×
Login

କନ୍ଧମାଳ ଜିଲ୍ଲା ରେ ଚାଲିଛି ଅନ୍ଧ ରାଜୁତି, ଏଠାରେ ଯିଏ ପାଟି ଖୋଲିବ ସେ ହୋଇଯିବ ସବୁଦିନ ପାଇଁ ମୂକ।.

1577 Views 1 Comments | - By Black Cat News - 5 June, 2022

mediafile1654375127.jpg

କନ୍ଧମାଳ ଜିଲ୍ଲା ରେ ଚାଲିଛି ଅନ୍ଧ ରାଜୁତି |ଏଠାରେ ଯିଏ ପାଟି ଖୋଲିବ ସେ ହୋଇଯିବ ସବୁଦିନ ପାଇଁ ମୂକ |କାହିଁକ ନା ଓଡିଶା ରାଜ୍ୟ ରେ ଯେଉଁ BJD ସରକାର ହେଉଛି କିଛି ମୁଷ୍ଟିମେୟ ଲୋକଙ୍କ ଙ୍କୁ ନେଇ ଦୀର୍ଘ 22ବର୍ଷ ହେଲା ଶାସନ କରୁଛି |ବର୍ତମାନ ଓଡିଶା ଯେତେ ଯୋଜନା ଆସେ ସବୁ ଏହି ମୁଷ୍ଟିମେୟ ଲୋକଙ୍କ ଇସାରା ରେ ଚାଲେ |ନିରୀହ ଜନତା ଖାଲି ଦେଖଣା ହାରୀ |ଏହି ନିରୀହ ଜନତା କୁ ମଧ୍ୟ କିଭଳି ମିଳେ ତାହା ଯଦି ଆପଣ ମାନେ ଗ୍ରାଉଣ୍ଡ ଲେବୁଲ ନ ଗଲେ ଜାଣି ପାରିବେ ନାହିଁ |କେବଳ ଅର୍ଥ ହିଁ କାରବାର ହୋଇ ସେହି ଲୋକ ସେହି ଯୋଜନା କୁ ଉପଭୋଗ କରିପାରେ |

ସେଭଳି ଅନେକ ଦୃଶ୍ୟ କନ୍ଧମାଳ ଜିଲ୍ଲା ରେ ଦେଖିବାକୁ ମିଳେ |ଯଦି ତାହାର କିଏ ପ୍ରତିବାଦ କରେ ସେ ହୋଇଯିବ ନିଶ୍ଚୟ ଅନ୍ଧ, ମୂକ, ବଧିର |ବିଗତ କିଛି ଦିନ ତଳେ କନ୍ଧମାଳ ଜିଲ୍ଲା ର ନିର୍ମଳ ଭାବ ମୂର୍ତ୍ତି ର ସାମ୍ବାଦିକ କିଛି, ମଧ୍ୟାହ୍ନ ହଡପ ଓ ରାସ୍ତା କାମ ଦୁର୍ନୀତି ନେଇ ଏକ ନ୍ୟୁଜ ପ୍ରସାରିତ କରିଥିଲେ |ହେଲେ ସରକାର କଣ ନେଲେ ତାଙ୍କ ବିରୁଦ୍ଧରେ ପଦକ୍ଷେପ, ଓଲଟା ସାମ୍ବାଦିକ ମାଡମାରି ତାର ସ୍ତ୍ରୀ ଉପରେ ନେଲେ ପତିଶୋଧ |ଯେତେବେଳେ କରୋନା ସମୟରେ ସରକାର ସ୍କୁଲ ପିଲା ଙ୍କ ପାଇଁ ଯେଉଁ ମଧ୍ୟାହ୍ନ ଭୋଜନ ଟଙ୍କା ପଠାନ୍ତି, ସେତେବେଳେ କନ୍ଧମାଳ ଜିଲ୍ଲା ଶିକ୍ଷକ ସଙ୍ଘ ର ସଭାପତି ତଥା କୁମ୍ଭାର ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର କହଁର ସେବୁ ଅର୍ଥ ହଡପ କରନ୍ତି |ଛୋଟ ଛୁଆ ଭାବି କିଛିଅଳ୍ପ ଅର୍ଥ ହାତାହାତି ଦେଇ ଅନ୍ୟ ସବୁ ଅର୍ଥ ହଡପ କରନ୍ତି |

