×
Login

ସ୍ବାମୀ ପାଗଳ ! ଏହି ମହିଳା, ୧୩ବର୍ଷ ବିବାହ ପରେ ବୈବାହିକ ସୁଖ ନ ମେଣ୍ଟିବାରୁ ଆଉ ଏକ ପୁରୁଷକୁ କଲେ ନିଜର। .

52 Views 0 Comments | - By Black Cat News - 28 August, 2023

mediafile1693246375.jpg

ଭୁଲିଗଲେ ସବୁକିଛି ଓ ଭୁଲିଗଲେ ନିଜର ଛୋଟ ଛୋଟ ପିଲା ଛୁଆ। ଶେଷରେ ଦ୍ୱିତୀୟ ସ୍ୱାମୀକୁ ଖୋଜି ଖୋଜି ସ୍ତ୍ରୀ ଥାନାରେ। ୧୩ ବର୍ଷର ବୈବାହିକ ଜୀବନ ବିତାଇ ଥିବା ପ୍ରଥମ ସ୍ବାମୀକୁ ଛାଡି ନିଜର ଯୌନ ତୃଷ୍ଣା ମେଣ୍ଟାଇବା ପାଇ ଦ୍ୱିତୀୟ ସ୍ବାମୀର ଧରିଥିଲେ ହାତ ଏହି ମହିଳା ଜଣଙ୍କ। ପରେ ଦ୍ୱିତୀୟ ସ୍ବାମୀ ତା ସୁଖ ମେଣ୍ଟାଇ ସାରିବା ପରେ ମଝି ରାସ୍ତାରେ ଛାଡିଲେ ହାତ। ପରେ ମହିଳା ଜଣକ କିଛି ଉପାୟ ନ ପାଇ ପହଞ୍ଚିଲେ ସହରାଞ୍ଚଳ ଥାନାରେ। ସୂଚନା ଅନୁଯାୟୀ ଧାମରାର କୁମାମରା ଅଞ୍ଚଳର ମିନାଲତା ଦାସ୍ ସେହି ଗ୍ରାମର ବିନୟ କୁମାର ଦାସଙ୍କୁ ପ୍ରଥମେ ୨୦୧୦ ମସିହାରେ ବିବାହ କରିଥିଲେ । ବିବାହ କରିବା ପରେ ଉଭୟ ସ୍ଵାମୀ ସ୍ତ୍ରୀ ୧୩ ବର୍ଷ ଧରି ସାଙ୍ଗରେ ମଧ୍ୟ୍ୟ ରହିଥିଲେ ଓ ଦୁଇଟା ଝିଅ ଓ ଗୋଟାଏ ପୁଅ ମଧ୍ୟ୍ୟ ଅଛି।ପରେ ବିନୟ ସ୍ତ୍ରୀକୁ ସୁଖ ନ ଦେଇ ପାରିବାରୁ ଶେଷରେ ସ୍ତ୍ରୀ ମିନାଲତା ପ୍ରଥମ ସ୍ବାମୀକୁ ଛାଡି ଦ୍ୱିତୀୟ ସ୍ବାମୀ ରଞ୍ଜନ ପାତ୍ରକୁ ଧରି ହରିୟାଣା ପଲାଇଥଲେ। ସେଠୀ ମଧ୍ୟ୍ୟ ଦ୍ୱିତୀୟ ସ୍ୱାମୀ ଓ ମିନାଲତା ୩ ମାସ ଧରି ରହିଥିଲେ। ପରେ ହରିୟାଣାରୁ ଫେରୁଥିବା ବେଳେ କଟକ ପାଖରେ ସ୍ତ୍ରୀ ମିନାଲତା ଛାଡି କେଉଁ ଆଡେ ଚାଲିଯାଇଥିବା କଥା କହିଛନ୍ତି ସ୍ତ୍ରୀ ମିନାଲତା। ଦ୍ୱିତୀୟ ସ୍ଵାମୀ ରଂଜନ ପାତ୍ରଙ୍କର ମଧ୍ୟ ଆଗରୁ ଦୁଇଟା ସ୍ତ୍ରୀ ଅଛି ବୋଲି ସାଙ୍ଗରେ ଯାଇଥିବା ମହିଳା ଅର୍ଥାତ ତୃତୀୟ ସ୍ତ୍ରୀ ମିନାଲତା ନିଜ ମୁହଁରେ ପ୍ରକାଶ କରିଛନ୍ତି। ୭ ଜନ୍ମର ସାଥି କରିବା ପାଇ ଉଭୟ ସ୍ଵାମୀ ସ୍ତ୍ରୀ ଦୁହେଁ ବିବାହ କରିଥିଲେ, କିନ୍ତୁ ଦେହର ସୁଖ ପାଇ ପ୍ରଥମ ସ୍ଵାମୀ ଛାଡି ଦ୍ୱିତୀୟ ସ୍ଵାମୀକୁ ଧରି ଚାଲିଗଲେ ଓ ସେଠୀ ମଧ୍ୟ୍ୟ ରହି କିଛି ସଫଳ ନ ପାଇବାରୁ ଓ ଦ୍ୱିତୀୟ ସ୍ୱାମୀ ଛାଡି ଚାଲିଯିବାରୁ ଶେଷରେ କିଛି ଉପାୟ ନ ପାଇ ୩ଟି ଛୁଆକୁ ଧରି ପହଞ୍ଚିଥିଲେ ଭଦ୍ରକ ସହରାଞ୍ଚଳ ଥାନାରେ। ତେବେ ଦେଖିବାକୁ ବାକି ରହିଲା ଏଭଳି ଘଟଣାର ମୁଡ କେଉଁଆଡେ ଯାଉଛି ।।

Punil Kumar Samanta's Report
BlackCatNews, Bhadrak

#

Also Read

×