×
Login

ଗ୍ରାମବାସୀଙ୍କ ଘରେ କେନ୍ଦୁପତ୍ର ଚଢ଼ାଉ କରିବାରୁ ଏସିଏଫ ସହ ବନକର୍ମଚାରିଙ୍କୁ ଘେରିଲେ ଗ୍ରାମବାସୀ।.

52 Views 0 Comments | - By Black Cat News - 7 August, 2022

mediafile1659821658.jpeg

ରେଢ଼ାଖୋଲ ବ୍ଲକ ବଡ଼ମାଳ ବନାଞ୍ଚଳ ମୋଚିବାହାଲ ପଞ୍ଚାୟତ ଅନ୍ତର୍ଗତ ସାଇବେର୍ଣ୍ଣି ଗ୍ରାମରେ ବନ କର୍ମଚାରୀ ଓ ଗ୍ରାମବାସୀ ଙ୍କ ମଧ୍ୟରେ ଘଟିଛି ତୁମୁଳକାଣ୍ଡ l ବନକର୍ମଚାରି ଙ୍କୁ ମହିଳା ଙ୍କ ସମତେ ଗ୍ରାମବାସୀ ଘେରାଉ କରି ଅପଦସ୍ତ କରିବା ସହ ହଟହଟା କରିଛନ୍ତି l ଶେଷରେ ଖୋଦ ପୋଲିସ ପହଞ୍ଚି ଘଟଣା ସ୍ଥଳ ରୁ ଏସିଏଫ, ବନାଞ୍ଚଳ ଅଧିକାରୀ  ଙ୍କ ସହ ଅନ୍ୟ ବନ କର୍ମଚାରୀ ଙ୍କୁ ଉଦ୍ଧାର କରିଛି l


ସୂଚନା ମୁତାବକ ଏକ ବିଶେଷ ସୂତ୍ରରୁ ଖବର ପାଇ ସାଇବେର୍ଣ୍ଣି ଗ୍ରାମ ର କିଛି ଲୋକ ଙ୍କ ଘରେ ବିପୁଳ ପରିମାଣ ର ବେଆଇନ କେନ୍ଦୁପତ୍ର ଗଛିତ ଥିବା ରେଢ଼ାଖୋଲ ଏସିଏଫ ଦେବି ପ୍ରସାଦ ରାଉତ ଖବର ପାଇ ବଡ଼ମାଳ ବନାଞ୍ଚଳ ଅଧିକାରୀ ପ୍ରଦୀପ ସେଠି, ଫରେଷ୍ଟର ଶ୍ରୀବତ୍ସ କିଷାନ, ଚାରମାଳ ଫରେଷ୍ଟର ପ୍ରବୀଣ ସାହୁ, ବଂଶlଜାଲ ଫରେଷ୍ଟର ବିଜୟ ବିଶ୍ୱାଳ ଙ୍କ ସହ କିଛି ଫରେଷ୍ଟଗାର୍ଡ ଙ୍କୁ ନେଇ ଏକ ଟିମ ଗଠନ କରି ଆଜି ଭୋର ରୁ ଚଢ଼ାଉ କରିଥିଲେ l କିଛି ଜଣ ଙ୍କ ଘରକୁ ପଶିବାକୁ ବନବିଭାଗ ଉଦ୍ୟମ କରୁଥିବା ବେଳେ ସ୍ୱୟଂ ସହାୟକ ମହିଳା ଓ ଗ୍ରାମବାସୀ ବିରୋଧ କରିଥିଲେ l କେନ୍ଦୁପତ୍ର ବିଭାଗ ତୋଳାଳୀ ଙ୍କ ସବୁ ପତ୍ର କୁ ନ କିଣି ଟାର୍ଗେଟ  ପୁରା ହେଲା କହି  ବନ୍ଦ କରିଦେଉଛି l


ଯାହା ଫଳ ରେ ବାଧ୍ୟ ହୋଇ ତୋଳାଳୀ ମାନେ ଅବଶିଷ୍ଟ ପତ୍ର କୁ ବିଡି ତିଆରି କରିବାକୁ କିମ୍ବା ବିଡି କାରିଗର ଙ୍କୁ ବିକ୍ରି କରିବା ଉଦେଶ୍ୟ ରେ ଗଛିତ ରଖୁଥିବା ପ୍ରକାଶ କରିଛନ୍ତି l ଆମର ସବୁ କେନ୍ଦୁପତ୍ର କଣ ପାଇଁ କେନ୍ଦୁପତ୍ର ବିଭାଗ କିଣୁନାହିଁ ବଲି ପ୍ରଶ୍ନ କରିଥିଲେ l ସବୁ ପତ୍ର କେନ୍ଦୁପତ୍ର ବିଭାଗ ନ କିଣିବାରୁ ଆମେ ଲକ୍ଷାଧିକ ଟଙ୍କା କ୍ଷତି ସହୁଛୁ l ଏବେ ମଧ୍ୟ ସମୟ ଅଛି ଆମ ପତ୍ର କୁ ସରକାର କିଣୁ ଆମେ ଘରେ ରଖିବୁନାହିଁ l ଆମେ ବଳକା ପତ୍ର କୁ କଣ କରିବୁ ଆପଣ ତାର ବ୍ୟବସ୍ଥା କରନ୍ତୁ ବଲି କହିବା ସହ କର୍ମଚାରୀ ଙ୍କୁ ଘେରି ଯାଇଥିଲେ l ଶେଷରେ ବଡ଼ମାଳ ଫାଣ୍ଡି ଅଧିକାରୀ ଗଣେଶ ବାରିକ ପହଞ୍ଚି ସମସ୍ତଙ୍କୁ ବୁଝାଇଥିଲେ l ବନ କର୍ମଚାରୀ ସେଠାରୁ ଚାଲିଯାଇଥିଲେ l

BINOD KUMAR SETHI's Report
BlackCatNews, Sambalpur

#

Also Read

×