ଯେତେବେଳେ ସାମ୍ବାଦିକ ଦୀପକ କୁମାର ହଂସ ଏହି ନ୍ୟୁଜ ପରିବେଷଣ କଲେ ତା ଉପହାର ସେ ପାଇଲେ ମାଡ଼ ପୁଣି ହତ୍ୟା ଭଳି ଧମକ ପୁର୍ଣ ଚେତାବନୀ |କିନ୍ତୁ ସେହି ପ୍ରଧାନ ଶିକ୍ଷକ ଉପରେ ସରକାର କିମ୍ବା ପ୍ରଶାସନ କି ପଦକ୍ଷେପ ନେଇନାହାନ୍ତି |କାରଣ ସେ ଶିକ୍ଷକ ଜଣକ ହେଉଛି ଏହି BJD ସରକାର ଙ୍କ ଛତ୍ର ଛାୟା ତଳେ ବାସ କରନ୍ତି |ଦୀର୍ଘ 24ବର୍ଷ ହେଲାଣି ସେହି ଶିକ୍ଷକ ଚକାପାଦ ବ୍ଲକ ଅଂଚଳ ରେ ଦୁର୍ନୀତି ର ପସରା ମେଲି ବସିଛି |ସେ ତାର ପ୍ରଥମ ସ୍ତ୍ରୀ ସବିତା କହଁର କୁ ନିର୍ଯାତନା ଦେଇ ତାର ପୁତ୍ର ସନ୍ତାନ 2020ମସିହା ବିଷ ଦେଇ ମାରିଦେଲା |

ନିରୀହ ସବିତା କୁ ସେ କଣ ତାର ଭରଣ ପୋଷଣ ଦେବେ ଓଲଟା ତାକୁ ମଧ୍ୟ କରିଦିଆଗଲା ମୂକ |ଚକାପାଦ ଅଂଚଳ ମୃତ ବଳଦେବ ବେହେରା, ରଜତ କହଁର, ଏପରି ଅନେକ ହତ୍ୟା ମାମଲା ରେ ସେହି ଶିକ୍ଷକ ଜଡିତ ଥିବା ସତ୍ୱେ ଇଲେକ୍ଟ୍ରି କନେସ୍କନ ମଧ୍ୟ ବାଇ ପାସ କରି ଚଳୁଥିଲେ,|ବିଭାଗୀୟ କତୃପକ୍ଷ ଦ୍ୱାର ଧରା ପଡି ମଧ୍ୟ କିଛି ବି ପଦକ୍ଷେପ ନିଆଯାଇନି ତା ଉପରେ |କିନ୍ତୁ ଜଣେ ନିରୀହ ଗରିବ ଜନତା କିଛି ସ୍ୱଳ୍ପ ବକେୟା ଟଙ୍କା ଥିଲେ ଟାଟା କମ୍ପାନୀ ତାକୁ ବିଦ୍ୟୁତ କାଟ କରେ |

ସେହି ଶିକ୍ଷକ ଜଣକ ସରକାର ଦ୍ୱାରା ହୋଇଥିବା RTI, କରୋନା, ବିଦ୍ୟୁତ, ହତ୍ୟା, ନିରୀହ ଲୋକ ଙ୍କ ଟଙ୍କା ହଡପ, ବିଜୁ ପକା ଘର, ମାଛ ଖାଦ୍ୟ ହଡପ, ଲଟେରୀ, ଜମି ହଡପ ଅନେକ ଦୁର୍ନୀତି ସହ ଜଡ଼ିତ ଥିବା ସତ୍ୱେ ଏହି ସରକାର କିମ୍ବା ପ୍ରଶାସନ ସେହି ପ୍ରଧାନ ଶିକ୍ଷକ ଙ୍କ ବିରୁଦ୍ଧରେ କୌଣସି କାର୍ଯାନୁଷ୍ଠାନ ନ କରି ଚୁପ ହୋଇ ବସି ପଡିଛି, କାହିଁକ ନା ଏଥିରେ ଅଛି ଏହି BJD ସରକାର ଙ୍କ ଭୋଟ ବ୍ୟାଙ୍କ ଓ କିଛି ଅର୍ଥ ରାଶି ର PC. ଦ୍ଵିତୀୟ ରେ ରହିଲା ଠିକାଦାର ଯେଉଁ ଶ୍ରୀକାନ୍ତ ସାହୁ ଯାହାକୁ ଠିକାଦାର ମଧ୍ୟ ଭଲ ସେ ଲେଖି ଆସେନି ସେ ହୋଇ ଯାଇଛି କୋଟି ପତି |

