×
Login

ବ୍ରହ୍ମପୁର ରୁ ଭଦ୍ରକ ଜିଲ୍ଲା ଗଲେ ଏଏସଆଇ ଇ.ଶଙ୍କର ରାଓ ।।.

187 Views 0 Comments | - By Black Cat News - 15 November, 2023

mediafile1700001664.jpg

ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ଏଏସଆଇ ଇ.ଶଙ୍କର ରାଓଙ୍କୁ ଭଦ୍ରକ ଜିଲ୍ଲାକୁ ବଦଳି ହୋଇଥିବା ଜଣା ପଡିଛି l ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଏନେଇ ନିର୍ଦ୍ଧେଶନାମା ଜାରିହୋଇଛି l ନିକଟରେ ବ୍ରହ୍ମପୁର ଏସପିଙ୍କ ପକ୍ଷରୁ ମୋଟ 28 ଜଣ ଏସଆଇ ଓ  ଏଏସଆଇଙ୍କ ବଦଳି କରାଯାଇଥିଲା l ସେଥିରେ ଏଏସଆଇ ଶଙ୍କର ରାଓ ଙ୍କୁ ଭଞ୍ଜବିହାର ଫାଣ୍ଡିରୁ ବ୍ରହ୍ମପୁର ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା l ବର୍ତମାନ ପୁଣିଥରେ ଆଡମିନିଷ୍ଟ୍ରେଟିଭଗ୍ରାଉଣ୍ଡରେ ବ୍ରହ୍ମପୁର ପୋଲିସ ଜିଲ୍ଲାରୁ ଭଦ୍ରକ ଜିଲ୍ଲାକୁ ବଦଳି ସହିତ ନିଯୁକ୍ତି ଦିଆଯାଇଥିବା ନିର୍ଦ୍ଧେଶନାମାରୁ ଜଣାପଡିଛି l ଏନେଇ ଶୁକ୍ରବାର ରାଜ୍ୟ ପୁଲିସ ମୁଖ୍ୟାଳୟରେ ହୋଇଥିବା ପୋଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡରେ ନିଷ୍ପତି ହୋଇଥିବା ଜଣାପଡିଛି l ଏବଂ ତୁରନ୍ତ ଏଏସଆଇ ଇ.ଶଙ୍କର ରାଓଙ୍କୁରିଲିଭ କରିବାକୁ ମଧ୍ୟ ନିର୍ଦ୍ଧେଶନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି l

Sandesh Kumar Sahu's Report
BlackCatNews, Ganjam


Also Read

×