କେନ୍ଦ୍ରୀୟ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ତୃତୀୟ ବାର୍ଷିକୀ ପାଳନ ।।.
132 Views 0 Comments | - By Black Cat News - 30 July, 2023

ମାଲକାନଗିରି,୨୮/୦୭:- କେନ୍ଦ୍ରୀୟ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ତୃତୀୟ ବାର୍ଷିକୀ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ରେ ବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଇକରାର ଅହମଦ ଜାତୀୟ ଶିକ୍ଷା ନୀତି ୨୦୨୦ ର କାର୍ଯ୍ୟକାରିତା ଓ ଏହାର ସଫଳତା ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ରେ ଏହାର ପରିଚାଳନା କିପରି ଭାବରେ ସୁଚାରୁ ରୂପେ କରାଯାଉଅଛି ଏହା ଉପରେ ଆଲୋକପାତ କରିଥିଲେ ।
ଶ୍ରୀ ଅହମଦ ଆହୁରି ଶିକ୍ଷାନୀତି ର ବିଭିନ୍ନ ଦିଗ ଯଥା ନାମଲେଖା ବୟସ ପରିବର୍ତନ, ନିପୁଣ ଭାରତ, ବାଳ ବାଟିକା ର ଆରମ୍ଭ, ବିଦ୍ୟା ପ୍ରବେଶ, ଜାତୀୟ ପାଠ୍ୟକ୍ରମ ରୂପରେଖା, କୌଶଳ ବିକାଶ, ହିତାଧାରୀ ରୂପେ ଅଭିଭାବକ, ଶିକ୍ଷକଙ୍କ ପ୍ରଶିକ୍ଷଣ ଓ ବିଦ୍ୟାଞ୍ଜଳି ପୋର୍ଟାଲ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ. ଏହି ଅବସରରେ ଜିଲ୍ଲାର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଆସନ୍ତା କାଲି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦ୍ଵିତୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମ ର ଉଦ୍ଘାଟନ କରିବେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ ଓ କେନ୍ଦ୍ରୀୟ କୌଶଳ ବିକାଶ ଓ ଉଦ୍ୟମଶୀଲତା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ହେବାକୁ ଯାଉଅଛି ।
ଆସନ୍ତା କାଲି ସକାଳ ୯ ଘଟିକା ସମୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ତୃତୀୟ ବାର୍ଷିକୀ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ, ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ, ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିବେ ।
Pabitra Biswas's Report
BlackCatNews, Malkangiri