ଯୁବଭାରତ କୃଷକ ସଂଘର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ ।। .
379 Views 0 Comments | - By Black Cat News - 23 August, 2023

ଯୁବଭାରତ କୃଷକ ସଙ୍ଘ ର ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି l ସଙ୍ଘର ରାଜ୍ୟ ସଭାପତି ପ୍ରଭାକର ନାୟକଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୃଷକ ଲକ୍ଷ୍ମଣ ଦାସ, ସମ୍ମାନିତ ଅତିଥି ଭାବେ କୃଷକ ନେତା ନକୁଳ ଚରଣ ରାଉତ, କୁଳମଣି ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ l ତେବେ ଯାଜପୁର ଜିଲ୍ଲା ସଙ୍ଘର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୃଷକ ଶ୍ରୀ ରାଜକିଶୋର ସାମଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ରସୁଲପୁର ବ୍ଲାକ ସଭାପତି ବଟକୃଷ୍ଣ ସାହୁ, ଦାନଗଦି ବ୍ଲକ ସଭାପତି ଭାଗିରଥି ଜେନା, ଦଶରଥପୁର ବ୍ଲାକ ସଭାପତି ସୁବାସ ନାୟକ, ମିଡ଼ିଆ ସେଲ ସମ୍ପାଦକ ରାଜତିଲକ ମହାନ୍ତି ଙ୍କ ସମେତ ରେଣୁବାଳା ଦାସ, ଅକ୍ତର ଅଲି ଖାଁ, ସବୀର ଖାଁ, ଶାସ୍ତ୍ରୀ ବହାଦୁର ପ୍ରଧାନ, ବରୁଣ ମଲିକ ଆଦି ବହୁ କୃଷକ ମନେ ଯୋଗ ଦେଇଥିଲେ l ଆଗାମୀ ଦିନରେ ସଙ୍ଘ ତରଫରୁ କୃଷକ ସେବା କେନ୍ଦ୍ର ସ୍ଥାପନ ସହିତ କୃଷକ ମାନଙ୍କ କଲ୍ୟାଣ ତଥା ମୌଳିକ ଦାବି ହାସଲ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜ୍ୟ ସଭାପତି ପ୍ରଭାକର ନାୟକ l ଏହି କାର୍ଯ୍ୟକ୍ରମରେ ବଟକୃଷ୍ଣ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ସମୀର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l
SATYABRATA SWAIN's Report
BlackCatNews, Jajpur