×
Login

ମାଲକାନଗିରି ମହାବିଦ୍ୟାଳୟରେ କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ।।.

58 Views 0 Comments | - By Black Cat News - 19 March, 2023

mediafile1679174686.jpeg

ମାଲକାନଗିରି,୧୮/୦୩:- ମାଲକାନଗିରି ମହାବିଦ୍ୟାଳୟର ସଭାଗୃହରେ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶ୍ରେଣୀ ର ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ୟାରିୟର ଡାଉନ୍ ସେଲିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓ ଉଦୟନାଥ ଖରା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଆଇ.କ୍ୟୁ.ଏସ.ସି ର ସଂଯୋଜକ ତଥା ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ. ରଞ୍ଜନ କୁମାର୍ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟଟିକୁ ପରିଚାଳନା କରିଥିଲେ ।


ମୁଖ୍ୟ ଅତିଥି ଡ଼ଃ. ଖରା ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଭାବରେ ଉଚ୍ଚ ପଦସ୍ତ ସରକାରୀ ଚାକିରିରେ ନିଯୁକ୍ତି ପାଇ ପାରିବେ ଯେପରି କେନ୍ଦ୍ରୀୟ ଲୋକସଭା ଆୟୋଗ, ଓଡ଼ିଶା ଲୋକସଭା ଆୟଗ ଦ୍ଵାରା କରାଯାଉଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ସେଥିପାଇଁ ମାର୍ଗଦର୍ଶନ ଦେଇଥିଲେ । ଅଧ୍ୟକ୍ଷ ଅଶୋକ କୁମାର୍ ଷଡଙ୍ଗୀ ଏନ୍.ଟି.ଏ. ଦ୍ଵାରା କରାଯାଉଥିବା  ପ୍ରବେଶିକ ପରୀକ୍ଷା ଉପରେ ଆଲୋକପାତ କରିବା ସହିତ କଠିନ ପରିଶ୍ରମ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ଡ଼ ରଞ୍ଜନ କୁମାର୍ ସ୍ୱାଇଁ ବିଭିନ୍ନ ପ୍ରତିଯୋଗିତା ମୂଳକ ପୁସ୍ତକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କୁ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ସଭାଶେଷରେ ଅଧ୍ୟାପକ ପ୍ରମିୟ କୁମାର୍ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Ashutosh Pattjoshi's Report
BlackCatNews, Malkangiri


Also Read

×