×
Login

କେନ୍ଦ୍ରୀୟ ବିଦ୍ୟାଳୟ ଝାରସୁଗୁଡ଼ା ରେ “ଶିଶୁ ମେଳା” ଆୟୋଜିତ ।।.

84 Views 0 Comments | - By Black Cat News - 27 November, 2022

mediafile1669500500.jpeg

 ଅଦ୍ୟ  ତା.୨୬.୧୧.୨୦୨୨ ଶନିବାର ଦିନ କେନ୍ଦ୍ରୀୟ ବିଦ୍ୟାଳୟ ଝାରସୁଗୁଡ଼ା ରେ ଏକ “ଶିଶୁ ମେଳା” ଆୟୋଜିତ ହୋଇ ଯାଇଛି । ଏଥିରେ ବିଦ୍ୟାଳୟ ର ପ୍ରାଥମିକ ଛାତ୍ର-ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପ୍ରକଳ୍ପ ଗୁଡ଼ିକ ମୁଖ୍ୟତଃ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ସମସାମୟିକ ସମସ୍ୟାବଳି, ଐତିହାସିକ କୀର୍ତ୍ତି ତଥା ଭୌଗୋଳିକ ତଥ୍ୟ ଉପରେ ଆଧାରିତ ରହିଥିଲା। କାର୍ଯ୍ୟକ୍ରମ ରେ ସର୍ବମୋଟ ସତାଅଶି ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।


କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ କୁମାରୀ ଉଷା ଉଦ୍ଘାଟନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ସୃଜନଶୀଳତା ମାଧ୍ୟମରେ ଏକ ସୁଦୃଢ଼ ରାଷ୍ଟ୍ର ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ  ବିଦ୍ୟାଳୟ ର ଶିକ୍ଷକ ଶ୍ରୀ କୁଞ୍ଜ ବିହାରୀ ପଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀମତୀ ନିରୁପମା ନାୟକ ଏବଂ ଶ୍ରୀ ବେଣୁଧର ଧୁରୁଆ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ । କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ତଥା ଅଭିଭାବକ ଦେଖିବା ସହ ଏହାର ଭୂୟସି ପ୍ରଶଂସା କରିଥିଲେ ।

DILESWAR BAG's Report
BlackCatNews, Jharsuguda


Also Read

×