୍ରେସ  ୭ ଦିନ ମଧ୍ୟରେ ଏହି ଦାବି ପୂରଣ ନହେଲେ, ରାସ୍ତାରୋକ ପାଇଁ  ଦଳ ଚେତାବନୀ ଦେଇଛି  ଏହିଅବସରରେ  କଂଗ୍ରେସ ଦଳ  ପକ୍ଷରୁ ନଳିନୀ କାନ୍ତ ମହାନ୍ତି ଙ୍କ ନେତୃତ୍ବରେ ଏକ ଦାବିପତ୍ର  ପ୍ରଦାନ କରିଛନ୍ତି  ଅଭିଯୋଗ ଅନୁଯାୟୀ ଭଦ୍ରକ ପୌରକାଳିକାର ୧୫ଟି ୱାର୍ଡ଼ର ପ୍ରାୟ ୬୦ ହଜାର ଲୋକ ଓ ଗୁଜିଦରଡ଼ା, ଖଣ୍ଡତଡ଼ା, ବେନ୍ତାଳ ପଂଚାୟର ପ୍ରାୟ ୩୫ ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ ଏହି ରାସ୍ତା ଦେଇ  ସ୍କୁଲ, କଲେଜ, ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, କୋର୍ଟ, ଡାକ୍ତରଖାନାକୁ ଉକ୍ତ ଅଂଚଳର ଲୋକମାନେ ଯାଇଥାନ୍ତି ଉକ୍ତ ରାସ୍ତାଟି ଅଣ ଓସାରିଆ ହୋଇଥିବାରୁ ଦମକଳ, ଆମ୍ବୁଲାନ୍ସ ଯାତାୟାତ ପାଇଁ ଗୁରୁତର ସମସ୍ୟା ସୃଷ୍ଟି ହେଉଛି  ପ୍ରାୟ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଏହି ରାସ୍ତାରେ ଘଟୁଛି  ଉକ୍ତ ରାସ୍ତା ଦେଇ ମା’ ଭଦ୍ରକାଳୀଙ୍କ ଦର୍ଶନ ପାଇଁ ଜିଲ୍ଲା ତଥା ସମଗ୍ର ରାଜ୍ୟ ଏପରିକି ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇ ଚାଲିଛନ୍ତି  ତେଣୁ ୭ଦିନ ମଧ୍ୟରେ ଏହି ରାସ୍ତାର ମରାମତି ଓ ପୁନରୁଦ୍ଧାର କରାନଗଲେ ଦଳ ପକ୍ଷରୁ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Punil Kumar Samanta's Report
BlackCatNews, Bhadrak


Also Read
Related News


mediafile1656280292.jpeg
ମାଲକାନଗିରି: ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ।
27 June, 2022
mediafile1656194738.jpeg
ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ।
26 June, 2022
mediafile1655709182.jpg
ଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ।
20 June, 2022
mediafile1655239631.jpg
ମାଲକାନଗିରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶନାରେ ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ।
15 June, 2022
mediafile1655076597.jpeg
ମାଲକାନଗିରି: ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।
13 June, 2022
mediafile1654893970.jpeg
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ।
11 June, 2022

×