ଭଦ୍ରକ ଜିଲ୍ଲା ବାସୁଦେବପୁର ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ।.
207 Views 0 Comments | - By Black Cat News - 31 July, 2022

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ଭଦ୍ରକ ଜିଲ୍ଲା ବାସୁଦେବପୁର ଶାଖା ତରଫରୁ 5 ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଓ ସହାୟକ ଶିକ୍ଷକମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସଭାପତି ଶ୍ରୀ ଶ୍ୟାମସୁନ୍ଦର ଜେନା ଉପସ୍ଥିତରେ ରାଜ୍ୟସରକାରଙ୍କୁ ନିବେଦନ କରାଯାଇଛି କି, ଓଡିଶା ସରକାରୀ ଚାକିରୀ କ୍ଷେତ୍ରରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିବା, 6 ବର୍ଷ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ମୂଳ ଚାକିରି ଅବଧିରେ ଗଣନା କରିବା, ଚୁକ୍ତିଭିତ୍ତିକ ନିଯୁକ୍ତି ଅଧିନିୟମ 2013 ମୁତାବକ ସପ୍ତମ ବେତନ କମିଶନ ଅନୁଯାୟୀ Basic Salary ପ୍ରଦାନ କରିବା, ପୂର୍ବର 50% ବର୍ଦ୍ଧିତ ଦରମା 01.01.2016 ଠାରୁ ଲାଗୁ କରିବା, ଏବଂ ନିୟମିତ କର୍ମଚାରୀମାନଙ୍କ ପରି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ DA ଏବଂ HRA ପ୍ରଦାନ କରିବା ଇତ୍ୟାଦି l ତତ଼ସହିତ ଏହି କାର୍ଯ୍ୟକ୍ରମ ସୂଚୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଲାଗି ଦସ୍ତଖତ ଅଭିଯାନ ଜିଲ୍ଲାର ସମସ୍ତ ବ୍ଲକ୍ ସ୍ତରରୁ ଆରମ୍ଭ କରାଯାଇଅଛି ଏବଂ ବ୍ଲକ ସ୍ତରର ଅଧିକାରୀ ତଥା BDO, Tahasildar, BEO ମାନଙ୍କ ଜରିଆରେ ସମାନ୍ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦିଆଯାଉଅଛି l
ଏହିସବୁ ଦାବି ଗୁଡିକୁ ସରକାର ବିଚାରକୁ ନେଇ ତୁରନ୍ତ ସମାଧାନ କରିବା ପାଇଁ ସଂଘ ଦାବି କରିଛି l ଯଦି ସରକାର ଉଦାସୀନ ମନୋଭାବ କିମ୍ବା ଅଣଦେଖା କରନ୍ତି ତେବେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଜିଲ୍ଲାର ସମସ୍ତ କର୍ମଚାରୀ ଆନ୍ଦଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘଠନର ଉପଦେଷ୍ଟା - ପ୍ରଶାନ୍ତ ରାଉତରାୟ, ଜିଲ୍ଲା ସଭାପତି - ଶ୍ୟାମସୁନ୍ଦର ଜେନା, ଉପ ସଭାପତି - ବିଶ୍ୱଜିତ୍ ଲେଙ୍କା, ବ୍ଲକ ସଭାପତି -ରାଜୀବ ଲୋଚନ ଦାସ, ସମ୍ପାଦକ - ପଙ୍କଜ କୁମାର ବାଇ, କାର୍ଯ୍ୟକାରୀ ସମ୍ପାଦକ - ଦିଲ୍ଲୀପ କୁମାର ସାମଲ, ସହ ସମ୍ପାଦକ - ବଟକୃଷ୍ଣ ମହାନ୍ତି, ଗଣମାଧ୍ୟମ ସମ୍ପାଦକ - ସୁଧାଂଶୁ ଶେଖର ନାୟକ, ସହ ଗଣମାଧ୍ୟମ ସମ୍ପାଦକ - ସୌମ୍ଯ ରଂଜନ କୋଷାଧ୍ଯକ୍ଷ - ବର୍ଷା ଦାସ ପ୍ରମୁଖ ଜିଲ୍ଲାରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଯୋଗ ଦେଇଥିଲେ
Pratap Kumar Parhi's Report
BlackCatNews, Bhadrak