×
Login

ପୋଲିସ କନିଷ୍ଟେବଳ ଙ୍କ ସରକାରୀ ବାସ ଭବନ ରେ ଆତ୍ମା ହତ୍ୟା ।।.

85 Views 0 Comments | - By Black Cat News - 13 March, 2023

mediafile1678718940.jpeg

କନ୍ଧମାଳ ଜିଲ୍ଲା ତା- ୧୩/୦୩/୨୦୨୩ କନ୍ଧମାଳ ଜିଲ୍ଲା ଟିକାବାଲି ଥାନାରେ ଆଜି ଦିବା ୧୧ ଘଣ୍ଟିକା ସମୟ ରେ ଥାନା ର ଉପର ମହଲା ନିଜ ରୁମ ରେ ଫ୍ୟାନ ରେ ଗାମୁଛାରେ ଫାସ ଦେଇ ପୋଲିସ କନିଷ୍ଟେବଲ ଶ୍ରୀ ଶ୍ରୀନିବାସ ଘଟାଲ ଙ୍କ ଆତ୍ମା ହତ୍ୟା କରିଥିବା ଦେଖିବାକୁ ମିଳିଛି। କନିଷ୍ଟେବଲ ନିଜ ଘର ଫୁଲବାଣୀ ଡାକପଲା ଗ୍ରାମ ବୋଲି ଜଣାପଡିଛl ଆଜକୁ ସେ ଦୀର୍ଘ ଦୁଇ ବର୍ଷ ହେବ ଟିକାବାଲି ଥାନା ରେ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ତୁଲାଉଥିଲେ। ଆଜି ତାଙ୍କର ଷ୍ଟାଫ୍ ଉପର ମହଲାକୁ କୌଣସି କାମରେ ଯାଇଥିବାରୁ ଝରକା ଫାଙ୍କରେ ଦେଖିଥିଲେ ଝୁଲନ୍ତା ମୃତଦେହ।


ସଗେଂସଗେଂ ତଳକୁଆସି ଥାନା ଅଧିକାରୀଣୀ ଶ୍ରୀମତି କଲ୍ୟାଣୀ ମୟୀ ଷେଣ୍ଢ ଙ୍କୁ କହିଥିଲେ। ଶ୍ରୀ ଷେଣ୍ଢ ଘଟଣା ସ୍ଥଳକୁ ପହଞ୍ଚି ଦେଖିଲା ବେଳକୁ ଫ୍ୟାନ ରେ ଝୁଲୁଥିଲା ଶ୍ରୀନିବାସଙ୍କ ମୃତଦେହ। ଥାନାଅଧିକାରିଣୀ ଜିଲ୍ଲା ଅରକ୍ଷୀ ଅଧ୍ୟକ୍ଷ ଙ୍କୁ ଏହି ଖବର ଣାଇଥିଲେ । ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ପାତ୍ର ଙ୍କ ଆଦେଶ କ୍ରମେ ଘଟଣା ସ୍ଥଳରେ ପହଞ୍ଚଥିଲେ ଜି ଉଦୟଗିରି ଏସ୍ ଡି ପିଓ ଶ୍ରୀ ଡି ତିରୁପତି ରାଓ ପଟ୍ଟନାୟକ, ଏବଂ ଜି ଉଦୟଗିରି ଆଇ ଆଇ ସି ଶ୍ରୀ ଅଜୟ କୁମାର ଶ୍ବାଇଁ ,ଏ ଏସ୍ ଆଇ ବିନୟ କୁମାର ମହାରଣ,ଏବଂ ବାଲିଗୁଡା ଉପଖଣ୍ଡର ଏସ୍ ଡି ପିଓ ,ଶ୍ରୀ ରୋହିତ୍ ବୋର୍ମା, ଟିକାବାଲି ଥାନା ରେ ପହଞ୍ଚବାପରେ ତାଙ୍କ ପରିବାର ଙ୍କୁ ଖୋବର ଦିଆଜାଇଥିଲା।।

ଟିକାବାଲି ଆଇ ଆଇ ସି , ଉଦୟଗିରି ଏସ୍ ଡି ପିଓ, ବାଲିଗୁଡା ଏସ୍ ଡି ପିଓ , ମିଳିତରେ ତାଙ୍କ ସ୍ତ୍ରୀଙ୍କୁ ପଚାରି ବୁଝିଥିଲେ । ଦୁଇ ଜଣ ଏସ୍ ଡି ପଓ ,ଓ ଦୁଇଜଣ ଆଇ ଆଇ ସି, ସମେତ ତାଙ୍କ ସ୍ତ୍ରୀଙ୍କ ଉପସ୍ଥିତରେ ଆତ୍ମହତ୍ୟା କରିଥିବା ଘର କବାଟ ଖୋଲାଯାଇଥିଲା। କିଛି ସମୟ ତଦନ୍ତ ପ୍ରକ୍ରୀୟା ସରିଲାପରେ ଫ୍ୟାନ୍ ଝୁଲୁଦିବା ମୃତ୍ୟୁ ଦେହ ଉଧାର କରାଯାଇ କେସ୍ ନଂ ୧/୨୦୨୩ ରୂଜୁକରି ଶବ ବେବଛେଦ କରିବାପାଇଁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇ ପରିବାର ଲକଙ୍କୁ ହସ୍ତାନ୍ତ୍ର କରାଗଲା l

Ramesh Kumar Panda's Report
BlackCatNews, Kandhamal

#

Also Read

×