କିପରି ଦୁର୍ନୀତି କରି ହଡପ କରିବେ ଏହି ଠିକାଦାର ସାହୁ ଓ ପ୍ରଧାନ ଶିକ୍ଷକ ଙ୍କ ଅନ୍ୟ ଏକ ମନ୍ଦ ଉଦେଶ୍ୟ |କାରଣ ଶ୍ରୀକାନ୍ତ ସାହୁ ଚକାପାଦ ଅଂଚଳ ଯେତେ ସବୁ ପ୍ରକଳ୍ପ କରି ଛନ୍ତି କୌଣସି କାର୍ଯ୍ୟ ଲୋକ ଙ୍କ ଜନମଙ୍ଗଳ କାରୀ ମଧ୍ୟ ନୁହେଁ |କେବଳ ଦୁର୍ନୀତି ର ଗନ୍ଧ ଵାରୀ ହୋଇଛିବା ଗୋଟିଏ ନିରୀହ ଜୀବନ ପୁଣି ଏକ ସରକାରୀ କର୍ମଚାରୀ ଜୀବନ ଯେହି କାର୍ଯ୍ୟ ରେ ଯାଉଥିବା ସମୟରେ ସେହି ଖବର ଯେତେବେଳେ ଦୀପକ ହଂସ ଙ୍କ ଖବର ପ୍ରସାରଣ ପରେ ପୁଣି ଥରେ ସାମ୍ବାଦିକ ଦୀପକ ହଂସ ଉପରେ ପୁଣି ଥରେ ହେଲା ମାଡ଼ |ପୁଣି ତାର ଯେଉଁ କେଶ ଜାତୀୟ ମାନବ ଅଧିକାର ଙ୍କ ଅଧୀନରେ କେଶ ନମ୍ବର. 2199/2019 ଜଣେ ସରକାରୀ କର୍ମଚାରୀ ମାନସିକ ରୋଗା ଗ୍ରସ୍ତ ସ୍ତ୍ରୀ କୁ ଅନ୍ୟତ୍ର ବଦଳି କରି ଉଦେଶ୍ୟ ମୂଳକ ହଇରାଣ କରାଯାଇଛି |

କାରଣ ଏହି ପ୍ରଧାନ ଶିକ୍ଷକ ଓ ଠିକାଦାର ଙ୍କ ଠାରୁ ଏହି BJD ସରକାର ପାଆନ୍ତି ଭୋଟ ବ୍ୟାଙ୍କ ଓ କିଛି PC. କାହିଁକ ନା ଏହି ଦୁଇ ଜଣଙ୍କ ଇସାରା ରେ ଚାଲେ ଏହି ସରକାର |କାହିଁକ ନା ଯେତେବେଳେ CDMO ନାମରେ ଖବର ପସରଣ ଫଳରେ ଏହି ସରକାର ତରବରିଆ ତାକୁ ଅନ୍ୟତ୍ର ଟ୍ରାନଫର କରି ନୂତନ CDMO ପୋଷ୍ଟିଙ୍ଗ କରି ସାମ୍ବାଦିକ ଦୀପକ ହଂସ ଙ୍କ ସ୍ତ୍ରୀ କୁ ଉଦେଶ୍ୟ ମୂଳକ ଭାବେ ହଇରାଣ କରୁଥିବା ସତ୍ୱେ ଜୀବନ ରେ 7ଥର ମାରିବାକୁ ଉଦ୍ୟମ ବିଫଳ ହେଲେ ମଧ୍ୟ ସରକାର ଙ୍କ ପାଖରେ ଅଭିଯୋଗ ହେଲେ ମଧ୍ୟ ସରକାର ଓ ପ୍ରଶାସନ ନିରବ |କାହିଁକ ଉତ୍ତର ଖୋଜିବା ଆପଣଙ୍କ ଉପରେ ଛାଡି ଦିଆଗଲା,

Sandeep Kumar's Report
BlackCatNews, Kandhamal


Also Read

×