ବାସୁଦେବପୁର ଯୁବ କଂଗ୍ରେସ ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ।.
204 Views 0 Comments | - By Black Cat News - 31 July, 2022

ବାସୁଦେବପୁର ବ୍ଳକ ଅନ୍ତର୍ଗତ ପିସିସି ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ ଙ୍କ ବାସ ଭବନ ରେ ବାସୁଦେବପୁର ଯୁବ କଂଗ୍ରେସ ର ଏକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବିଧାନ ସଭା ମଣ୍ଡଳୀ ନେତା ଅଶୋକ ଦାସ, ଙ୍କ ସହ ନଗର କଂଗ୍ରେସ ସଭାପତି ଭକ୍ତ ରଞ୍ଜନ ପଟ୍ଟନାୟକ ଙ୍କ ସହ ଜିଲ୍ଲା କଂଗ୍ରେସ ର କାର୍ଯ୍ୟ କାରୀ ସଭାପତି ସୁବ୍ରତ ବେହେରା, କାଉନ ସିଲର କାର୍ତ୍ତିକ ଖିଲାର, ବିଜୟ ମହାନ୍ତି ଙ୍କ ସହ ଅନେକ ଯୁବ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ଆଗାମୀ ଦିନରେ କଂଗ୍ରେସ ଦଳ କୁ କିପରି ମଜବୁତ୍ କରିବା ସହ ଶାସକ ଦଳ ର ବିଭିନ୍ନ ମନମୁଖୀ କାର୍ଯ୍ୟ କୁ ବିରୋଧ, ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟା ର ସମାଧାନ ହେବ ସେ ବିଷୟ ରେ ଆଲୋଚନା କରିଥିଲେ। ଆଜି ର ଏହି କାର୍ଯ୍ୟ କର୍ମ ରେ ନୂତନ ଭାବେ ଏକ ଯୁବ କଂଗ୍ରେସ କମିଟି ଗଠନ କରାଯାଇଛି। ଯୁବ କଂଗ୍ରେସ ର ସଭାପତି ଭାବରେ ସୁଶାନ୍ତ କୁମାର ମହାକୁଡ଼, ଉପ ସଭାପତି ଭାବରେ ଦିଲୀପ ବାରିକ୍, ସାଧାରଣ ସମ୍ପାଦକ ଭାବରେ ଚନ୍ଦନ ନାୟକ, ହରି ଶଙ୍କର ପଟ୍ଟନାୟକ, ଯୋଗେନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଭାବରେ ସୁଦାମ କର, ସୁବାସ ସେଠୀ, ସର୍ବେଶ୍ଵର ବାରିକ୍, ଶରତ ନାୟକ ଙ୍କ ନାମ ଘୋଷଣା କରାଯାଇଛି।
Pratap Kumar Parhi's Report
BlackCatNews, Bhadrak