କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଠାକୁରମୁଣ୍ଡା ଠାରେ ବିଜେଡି ର ବିଶାଳ ପଦଯାତ୍ରା ।।.
146 Views 0 Comments | - By Black Cat News - 17 November, 2022

ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ଆଜି କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର ଠାକୁରମୁଣ୍ଡା ଠାରେ ଉଦଯାପିତ ହୋଇ ଯାଇଥିବା ଦେଖିବାକୁ ମିଳିଛି ।।
ତେବେ ଏହି ପଦଯାତ୍ରା ଦିବା ୧୧ ଘଟିକା ସମୟରେ ମା ବାସୁଳି ଙ୍କ ମନ୍ଦିର ନିକଟରୁ ବିଜେଡି ର ବିଶାଳ ଜନସମ୍ପର୍କ ପଦଯାତ୍ରା ବାହାରି ଠାକୁରମୁଣ୍ଡା ବଜାର ପରିକ୍ରମା କରିବା ପରେ ରୁଗୁଡ଼ିବେଡା ପର୍ଯ୍ୟନ୍ତ ଯାଇଥିଲା
ଏବଂ ତାସହିତ ରୁଗୁଡ଼ିବେଡା ପଡିଆ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା ।।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ରାଜ୍ୟ ମହିଳା ଓ ଶିଶୁଵିକାଶ, ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଅତିଥି ରୂପେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି,କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ବିଜେଡି ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁ, ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି, ଜିଲ୍ଲା ଉପସଭାପତି ବସନ୍ତ ପୈବର୍ତ୍ତୀ,ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା,ଠାକୁରମୁଣ୍ଡା ବ୍ଲକ ସଭାପତି ନନ୍ଦ କିଶୋର ବାରିକ,ଜିଲ୍ଲା ସମ୍ପାଦକ ମହେଶ୍ୱର ନାୟକ, ଜିଲ୍ଲା ମହିଳା ଉପସଭାପତି ନମିତା ଘଣ୍ଟିଆଳି,ଯୁବ ନେତା ରୋହିତ ପୃଷ୍ଟି, ବ୍ଲକ ମହିଳା ସଭାପତି ରେଣୁକା ପଲେଇ, ନୀତିଶ ନନ୍ଦ, କରଞ୍ଜିଆ 4 ନମ୍ବର ୱାର୍ଡ କାଉନସିଲର ଅନିତା ଚାତାର ଙ୍କ ସହିତ ଯୁବ, ଛାତ୍ର, ମହିଳା ସଂଗଠନ କର୍ମକର୍ତା ଙ୍କ ସହିତ ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇଥିଲେ ତେବେ ଏହି ପଦଯାତ୍ରା ପରେ ଏକ ସାଧାରଣ ସଭାରେ ମାନନୀୟା ମନ୍ତ୍ରୀ ରାଜ୍ୟସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ନିଜ ବକ୍ତବ୍ୟ ମାଧ୍ୟମ ରେ ଉପସ୍ଥିତ ଜନତାଙ୍କୁ ସୂଚନା ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।।
SUMANTA PATRA's Report
BlackCatNews, Mayurbhanj